ବିବାହ ଭୋଜିରେ କୋଭିଡ୍ ନିୟମ ଉଲ୍ଲଂଘନ କରି ୮୫୦୦ ଫାଇନ୍ ଦେଲେ ଆୟୋଜକ

The Sakala Picture
Published On

ମହାମାରୀ କରୋନା ସଂକ୍ରମଣର ଭୟାଭୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ କଟକଣା ଜାରି କରିଛନ୍ତି । ବିବାହ କାର୍ଯ୍ୟ ପାଇଁ କେତେ ଲୋକ ଯୋଗ ଦେବେ ତାହା ମଧ୍ୟ ନିର୍ଦ୍ଧାରଣ କରିଛନ୍ତି । ମାତ୍ର ୫୦ ଜଣ ଲୋକଙ୍କୁ ନେଇ ବିବାହ କାର୍ଯ୍ୟ ସମ୍ପାଦନା କରିବା ପାଇଁ ନିୟମ ରହିଛି । ମାତ୍ର କିଛି ଅମାନିଆ ଅଛନ୍ତି ଯେଉଁମାନେ କି ଏହି ନିୟମକୁ ମାନୁନାହାନ୍ତି, ସବୁ ନିୟମକୁ ଫୁ କରି ଦେଉଛନ୍ତି । ଏକ ବିବାହ […]

ମହାମାରୀ କରୋନା ସଂକ୍ରମଣର ଭୟାଭୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ କଟକଣା ଜାରି କରିଛନ୍ତି । ବିବାହ କାର୍ଯ୍ୟ ପାଇଁ କେତେ ଲୋକ ଯୋଗ ଦେବେ ତାହା ମଧ୍ୟ ନିର୍ଦ୍ଧାରଣ କରିଛନ୍ତି । ମାତ୍ର ୫୦ ଜଣ ଲୋକଙ୍କୁ ନେଇ ବିବାହ କାର୍ଯ୍ୟ ସମ୍ପାଦନା କରିବା ପାଇଁ ନିୟମ ରହିଛି । ମାତ୍ର କିଛି ଅମାନିଆ ଅଛନ୍ତି ଯେଉଁମାନେ କି ଏହି ନିୟମକୁ ମାନୁନାହାନ୍ତି, ସବୁ ନିୟମକୁ ଫୁ କରି ଦେଉଛନ୍ତି । ଏକ ବିବାହ ଭୋଜିରେ ଶତାଧିକ ଲୋକ ଯୋଗ ଦେଇଥିବାରୁ ଆୟୋଜକ ଗଣିଛନ୍ତି ତଣ୍ଡ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆମ୍ବଝର ନୂଆପଲ୍ଲୀ ଗ୍ରାମରେ ।

ଆହୁରି ପଢ଼ନ୍ତୁ: ମାଣତ୍ରୀ ଏସଏସଡି ବାଳିକା ହଷ୍ଟେଲରେ ଝାଡ଼ାବାନ୍ତି ଆତଙ୍କ; ୩୫ରୁ ଉର୍ଦ୍ଧ୍ୱ ଛାତ୍ରୀ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି

ସୂଚନା ଅନୁଯାୟୀ, ଆମ୍ବଝର ନୂଆପଲ୍ଲୀ ଗ୍ରାମରେ ଦୟା ବିଶୋଇଙ୍କ ପୁଅ ନୀଳକଣ୍ଠଙ୍କର ଗତ ୮ ତାରିଖରେ ବାହାଘର ହୋଇଥିବା ବେଳେ ଆଜି ସେମାନେ ପୁରା ଗାଁ ଲୋକଙ୍କୁ ଭୋଜି ଦେବା ପାଇଁ ଆୟୋଜନ କରିଥିଲେ । ତେବେ କୌଣସି ସୂତ୍ରରୁ ଖବର ପାଇ ଭୋଜି ପାଖରେ ପହଞ୍ଚି ଥିଲେ ଖଲ୍ଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ ଓ ଖଲ୍ଲିକୋଟ ଥନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ।

ଆହୁରି ପଢ଼ନ୍ତୁ: ଆଦିବାସୀଙ୍କ ସମସ୍ୟାକୁ ନେଇ ବିଜେଡି ଏସଟି ସେଲର ଉଦ୍ବେଗ ପ୍ରକାଶ, ନବୀନଙ୍କ ନିକଟରେ ସମସ୍ୟା ବଖାଣିଲେ ଆଦିବାସୀ ନେତା

ପାଖାପାଖି ୨୦୦୦ ହଜାର ଲୋକଙ୍କ ପାଇଁ ରୋଷେଇ କରିଯାଇଥିଲା । ଭୋଜି ସ୍ଥଳରେ ରନ୍ଧା ଯାଇଥିବା ଚିକେନ, ଭାତ, ଡାଲି, ତରକାରି, ପାଏସ, ଖଟା ପ୍ରଭୁତି ସମସ୍ତ ଖାଦ୍ୟ ସାମଗ୍ରୀକୁ ନଷ୍ଟ କରାଯିବା ସହିତ ୮୫୦୦ ଟଙ୍କା ଫାଇନ ମଧ୍ୟ ଆଦାୟ କରାଯାଇଛି। ଆଗାମୀ ଦିନରେ ଏଭଳି କୋଭିଡ ନିୟମ ଉଲଂଘନ କରୁଥିବା ଲୋକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର କହିଛନ୍ତି।

ଆହୁରି ପଢ଼ନ୍ତୁ: ସାମ୍ବାଦିକଙ୍କ ସ୍ୱାଭିମାନ ଓ ସୁରକ୍ଷା ଦାବି: ସାମ୍ବାଦିକ ମିଳିତ ମହାମଞ୍ଚ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଅଫିସ ଆଗରେ ଗଣଧାରଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର