ସୁରଟ ରେଳ ଷ୍ଟେସନରେ ହାଇଡ୍ରାମା: ଟ୍ରେନରେ ଯାତ୍ରୀଙ୍କ ଉପରକୁ ଅଗ୍ନିନିର୍ବାପକ ଯନ୍ତ୍ର ସ୍ପ୍ରେ କଲେ ବିଦେଶୀ ନାଗରିକ, ପୋଲିସ ହେପାଜତରେ ମୃତ୍ୟୁ

Suryakanta Picture
Published On

ଗୁଜରାଟର ସୁରଟ ରେଳ ଷ୍ଟେସନ ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସହଯାତ୍ରୀଙ୍କ ସହ ମାରପିଟ୍ କରିବା ଏବଂ ସେମାନଙ୍କ ଉପରକୁ ଅଗ୍ନିନିର୍ବାପକ ଯନ୍ତ୍ର (ଫାୟାର ଏକ୍ସଟିଙ୍ଗୁଇସର୍) ସ୍ପ୍ରେ କରିଥିବା ଅଭିଯୋଗରେ ଅଟକ ଥିବା ଜଣେ ବିଦେଶୀ ନାଗରିକଙ୍କର ପୋଲିସ ହେପାଜତରେ ମୃତ୍ୟୁ ହୋଇଛି। ଗୋଲ୍ଡେନ୍ ଟେମ୍ପଲ୍ ଏକ୍ସପ୍ରେସ୍ ରେ ଏହି ହାଇଡ୍ରାମା ହେବା ପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରୁଥିବା ବେଳେ ତାଙ୍କର ରହସ୍ୟଜନକ ମୃତ୍ୟୁ ଘଟିଛି। ବର୍ତ୍ତମାନ ସରକାରୀ ରେଳ ପୋଲିସ (ଜିଆରପି) ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ କଷ୍ଟୋଡିଆଲ୍ ଡେଥ୍ (ହେପାଜତରେ ମୃତ୍ୟୁ) ତଦନ୍ତ ଆରମ୍ଭ କରାଯାଇଛି।

ଆହୁରି ପଢ଼ନ୍ତୁ: ଆଟଲାଣ୍ଟିକ୍ ମହାସାଗରର ନାମ ବଦଳାଇବାକୁ ଦାବି କଲେ ଡୋନାଲ୍ଡ ଟ୍ରମ୍ପ, ମନା କରିଦେଇଥିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ

ଟ୍ରେନରେ କ'ଣ ଘଟିଥିଲା?

ସୂଚନା ଅନୁଯାୟୀ, ଏହି ଘଟଣାଟି ଅଗଷ୍ଟ ୧୭ ତାରିଖ ରାତିରେ ଘଟିଥିଲା। ଉକ୍ତ ବିଦେଶୀ ନାଗରିକ ଜଣକ ମୁମ୍ବାଇର ବୋରିଭଲି ରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଗୋଲ୍ଡେନ୍ ଟେମ୍ପଲ୍ ଏକ୍ସପ୍ରେସ୍ ରେ ଯାତ୍ରା କରୁଥିଲେ। ଗୁଜରାଟର ବାପି ଷ୍ଟେସନ୍ ଛାଡିବା ପରେ ଟ୍ରେନ୍ ଗେଟ୍ ପାଖରେ ଠିଆ ହେବାକୁ କେନ୍ଦ୍ର କରି ଉକ୍ତ ବ୍ୟକ୍ତିଙ୍କର ଅନ୍ୟ ସହଯାତ୍ରୀଙ୍କ ସହ ବଚସା ଓ ପରେ ହାତାହାତି ହୋଇଥିଲା। ଏହି ସମୟରେ ଜଣେ ଯାତ୍ରୀ ୧୩୯ ରେଳ ହେଲ୍ପଲାଇନ୍ କୁ କଲ୍ କରି ଅଭିଯୋଗ କରିଥିଲେ। ପଶ୍ଚିମ ରେଳବାଇର ଭଦୋଦରା ଡିଭିଜନର ଏସପି ଅଭୟ ସୋନି ଙ୍କ କହିବା ଅନୁଯାୟୀ, ବିବାଦ ବଢ଼ିବା ପରେ ଉକ୍ତ ବିଦେଶୀ ନାଗରିକ ଟ୍ରେନରେ ଥିବା ଏକ ଅଗ୍ନିନିର୍ବାପକ ଯନ୍ତ୍ର ଆଣି ସହଯାତ୍ରୀଙ୍କ ଉପରକୁ ସ୍ପ୍ରେ କରିଦେଇଥିଲେ। ଏହାର ପ୍ରତିବାଦରେ କିଛି ଯାତ୍ରୀ ମଧ୍ୟ ତାଙ୍କୁ ଆକ୍ରମଣ କରିଥିଲେ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଦମ୍ମାମ ବିମାନବନ୍ଦରରେ ହୁଥି ଆକ୍ରମଣ: ଜଣେ ଭାରତୀୟଙ୍କ ମୃତ୍ୟୁ, ୨ ଆହତ

ପୋଲିସ ହେପାଜତରେ ମୃତ୍ୟୁ ଏବଂ ତଦନ୍ତ

ଟ୍ରେନ୍ ଟି ରାତିରେ ସୁରଟ ରେଳ ଷ୍ଟେସନ ରେ ପହଞ୍ଚିବା କ୍ଷଣି ପୂର୍ବରୁ ପ୍ରସ୍ତୁତ ଥିବା ପ୍ରାୟ ୧୫ ରୁ ୨୦ ଜିଆରପି ଓ ଆରପିଏଫ୍ କର୍ମଚାରୀ ତାଙ୍କୁ କାବୁ କରି ଟ୍ରେନରୁ ଓହ୍ଲାଇଥିଲେ। ପରେ ତାଙ୍କୁ ପ୍ଲାଟଫର୍ମ ନମ୍ବର ୧ ରେ ଥିବା ଆରପିଏଫ୍ ଥାନାକୁ ପଚରାଉଚରା ପାଇଁ ନିଆଯାଇଥିଲା। ମାତ୍ର ସେଠାରେ ପଚରାଉଚରା ଚାଲିଥିବା ବେଳେ ଉକ୍ତ ବ୍ୟକ୍ତି ଜଣକ ହଠାତ୍ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସର କହିବା ଅନୁଯାୟୀ ମୃତକଙ୍କ ବୟସ ପ୍ରାୟ ୪୫ ବର୍ଷ ହେବ ଏବଂ ସେ ଜଣେ ଆଫ୍ରିକୀୟ ନାଗରିକ ବୋଲି ଅନୁମାନ କରାଯାଉଛି। ତେବେ ତାଙ୍କ ପାଖରୁ କୌଣସି ପାସପୋର୍ଟ, ଭିସା କିମ୍ବା ପରିଚୟ ପତ୍ର ମିଳିପାରି ନାହିଁ। ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ କଷ୍ଟୋଡିଆଲ୍ ଡେଥ୍ ତଦନ୍ତ ଆରମ୍ଭ କରିଛି ଏବଂ ଶବ ବ୍ୟବଚ୍ଛେଦ ସହିତ ଫରେନ୍ସିକ୍ ଯାଞ୍ଚ ମଧ୍ୟ କରାଯାଉଛି।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ଉତ୍ତେଜନା: ଲୋହିତ ସାଗରରୁ ହରମୁଜ୍ ପ୍ରଣାଳୀ ଯାଏଁ ବିପଦରେ ଭାରତୀୟ ନାବିକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର