ଦିଲ୍ଲୀ ହାଇକୋର୍ଟରେ ହନି ସିଂହଙ୍କ ସ୍ପଷ୍ଟୀକରଣ: '୨୦୨୫ ଇଭେଣ୍ଟରେ ଗାଇନାହିଁ ଅଶ୍ଳୀଳ ଭଲ୍ୟୁମ୍-୧ ଗୀତ'

Suryakanta Picture
Published On

ପ୍ରସିଦ୍ଧ ର‍୍ୟାପର୍ ୟୋ ୟୋ ହନି ସିଂହ ଏକ ବଡ଼ ବିବାଦକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ଦିଲ୍ଲୀ ହାଇକୋର୍ଟରେ ସେ ସ୍ପଷ୍ଟ କରିଛନ୍ତି ଯେ, ସେ କୌଣସି ଅଶ୍ଳୀଳ ଗୀତ ବିଶେଷକରି ୨୦୦୬ ମସିହାର ବିବାଦୀୟ ଟ୍ରାକ୍ 'ଭଲ୍ୟୁମ୍-୧' (Vol. 1) ଗାଇନାହାନ୍ତି। ଏହି ଗୀତଟି ତାଙ୍କ ଏବଂ ବାଦଶାହଙ୍କ ସହଭାଗିତାରେ ଗଠିତ 'ମାଫିଆ ମୁଣ୍ଡିର୍' ନାମକ ବ୍ୟାଣ୍ଡ ଦ୍ୱାରା ରିଲିଜ୍ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ମାମଲାକୁ ନେଇ ଏବେ କୋର୍ଟରେ ଶୁଣାଣି ଚାଲିଛି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ହିନ୍ଦୁ ଶକ୍ତି ଦଳର ପିଟିସନ୍ ଓ ଅଭିଯୋଗ

ଏହି ମାମଲାଟି ହିନ୍ଦୁ ଶକ୍ତି ଦଳ ନାମକ ଏକ ସଂଗଠନ ପକ୍ଷରୁ କୋର୍ଟରେ ଦାଖଲ କରାଯାଇଥିଲା। ସମସ୍ତ ଅନଲାଇନ୍ ପ୍ଲାଟଫର୍ମରୁ ଏହି ଅଶ୍ଳୀଳ ଗୀତକୁ ହଟାଇବା ପାଇଁ ସେମାନେ ନିବେଦନ କରିଥିଲେ। ପିଟିସନରରେ ଅଭିଯୋଗ କରାଯାଇଥିଲା ଯେ, ମାର୍ଚ୍ଚ ୧, ୨୦୨୫ ତାରିଖରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର୍ ଷ୍ଟାଡିୟମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ହନି ସିଂହ ଏହି ଗୀତର କିଛି ଧାଡ଼ି ଗାଇଥିଲେ, ଯେଉଁଠାରେ ୫୦,୦୦୦ ରୁ ଅଧିକ ଦର୍ଶକ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

ଅଭିଯୋଗକୁ ଖଣ୍ଡନ କଲେ ହନି ସିଂହ

ଏହି ଅଭିଯୋଗକୁ ହନି ସିଂହଙ୍କ ଓକିଲ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି। ସେ କୋର୍ଟରେ କହିଛନ୍ତି ଯେ, "ଏପରି କୌଣସି ଘଟଣା ଘଟିନାହିଁ। ମୁଁ ସେହି ଗୀତ ଗାଇନାହିଁ। ଯଦି ୫୦ ହଜାର ଦର୍ଶକଙ୍କ ସାମ୍ନାରେ ଏଭଳି କିଛି ଘଟିଥାନ୍ତା, ତେବେ ନିଶ୍ଚିତ ଭାବରେ ଏହାର ଗୋଟିଏ ହେଲେ ଭିଡିଓ କ୍ଲିପ୍ ଥାଆନ୍ତା"। ତାଙ୍କ ଓକିଲ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଗୀତ ଉପରୁ ନିଜର ନାମ ହଟାଇବା ଏବଂ କୋର୍ଟଙ୍କୁ ସହଯୋଗ କରିବା ପାଇଁ ହନି ସିଂହ ସର୍ବସାଧାରଣରେ ମଧ୍ୟ ଏହା ତାଙ୍କ ଗୀତ ନୁହେଁ ବୋଲି ସ୍ପଷ୍ଟ କରିସାରିଛନ୍ତି।

କୋର୍ଟଙ୍କ ନିର୍ଦ୍ଦେଶ ଓ ପରବର୍ତ୍ତୀ ପଦକ୍ଷେପ

ଏହି ମାମଲାର ଶୁଣାଣି କରୁଥିବା ବିଚାରପତି ପୁରୁଷେନ୍ଦ୍ର କୁମାର କୌରବ ଏହାକୁ ଏକ 'ଗମ୍ଭୀର ମାମଲା' ବୋଲି କହିଛନ୍ତି। କୋର୍ଟ ହନି ସିଂହଙ୍କୁ ଏହି ପ୍ରସଙ୍ଗରେ ନିଜର ପକ୍ଷ ରଖି ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସହ-ଗାୟକ ବାଦଶାହଙ୍କୁ ମଧ୍ୟ ନୋଟିସ୍ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ମେ' ୧୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ୍ ୨ ତାରିଖରେ କୋର୍ଟ ଏହି ଅଶ୍ଳୀଳ ଗୀତକୁ ସମସ୍ତ ପ୍ଲାଟଫର୍ମରୁ ହଟାଇବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp