ଦହିବରା ଖାଇ ଶତାଧିକ ଲୋକ ଆକ୍ରାନ୍ତ ଘଟଣା: ଯାଜପୁର ପୌରାଞ୍ଚଳରେ ୭ ଦିନ ପାଇଁ ସମସ୍ତ ଦହିବରା ଓ ଫାଷ୍ଟଫୁଡ଼ ଦୋକାନ ବନ୍ଦ ନିର୍ଦ୍ଦେଶ

Madhusudan Das Picture
Published On

ଯାଜପୁର: ଯାଜପୁର ଦଶରଥପୁରରେ ଦହିବରା ଖାଇ ବହୁ ଲୋକ ଆକ୍ରାନ୍ତ ଘଟଣା।  ଯାଜପୁର ପୌରପାଳିକା ପକ୍ଷରୁ ବଡ଼ ପଦକ୍ଷେପ । ପୋୖରାଞ୍ଚଳରେ ଦହିବରା ଦୋକାନୀ, ବୁଲା ବିକାଳି ଓ ଫାଷ୍ଟଫୁଡ଼ ସେଣ୍ଟର ଉପରେ ଚଢାଉ ସହ ଆସନ୍ତା ୭ ଦିନ ପାଇଁ ଦୋକାନ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । 

ଆହୁରି ପଢ଼ନ୍ତୁ: ସିଆର୍‌ଏଫ୍‌ଏମ୍‌ ଯୋଜନା ବାଟବଣା: ସାରା ରାଜ୍ୟରେ ଦୁର୍ନୀତିର ପାହାଡ଼

ସ୍ୱାସ୍ଥ୍ୟ ଅଧିକାରୀ ଡ ପ୍ରଦୀପ ଖୁଣ୍ଟିଆଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ପୌରାଞ୍ଚଳ ଅନ୍ତର୍ଗତ କୁସୁମା, ମେଡିକାଲ ଛକ, ଯୋଡିକୁଆ ଆଦି ଅଞ୍ଚଳରେ ଚଢାଉ କରାଯାଇଥିଲା । କିଭଳି ପୌରାଞ୍ଚଳ ସଂକ୍ରମଣ ନବ୍ୟାପିବ, ସେଥିପ୍ରତି ଦୃଷ୍ଟି ଦେଇ ବିଭିନ୍ନ ଦୋକାନାରୁ ଖାଦ୍ୟ ନମୁନା ସଂଗ୍ରହ କରିବା ସହ ଖାଦ୍ୟର ମାନ ଯାଞ୍ଚ କରୁଛି ଯାଜପୁର ପୌର ପ୍ରଶାସନ । ସେହିପରି ସହରବାସୀଙ୍କୁ ଫୁଟାପାଣି ପିଇବା ସହ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବାକୁ ନିବେଦନ କରିଛି ଯାଜପୁର ପୌର ପ୍ରଶାସନ । ସୂଚନାଯୋଗ୍ୟ, ଯାଜପୁର ଦଶରଥପୁର ଅଞ୍ଚଳରେ ଦହିବରା ଖାଇ ୯୦ରୁ ଅଧିକ ଲୋକ ଝାଡାବାନ୍ତି ଓ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ସମସ୍ତ ଗୁରୁତରଙ୍କୁ ନେଇ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ଦହିବରା ବେପାରୀକୁ ଦଶରଥପୁର ପୁଲିସ ଅଟକ ରଖିଥିଲା। ପରେ ଖାଦ୍ୟ ସୁରକ୍ଷା ଆଇନ ଭଙ୍ଗ କରିଥିବା ଅଭିଯୋଗରେ ଉକ୍ତ ଦହିବରା ବେପାରୀକୁ କୋର୍ଟ ଚାଲାଣ କରିଯାଇଥିବା ଜଣାଯାଇଛି। 

ଆହୁରି ପଢ଼ନ୍ତୁ: କଣାସରେ ଯୁବକଙ୍କୁ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣକୁ ନେଇ ନବୀନଙ୍କ କ୍ଷୋଭ; କହିଲେ, ଓଡ଼ିଶାରେ ଆଇନର ଶାସନ ଅଛି ତ?

05 May 2026 By Madhusudan Das

ଦହିବରା ଖାଇ ଶତାଧିକ ଲୋକ ଆକ୍ରାନ୍ତ ଘଟଣା: ଯାଜପୁର ପୌରାଞ୍ଚଳରେ ୭ ଦିନ ପାଇଁ ସମସ୍ତ ଦହିବରା ଓ ଫାଷ୍ଟଫୁଡ଼ ଦୋକାନ ବନ୍ଦ ନିର୍ଦ୍ଦେଶ

ଯାଜପୁର: ଯାଜପୁର ଦଶରଥପୁରରେ ଦହିବରା ଖାଇ ବହୁ ଲୋକ ଆକ୍ରାନ୍ତ ଘଟଣା।  ଯାଜପୁର ପୌରପାଳିକା ପକ୍ଷରୁ ବଡ଼ ପଦକ୍ଷେପ । ପୋୖରାଞ୍ଚଳରେ ଦହିବରା ଦୋକାନୀ, ବୁଲା ବିକାଳି ଓ ଫାଷ୍ଟଫୁଡ଼ ସେଣ୍ଟର ଉପରେ ଚଢାଉ ସହ ଆସନ୍ତା ୭ ଦିନ ପାଇଁ ଦୋକାନ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । 

ସ୍ୱାସ୍ଥ୍ୟ ଅଧିକାରୀ ଡ ପ୍ରଦୀପ ଖୁଣ୍ଟିଆଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ପୌରାଞ୍ଚଳ ଅନ୍ତର୍ଗତ କୁସୁମା, ମେଡିକାଲ ଛକ, ଯୋଡିକୁଆ ଆଦି ଅଞ୍ଚଳରେ ଚଢାଉ କରାଯାଇଥିଲା । କିଭଳି ପୌରାଞ୍ଚଳ ସଂକ୍ରମଣ ନବ୍ୟାପିବ, ସେଥିପ୍ରତି ଦୃଷ୍ଟି ଦେଇ ବିଭିନ୍ନ ଦୋକାନାରୁ ଖାଦ୍ୟ ନମୁନା ସଂଗ୍ରହ କରିବା ସହ ଖାଦ୍ୟର ମାନ ଯାଞ୍ଚ କରୁଛି ଯାଜପୁର ପୌର ପ୍ରଶାସନ । ସେହିପରି ସହରବାସୀଙ୍କୁ ଫୁଟାପାଣି ପିଇବା ସହ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବାକୁ ନିବେଦନ କରିଛି ଯାଜପୁର ପୌର ପ୍ରଶାସନ । ସୂଚନାଯୋଗ୍ୟ, ଯାଜପୁର ଦଶରଥପୁର ଅଞ୍ଚଳରେ ଦହିବରା ଖାଇ ୯୦ରୁ ଅଧିକ ଲୋକ ଝାଡାବାନ୍ତି ଓ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ସମସ୍ତ ଗୁରୁତରଙ୍କୁ ନେଇ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ଦହିବରା ବେପାରୀକୁ ଦଶରଥପୁର ପୁଲିସ ଅଟକ ରଖିଥିଲା। ପରେ ଖାଦ୍ୟ ସୁରକ୍ଷା ଆଇନ ଭଙ୍ଗ କରିଥିବା ଅଭିଯୋଗରେ ଉକ୍ତ ଦହିବରା ବେପାରୀକୁ କୋର୍ଟ ଚାଲାଣ କରିଯାଇଥିବା ଜଣାଯାଇଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର