ମନୋରଞ୍ଜନ
ମହଙ୍ଗା ପଡ଼ିଲା ରୋଗୀଙ୍କଠୁ ଲାଞ୍ଚ, ଭିଜିଲାନ୍ସ ହାତରେ ଧରାପଡିଲେ ଡାକ୍ତର
ରେଢ଼ାଖୋଲ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେଏସ୍ଡିଏମ୍ଓ । ରୋଗୀଙ୍କଠାରୁ ୫ ହଜାର ୫୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେସମ୍ବଲପୁର ଭିଜିଲାନ୍ସ ହାତରେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ବିପିନ ବିହାରୀ ସାହୁ ଧରାପଡ଼ିଛନ୍ତି। ସୂଚନା ଅନୁଯାୟୀ, ରେଢାଖୋଲ ଅଞ୍ଚଳର ବସନ୍ତ ପ୍ରଧାନ ନାମକ ଜଣେ ରୋଗୀଙ୍କ ଠାରୁ ହାଇଡ୍ରୋସିଲ ଅପରେସନ ପାଇଁ ଡାକ୍ତର ବିପିନ ବିହାରୀ ସାହୁ ୫,୫୦୦ ଟଙ୍କା ଲାଞ୍ଚ ମାଗିଥିଲେ। ପରିବାର ଲୋକେ ଏ ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। […]
ରେଢ଼ାଖୋଲ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେଏସ୍ଡିଏମ୍ଓ । ରୋଗୀଙ୍କଠାରୁ ୫ ହଜାର ୫୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେସମ୍ବଲପୁର ଭିଜିଲାନ୍ସ ହାତରେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ବିପିନ ବିହାରୀ ସାହୁ ଧରାପଡ଼ିଛନ୍ତି।
ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର
ସୂଚନା ଅନୁଯାୟୀ, ରେଢାଖୋଲ ଅଞ୍ଚଳର ବସନ୍ତ ପ୍ରଧାନ ନାମକ ଜଣେ ରୋଗୀଙ୍କ ଠାରୁ ହାଇଡ୍ରୋସିଲ ଅପରେସନ ପାଇଁ ଡାକ୍ତର ବିପିନ ବିହାରୀ ସାହୁ ୫,୫୦୦ ଟଙ୍କା ଲାଞ୍ଚ ମାଗିଥିଲେ। ପରିବାର ଲୋକେ ଏ ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଆଜି ଭିଜିଲାନ୍ସ ଡାକ୍ତର ବିପିନଙ୍କୁ ଟଙ୍କା ନେଉଥିବା ସମୟରେ ଧରିଛି। ସେପଟେ ଟଙ୍କା ମାଗି ନ ଥିବା କଥା ସେ କହିଛନ୍ତି । ଡିସଚାର୍ଜ ହେବା ସମୟରେ ସେ ଜବରଦସ୍ତି ପଇସା ଆଣିକି ରଖିଦେଇଥିବା ଡାକ୍ତର କହିଛନ୍ତି ।






