ରାଉରକେଲାରେ ଅଘଟଣ: ଘରୋଇ ଡାକ୍ତରଖାନାର ଚତୁର୍ଥ ମହଲାରୁ ଡେଇଁ ରୋଗୀଙ୍କ ମୃତ୍ୟୁ

Madhusudan Das Picture
Published On

ରାଉରକେଲା: ରାଉରକେଲାର ଏକ ଘରୋଇ ଡାକ୍ତରଖାନାରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଡାକ୍ତରଖାନାର ଚତୁର୍ଥ ମହଲାରୁ ଡେଇଁ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ରୋଗୀ ଜଣକ ଏକ ସଡ଼କ ଦୁର୍ଘଟଣାରେ ଆହତ ହେବା ପରେ ଚିକିତ୍ସା ନିମନ୍ତେ ରାଉରକେଲା ସ୍ଥିତ ଏହି ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ସେ କେଉଁ କାରଣରୁ ଏଭଳି ଚରମ ନିଷ୍ପତ୍ତି ନେଲେ, ତାହାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।

ଆହୁରି ପଢ଼ନ୍ତୁ: ନଦୀରେ ଗାଧେଇବା ବେଳେ ପାଣିରେ ବୁଡିଗଲେ ଦୁଇ ନାବାଳକ ଭାଇ; ଜଣେ ମୃତ, ଅନ୍ୟ ଜଣେ ନିଖୋଜ

ଖବର ପାଇବା ମାତ୍ରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମାତ୍ର, ଡାକ୍ତରଖାନା ଭଳି ଏକ ସୁରକ୍ଷିତ ସ୍ଥାନରେ ଏଭଳି ମୃତ୍ୟୁ ଘଟିବା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୬ ହାର୍ଡକୋର ମାଓବାଦୀ; ୪ ଜଣ ଓଡ଼ିଶାରେ ଥିଲେ ସକ୍ରିୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର