ଆଜି ଛଡ଼ାଯିବ ହୀରାକୁଦରୁ ପ୍ରଥମ ବନ୍ୟାଜଳ

The Sakala Picture
Published On

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ୧୧ ତାରିଖ ରବିବାର ଛଡ଼ାଯିବ। ବିଧି ଅନୁସାରେ ପୂଜାର୍ଚ୍ଚନା ପରେ ପୂର୍ବାହ୍ନ ୧୧ଟାରେ ୭ ନମ୍ବର ଫାଟକ ଖୋଲାଯିବ। ଏହା ପରେ ଆବଶ୍ୟକତା ଅନୁଯାୟୀ ଅନ୍ୟ ଫାଟକ ଖୋଲାଯିବ ବୋଲି ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରର ତଳି ଅଞ୍ଚଳରେ ଥିବା ଲୋକଙ୍କୁ ସଚେତନ କରାଯାଇଛି। ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇଛି। ବନ୍ୟାଜଳ ନିଷ୍କାସନ ସମୟରେ ନଦୀ ମଧ୍ୟକୁ ନ ଯିବା ପାଇଁ […]

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ୧୧ ତାରିଖ ରବିବାର ଛଡ଼ାଯିବ। ବିଧି ଅନୁସାରେ ପୂଜାର୍ଚ୍ଚନା ପରେ ପୂର୍ବାହ୍ନ ୧୧ଟାରେ ୭ ନମ୍ବର ଫାଟକ ଖୋଲାଯିବ। ଏହା ପରେ ଆବଶ୍ୟକତା ଅନୁଯାୟୀ ଅନ୍ୟ ଫାଟକ ଖୋଲାଯିବ ବୋଲି ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରର ତଳି ଅଞ୍ଚଳରେ ଥିବା ଲୋକଙ୍କୁ ସଚେତନ କରାଯାଇଛି। ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇଛି। ବନ୍ୟାଜଳ ନିଷ୍କାସନ ସମୟରେ ନଦୀ ମଧ୍ୟକୁ ନ ଯିବା ପାଇଁ ଅନୁରୋଧ କରାଯାଇଛି। ଫାଟକ ଖୋଲିବାର ୨ ଘଣ୍ଟା ପୂର୍ବରୁ ସାଇରନ ବାଜି ଉଠିବ।

ଆହୁରି ପଢ଼ନ୍ତୁ: ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌କୁ ବିଜେଡିର ତୀବ୍ର ବିରୋଧ, ଓଡ଼ିଶାର ସ୍ୱାର୍ଥ ବିରୋଧୀ ବୋଲି କହିଲେ ସାଂସଦ ମାନସ ମଙ୍ଗରାଜ

୨ ମିନିଟ ଅବିଚ୍ଛିନ୍ନ ଭାବରେ ବାଜି ୨ ଥର ୨୦ ସେକେଣ୍ଡ ଅନ୍ତରରେ ୩୦ ସେକେଣ୍ଡ ଧରି ବାଜିବ। ଏହି ସମୟରେ ନଦୀଶଯ୍ୟାରେ ଚଳପ୍ରଚଳ ଓ ବ୍ୟବହାର ସମୟରେ ସତର୍କତା ଅବଲମ୍ବନ କରିବାକୁ ୧୧ଟି ଜିଲ୍ଲାବାସୀଙ୍କୁ ହୀରାକୁଦ ହେଡୱାର୍କ୍ସର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିରାକାର ବିଶି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ହୀରାକୁଦ ଜଳଭଣ୍ଡାରରେ ଶନିବାର ସନ୍ଧ୍ୟା ସୁଦ୍ଧା ଜଳସ୍ତର ୬୦୮.୭୩ ଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୭୪୫୨୧ ଘନଫୁଟ ଜଳ ପ୍ରବେଶ କରୁଛି। ଅନ୍ୟପଟେ ୨୩୪୮୩ ଘନଫୁଟ ଜଳ ନିଷ୍କାସିତ ହେଉଛି।

ଆହୁରି ପଢ଼ନ୍ତୁ: ବନ୍ୟା ପ୍ରଭାବିତ ଯାଜପୁର ଜିଲ୍ଲା ଗସ୍ତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଡଙ୍ଗାରେ ବୁଲି ସ୍ଥିତି ଅନୁଧ୍ୟାନ କଲେ

11 Jul 2021 By The Sakala

ଆଜି ଛଡ଼ାଯିବ ହୀରାକୁଦରୁ ପ୍ରଥମ ବନ୍ୟାଜଳ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ୧୧ ତାରିଖ ରବିବାର ଛଡ଼ାଯିବ। ବିଧି ଅନୁସାରେ ପୂଜାର୍ଚ୍ଚନା ପରେ ପୂର୍ବାହ୍ନ ୧୧ଟାରେ ୭ ନମ୍ବର ଫାଟକ ଖୋଲାଯିବ। ଏହା ପରେ ଆବଶ୍ୟକତା ଅନୁଯାୟୀ ଅନ୍ୟ ଫାଟକ ଖୋଲାଯିବ ବୋଲି ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରର ତଳି ଅଞ୍ଚଳରେ ଥିବା ଲୋକଙ୍କୁ ସଚେତନ କରାଯାଇଛି। ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇଛି। ବନ୍ୟାଜଳ ନିଷ୍କାସନ ସମୟରେ ନଦୀ ମଧ୍ୟକୁ ନ ଯିବା ପାଇଁ ଅନୁରୋଧ କରାଯାଇଛି। ଫାଟକ ଖୋଲିବାର ୨ ଘଣ୍ଟା ପୂର୍ବରୁ ସାଇରନ ବାଜି ଉଠିବ।

୨ ମିନିଟ ଅବିଚ୍ଛିନ୍ନ ଭାବରେ ବାଜି ୨ ଥର ୨୦ ସେକେଣ୍ଡ ଅନ୍ତରରେ ୩୦ ସେକେଣ୍ଡ ଧରି ବାଜିବ। ଏହି ସମୟରେ ନଦୀଶଯ୍ୟାରେ ଚଳପ୍ରଚଳ ଓ ବ୍ୟବହାର ସମୟରେ ସତର୍କତା ଅବଲମ୍ବନ କରିବାକୁ ୧୧ଟି ଜିଲ୍ଲାବାସୀଙ୍କୁ ହୀରାକୁଦ ହେଡୱାର୍କ୍ସର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିରାକାର ବିଶି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ହୀରାକୁଦ ଜଳଭଣ୍ଡାରରେ ଶନିବାର ସନ୍ଧ୍ୟା ସୁଦ୍ଧା ଜଳସ୍ତର ୬୦୮.୭୩ ଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୭୪୫୨୧ ଘନଫୁଟ ଜଳ ପ୍ରବେଶ କରୁଛି। ଅନ୍ୟପଟେ ୨୩୪୮୩ ଘନଫୁଟ ଜଳ ନିଷ୍କାସିତ ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର