ହିଞ୍ଜିଳି ଗର୍ଭବତୀ ହତ୍ୟା ଘଟଣା: ୨ ବର୍ଷର ଶିଶୁକୁ ବାଳାଶ୍ରମକୁ ହସ୍ତାନ୍ତର, ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଲେ ନବୀନ

Madhusudan Das Picture
Published On

ବ୍ରହ୍ମପୁର: ହିଞ୍ଜିଳି ଖରିଡ଼ାରେ ଅନ୍ତଃସତ୍ବା ମହିଳା ପୂଜା ସ୍ୱାଇଁଙ୍କୁ ହତ୍ୟା ପରେ ଅନାଥ ହୋଇଯାଇଛି ତାଙ୍କ ଦୁଇ ବର୍ଷର ଝିଅ। ମାଆର ମୃତ୍ୟୁ ପରେ ହିଞ୍ଜିଳି ପୁଲିସ ଶିଶୁକନ୍ୟାକୁ ଉଦ୍ଧାର କରି ବ୍ରହ୍ମପୁର ଉତ୍କଳ ବାଳାଶ୍ରମକୁ ହସ୍ତାନ୍ତର କରି ଘଟଣାର ତଦନ୍ତ ଜାରି ରଖିଛି। ଆଜି ଉକ୍ତ ଦୁଇ ବର୍ଷର ଝିଅକୁ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ହତ୍ୟାକାଣ୍ଡ ଘଟାଇଥିବା ସମ୍ପୃକ୍ତ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ନବୀନ ।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ଆଜି ଗଞ୍ଜାମ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ତଥା ସୋରଡ଼ା ପୂର୍ବତନ ବିଧାୟକ ପୂର୍ଣ୍ଣ ସ୍ୱାଇଁଙ୍କ ନେତୃତ୍ୱରେ ବ୍ରହ୍ମପୁର ମେୟର ତଥା ମହିଳା ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳାଇଙ୍କ ନେତୃତ୍ୱରେ ୨୦ ଜଣିଆ ପ୍ରତିନିଧି ମଣ୍ଡଳ ଗୋଶାଣୀନୁଆଗାଁ ସ୍ଥିତ ଉତ୍କଳ ବାଳାଶ୍ରମରେ ପହଂଚି ଉକ୍ତ ଶିଶୁ କନ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଏହାସହିତ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ପ୍ରଦାନ କରିଥିବା ୧ ଲକ୍ଷ ଟଙ୍କାକୁ କୌଣସି ଏକ ବ୍ୟାଙ୍କ ସହିତ ଆଲୋଚନା କରି ଫିକ୍ସଡ଼ କରାଯିବ। ଶିଶୁକନ୍ୟା କୁ ୧୮ ବର୍ଷ ହେବାପରେ ଉକ୍ତ ଟଙ୍କାକୁ ଉଠାଇ ପାରିବେ ବୋଲି ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳାଇ ସୂଚନା ପ୍ରଦାନ କରିଛନ୍ତି। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ଡ଼ା. ରମେଶଚନ୍ଦ୍ର ପଟ୍ଟନାୟକ, ଡେପୁଟି ମେୟର ଇ. ବିବେକ ରେଡ୍ଡୀ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ଗଞ୍ଜାମ ଜିଲ୍ଲା ବିଜେଡି ସମ୍ପାଦକ ତଥା ଅର୍ବାନ ବ୍ୟାଙ୍କ ସଭାପତି ଆର. ମୁରୁଲି ମୋହନ, ଛତ୍ରପୁର ପୂର୍ବତନ ବିଧାୟକ ସୁବାସ ବେହେରା, ମହାନଗର ବିଜେଡି ସଭାନେତ୍ରୀ ସୋନାଲି ଗନ୍ତାୟତ ପ୍ରମୁଖ ଉତ୍କଳ ବାଳାଶ୍ରମ ଗସ୍ତ କରିଥିଲୋ

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ସୂଚନାଯୋଗ୍ୟ, ପତ୍ନୀ ଅଧିକାର ଦାବିରେ ୪ ମାସର ଗର୍ଭବତୀ ପୂଜା ସ୍ୱାଇଁ ଖରିଡ଼ାଗ୍ରାମ ଜିଣ୍ଟୁ ଓରଫ୍ ଚିଣ୍ଟୁ ଗୌଡ଼ଙ୍କ ଘର ଆଗରେ ଧାରଣା ଦେଇଥିଲେ । ମାତ୍ର ଚିଣ୍ଟୁଙ୍କ ସାନଭାଇ ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ହତ୍ୟା ଘଟଣାରେ ପୁଲିସ ଚିଣ୍ଟୁଙ୍କ ସାନଭାଇ ତଥା ଅଭିଯୁକ୍ତ ନାବାଳକ ଦିଅର ଓ ତାଙ୍କ ସହଯୋଗୀଙ୍କୁ ଛତ୍ରପୁର ଜେଜେବି (ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ)ରେ ହାଜର କରିଥିଲା । ପରେ ଉଭୟଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି । ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି ପୁଲିସ ।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର