ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଦୁଇଟି ପୁସ୍ତକ ‘ଆଜିର ଦିନଟି ମୋର’ ଏବଂ ‘ଉର୍ବଶୀର ଗାଁ’ ଉନ୍ମୋଚିତ

The Sakala Picture
Published On

ଆଜି ନବୀନ ନିବାସରେ ଦୁଇଟି ପୁସ୍ତକ ‘ଆଜିର ଦିନଟି ମୋର’ ଏବଂ ‘ଉର୍ବଶୀର ଗାଁ’ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପୁସ୍ତକ ‘ଆଜିର ଦିନଟି ମୋର’ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେଙ୍କ ଦ୍ବାରା ରଚିତ । ଏଥିରେ ସେ ତାଙ୍କ ଜୀବନର ସଂଘର୍ଷ ଓ ସଫଳତାକୁ ଅତି ଜୀବନ୍ତ ଭାବରେ ଉପସ୍ଥାପନ କରିଛନ୍ତି । ସଫଳତା ଉପରେ ସମସ୍ତଙ୍କର ଅଧିକାର ଅଛି । […]

ଆଜି ନବୀନ ନିବାସରେ ଦୁଇଟି ପୁସ୍ତକ ‘ଆଜିର ଦିନଟି ମୋର’ ଏବଂ ‘ଉର୍ବଶୀର ଗାଁ’ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପୁସ୍ତକ ‘ଆଜିର ଦିନଟି ମୋର’ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେଙ୍କ ଦ୍ବାରା ରଚିତ । ଏଥିରେ ସେ ତାଙ୍କ ଜୀବନର ସଂଘର୍ଷ ଓ ସଫଳତାକୁ ଅତି ଜୀବନ୍ତ ଭାବରେ ଉପସ୍ଥାପନ କରିଛନ୍ତି । ସଫଳତା ଉପରେ ସମସ୍ତଙ୍କର ଅଧିକାର ଅଛି । କିନ୍ତୁ ତାକୁ ଛୁଇଁବା ପାଇଁ ଦରକାର ଉଦ୍ୟମଶୀଳତା, ସାଧନା ଓ ପ୍ରତିବଦ୍ଧତା । ପୁସ୍ତକଟି ଯୁବ ସମାଜ ପାଇଁ ପ୍ରେରଣାଦାୟୀ ହେବା ସହିତ ପାଠକୀୟ ଆଦର ଲାଭ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

ସେହିପରି କବି ରବିପ୍ରିୟ ଦାଶଙ୍କ କବିତା ସଙ୍କଳନ ‘ଉର୍ବଶୀର ଗାଁ’ ପୁସ୍ତକରେ ପ୍ରକୃତିର ମହନୀୟତା ସହିତ ତାଙ୍କ ଜୀବନ ଯାତ୍ରାର ଅନୁଭବର ସାବଲୀଳ ଉପସ୍ଥାପନା କବିତା ଗୁଡିକୁ ଅଧିକ ଆକର୍ଷଣୀୟ କରିପାରିଛି । ମୁଖ୍ୟମନ୍ତ୍ରୀ ପୁସ୍ତକର ସଫଳତା କାମନା କରିଛନ୍ତି ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର