ଓଡ଼ିଶାରେ ପୁଣି ଜଳବନ୍ଦୀ ଆଶଙ୍କା; ମହାନଦୀ ଓ ବ୍ରାହ୍ମଣୀ ବିପଦମୁକ୍ତ, ଶାଳନ୍ଦୀ ଓ ବୁଢ଼ାବଳଙ୍ଗ ଉପରେ ସ୍ୱତନ୍ତ୍ର ନଜର

Madhusudan Das Picture
Published On

ଭୁବନେଶ୍ୱର: ଲଘୁଚାପ ଜନିତ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ତେବେ ଏହାକୁ ନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ (EIC) ଦିଲ୍ଲୀପ କୁମାର ରାଉତ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ମହାନଦୀ ଏବଂ ବ୍ରାହ୍ମଣୀ ନଦୀରେ ବର୍ତ୍ତମାନ କୌଣସି ବନ୍ୟା ଆଶଙ୍କା ନାହିଁ। କିନ୍ତୁ ଶାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଏହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରର ଏକ ବାଇକ୍ ଶୋ’ରୁମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏକାଧିକ ମୋଟରସାଇକେଲ୍ ଓ ଆସବାବପତ୍ର

ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ରାଉତ ସ୍ପଷ୍ଟ କରିଛନ୍ତି ଯେ, ବୈତରଣୀ ନଦୀରେ ଜଳ ପ୍ରବାହ ବୃଦ୍ଧି ପାଇବ, ମାତ୍ର ଏହା ବନ୍ୟା ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନା କମ୍। ଅନ୍ୟପକ୍ଷରେ, ବୁଢ଼ାବଳଙ୍ଗ ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଏହା ସତର୍କ ସଙ୍କେତ ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି। ତେଣୁ ଏହି ନଦୀ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ପାର୍ବଣ ପାଇଁ କମିଶନରେଟ୍ ପୋଲିସର ପ୍ରସ୍ତୁତି: ପୂଜା ମଣ୍ଡପରେ ସିସିଟିଭି ସହ ସାଦା ପୋଷାକରେ ମୁତୟନ ହେବେ ପୋଲିସ

ମହାନଦୀ ଅବବାହିକାରେ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ପ୍ରଭାବଶାଳୀ ରହିଛି ଏବଂ କୌଣସି ତୁରନ୍ତ ବିପଦ ନାହିଁ ବୋଲି ଇଆଇସି (EIC) ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ତଥାପି, ବିପଦସଙ୍କୁଳ ଅଞ୍ଚଳ ତଥା ନଦୀ କୂଳିଆ ବାସିନ୍ଦା ଏବଂ ଜିଲ୍ଲା ପ୍ରଶାସନକୁ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ସଜାଗ ଓ ପ୍ରସ୍ତୁତ ରହିବାକୁ ସେ ନିବେଦନ କରିଛନ୍ତି। ଯେକୌଣସି ପରିସ୍ଥିତିର ସାମ୍ନା କରିବା ପାଇଁ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ନବରଙ୍ଗପୁରରେ ଅଭାବନୀୟ ଘଟଣା: ଗଛରୁ ବିବାହିତ ଯୁବକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର