ବାଲିଅନ୍ତା ବର୍ବରତା: ହତ୍ୟାରେ ସଂପୃକ୍ତ ସମସ୍ତଙ୍କୁ ଗିରଫ ଦାବିରେ ରାସ୍ତା ଅବରୋଧ କଲେ ସୌମ୍ୟରଞ୍ଜନଙ୍କ ଗ୍ରାମବାସୀ
ନିଆଳି: ବାଲିଅନ୍ତାରେ ପିଟିପିଟି ସୌମ୍ୟରଞ୍ଜନଙ୍କୁ ହତ୍ୟା ଘଟଣାର ପ୍ରତିବାଦ କରି ରାସ୍ତା ଅବରୋଧ କଲେ ସୌମ୍ୟରଞ୍ଜନଙ୍କ ଗ୍ରାମବାସୀ । ହତ୍ୟାରେ ସଂପୃକ୍ତ ସମସ୍ତଙ୍କୁ ଗିରଫ କରିବା ଦାବିରେ ଫୁଲନଖରା-ନିଆଳି ରାସ୍ତା ମୌଜପୁରରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ରାସ୍ତା ଉପରେ ମୃତଦେହ ରଖି କାର୍ଯାନୁଷ୍ଠାନ ଦାବି କରିଛନ୍ତି। ସୌମ୍ୟରଞ୍ଜନଙ୍କ ହତ୍ୟାକୁ ନେଇ ମଉଜପୁର ଗାଁରେ ଉତ୍ତେଜନା ଲାଗି ରହିଛି। ଘଟଣାସ୍ଥଳରେ କଟକ ଗ୍ରାମାଞ୍ଚଳ ପୋଲିସର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି।
ଅନ୍ୟପଟେ ସୌମ୍ୟରଞ୍ଜନଙ୍କ ହତ୍ୟା ଘଟଣାରେ ବାଲିଅନ୍ତାର ବେଣୁପୁର ଗାଁରେ ପୋଲିସ ପକ୍ଷରୁ ଜୋରଦାର ଚଢ଼ାଉ କରିଛି । ହତ୍ୟାକାଣ୍ଡ ଅଭିଯୋଗରେ ଏପର୍ଯ୍ୟନ୍ତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୋଲିସର ରେଡ୍ ଜାରି ରହିଛି । ଭିଡିଓ ଆଧାରରେ ଏକାଧିକ ଲୋକଙ୍କୁ ଚିହ୍ନଟ କରାଯାଇଛି। ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ ହୋଇଯାଇଥିବା ଜଣାପଡିଛି ।
ବାଲିଅନ୍ତା ବର୍ବରତା ସାରା ରାଜ୍ୟ ଏବଂ ରାଜ୍ୟ ବାହାରେ ଚାଞ୍ଚଲ୍ୟ ଖେଳାଇଥିବାବେଳେ ଏତେବଡ ଅଘଟଣ ପୋଲିସ ସାମ୍ନାରେ ହିଁ ଘଟିଥିଲା। ଘଟଣାସ୍ଥଳରେ ପୋଲିସ ଥାଇ ମଧ୍ୟ ଯୁବକଙ୍କୁ ପିଟିପିଟି ମାରିଦେଲେ ଉତ୍ୟକ୍ତ ଲୋକେ । ଯାହାକୁ ନେଇ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି ।