ବ୍ୟାନ୍ କରିବାର ଅଛି ତ କର, ମୋ ରୋଜଗାର କାହିଁକି ବନ୍ଦ କରୁଛ? ବିମଳ ଇଲାଇଚି AD ବିବାଦ ମଧ୍ୟରେ ଶାହରୁଖଙ୍କ ବୟାନ ଭାଇରାଲ୍

Suryakanta Picture
Published On

ବଲିଉଡର ତିନି ବଡ଼ ସୁପରଷ୍ଟାରଙ୍କ ଅଡ଼ୁଆ ବଢ଼ିଛି। ମହାରାଷ୍ଟ୍ର ଖାଦ୍ୟ ଏବଂ ଔଷଧ ପ୍ରଶାସନ (Maharashtra FDA) ପକ୍ଷରୁ ବଲିଉଡ୍ ଅଭିନେତା ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫ୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଲୋକପ୍ରିୟ ବ୍ରାଣ୍ଡ 'ବିମଲ ଇଲାଇଚି' (Vimal Elaichi) ର ଏକ ବିଜ୍ଞାପନରେ ଅଭିନୟ କରିବା ନେଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଆହୁରି ପଢ଼ନ୍ତୁ: 'ପୁଷ୍ପା ୨'ରେ ଶାଢ଼ୀ ପିନ୍ଧିବା ମୋ ଜୀବନର ସବୁଠାରୁ 'ଆଲଫା' କାମ: ଅଲ୍ଲୁ ଅର୍ଜୁନ

ସରୋଗେଟ୍ ବିଜ୍ଞାପନ (Surrogate Advertising) ଅଭିଯୋଗ

ମହାରାଷ୍ଟ୍ରରେ ପାନ ମସଲା ଏବଂ ତମାଖୁ ଜାତୀୟ ଦ୍ରବ୍ୟର ଉତ୍ପାଦନ ତଥା ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ତେବେ ଏଫଡିଏ (FDA) ର ଅଭିଯୋଗ ଅନୁଯାୟୀ, ଏହି କଳାକାରମାନେ ଇଲାଇଚି ନାମରେ ବେଆଇନ ବିମଲ ପାନ ମସଲା (Vimal Pan Masala) ର ପରୋକ୍ଷ ବା ସରୋଗେଟ୍ ପ୍ରଚାର କରୁଛନ୍ତି। ରାଜ୍ୟରେ ନିଷିଦ୍ଧ ଥିବା ଏକ ଉତ୍ପାଦକୁ ପରୋକ୍ଷ ଭାବରେ ପ୍ରୋତ୍ସାହିତ କରିବା ଆଇନର ଉଲ୍ଲଂଘନ ଅଟେ ବୋଲି ନୋଟିସ୍‌ରେ ଦର୍ଶାଯାଇଛି।

୧୫ ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ

ଏହି ବିବାଦୀୟ ବିଜ୍ଞାପନକୁ ନେଇ ମହାରାଷ୍ଟ୍ର ଏଫଡିଏ ତିନି ଅଭିନେତାଙ୍କୁ ଆସନ୍ତା ୧୫ ଦିନ ମଧ୍ୟରେ ସେମାନଙ୍କର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛି। ଯଦି ସେମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ସନ୍ତୋଷଜନକ ଉତ୍ତର ନ ଦିଅନ୍ତି, ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ଏହି ଘଟଣା ବର୍ତ୍ତମାନ ସେଲିବ୍ରିଟିମାନଙ୍କ ଦ୍ୱାରା ନିଷିଦ୍ଧ ସାମଗ୍ରୀର ବିଜ୍ଞାପନ ପ୍ରସଙ୍ଗକୁ ପୁଣି ଥରେ ଚର୍ଚ୍ଚାକୁ ଆଣିଛି。

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp