ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ : ଆରମ୍ଭ ହେଲା କୁଳପତି, କୁଳସଚିବ ନିଯୁକ୍ତି ପ୍ରକ୍ରିୟା

The Sakala Picture
Published On

ଭୁବନେଶ୍ୱର : ଚଳିତ ବର୍ଷ ଡିସେମ୍ବର ମାସ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ। ଓଡ଼ିଆ ଭାଷା ସମ୍ପର୍କରେ ହେବ ସ୍ୱତନ୍ତ୍ର ଗବେଷଣା। ଓଡ଼ିଆ ଭାଷା ଓ ପରମ୍ପରାର ସମୃଦ୍ଧି ପାଇଁ ୨୦୧୮ ମସିହାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବାବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ। ଏଥିପାଇଁ ପ୍ରସ୍ତୁତି ଜୋରଦାର୍‌‌ କରାଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି, କୁଳସଚିବ ଓ ବିତ୍ତ ନିୟନ୍ତ୍ରକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଅଗଷ୍ଟ ସୁଦ୍ଧା […]

ଭୁବନେଶ୍ୱର : ଚଳିତ ବର୍ଷ ଡିସେମ୍ବର ମାସ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ। ଓଡ଼ିଆ ଭାଷା ସମ୍ପର୍କରେ ହେବ ସ୍ୱତନ୍ତ୍ର ଗବେଷଣା। ଓଡ଼ିଆ ଭାଷା ଓ ପରମ୍ପରାର ସମୃଦ୍ଧି ପାଇଁ ୨୦୧୮ ମସିହାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବାବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ। ଏଥିପାଇଁ ପ୍ରସ୍ତୁତି ଜୋରଦାର୍‌‌ କରାଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି, କୁଳସଚିବ ଓ ବିତ୍ତ ନିୟନ୍ତ୍ରକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଅଗଷ୍ଟ ସୁଦ୍ଧା ନିଯୁକ୍ତି ପ୍ରକ୍ରୟା ସାରିବାକୁ ବିଭାଗ ଲକ୍ଷ୍ୟ ରଖିଛି। ଡିସେମ୍ବର ମାସରୁ ବିଶ୍ୱବିଦ୍ୟାଳୟକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରୁଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାର ଭଦ୍ରକ-ହରିଦାସପୁର ଏବଂ କଟକ-ପାରାଦୀପ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ

ଦେଶର ଷଷ୍ଠତମ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ‘ଓଡ଼ିଆ’ ଭାଷାର ବିକାଶ ତଥା ସମୃଦ୍ଧି ଉଦ୍ଦେଶ୍ୟରେ ରାଜ୍ୟ ସରକାର ସତ୍ୟବାଦୀରେ ପ୍ରତିଷ୍ଠା କରିଛନ୍ତି ଓଡ଼ିଆ ବିଶ୍ୱବିଦ୍ୟାଳୟ। ପଞ୍ଚସଖାଙ୍କ ବକୁଳବନର ମନୋରମ ପରିବେଶରେ ଏହାକୁ ପ୍ରତିଷ୍ଠା କରାଯାଇଥିବାବେଳେ ଆସନ୍ତା ବର୍ଷରୁ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବେ। ସେହିଭଳି ବିଶ୍ୱବିଦ୍ୟାଳୟର ଓଏସଡି(ସ୍ୱତନ୍ତ୍ର ଅଧିକାରୀ) ପାଇଁ ତିନି ଆଶାୟୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବାବେଳେ ଖୁବ୍‌‌ଶୀଘ୍ର ଉପଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ। ସତ୍ୟବାଦୀରେ ୨୫ ଏକର ଜମିରେ ଏହି ବିଶ୍ୱବିଦ୍ୟାଳୟ ନିର୍ମାଣ ହୋଇଥିବା ବେଳେ ଏଥି ପାଇଁ ୬୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଅନୁମୋଦନ କରାଯାଇଛି।

ଆହୁରି ପଢ଼ନ୍ତୁ: ବରିଷ୍ଠ ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ: ହିମାଂଶୁ କୁମାର ଲାଲ୍ ହେଲେ ଇଓଡବ୍ଲ୍ୟୁ ଆଇଜି

ଓବିସିସି(ଓଡ଼ିଶା ବ୍ରିଜ୍‌‌ ଆଣ୍ଡ କନଷ୍ଟ୍ରକସନ୍ସ) ଲିମିଟେଡ୍‌‌କୁ ନିର୍ମାଣ କାର୍ଯ୍ୟ ଦାୟିତ୍ୱ ଦିଆଯାଇଥିବାବେଳେ ନିର୍ମାଣ କାର୍ଯ୍ୟ ପାଇଁ ପ୍ରାୟ ୩୦ କୋଟି ଟଙ୍କା ମଞ୍ଜୁର ହୋଇଛି। ବିଶ୍ୱବିଦ୍ୟାଳୟର ଶ୍ରେଣୀ ଗୃହ, ପ୍ରଶାସନିକ ବିଲ୍ଡିଂ, ଲାଇବ୍ରେରୀ ଗୃହ, କାଫେଟେରିଆ, ହଷ୍ଟେଲ ବିଲ୍ଡିଂ ଆଦି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଛାତ୍ରାବାସ, ଶ୍ରେଣୀ ଗୃହ ଓ ଲାଇବ୍ରେରୀର ନିର୍ମାଣ କାର୍ଯ୍ୟ ମଧ୍ୟ ଜୋର୍‌‌ସୋର୍‌‌ରେ ଚାଲିଛି। ଜୁନ୍‌‌ ସୁଦ୍ଧା ଓବିସିସି ଉଚ୍ଚଶିକ୍ଷା ବିଭାଗକୁ କୋଠା ହସ୍ତାନ୍ତର କରିବ। ୨୦୨୪ରୁ ପିଲାଙ୍କ ନାମଲେଖା ଆରମ୍ଭ ପାଇଁ ଯୋଜନା ମଧ୍ୟ ରହିଛି। ତେବେ ପ୍ରଥମ ପର୍ଯ୍ୟାୟରେ କେଉଁ କେଉଁ ପାଠ୍ୟକ୍ରମ ଖୋଲିବ ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।

ଆହୁରି ପଢ଼ନ୍ତୁ: ବାରିପଦାରେ ଆନ୍ତଃରାଜ୍ୟ ବସଷ୍ଟାଣ୍ଡ ନିର୍ମାଣ ପାଇଁ ସମୂହ ଗଛକଟା ଘଟଣା: ଏନଜିଟିରେ ପୁଣି ଘୁଞ୍ଚିଲା ତାରିଖ, ନଭେମ୍ବର ୨୪ରେ ପରବର୍ତ୍ତୀ ଶୁଣାଣି

ପିଲାଙ୍କ ଆବଶ୍ୟକତା ଓ ଚାହିଦା ଅନୁସାରେ ପାଠ୍ୟକ୍ରମ ଖୋଲିବ। ତଥାପି ଓଡ଼ିଆ ଭାଷାର ବିଭିନ୍ନ ଦିଗ, ଏହାର ବୈଶିଷ୍ଟ୍ୟ ଓ ଇତିହାସ, ଭାଷା ଓ ଭାଷା ବିଜ୍ଞାନ, ଆଞ୍ଚଳିକ ଭାଷା ଅଧ୍ୟୟନ ଆଦି ସମ୍ପର୍କରେ ସ୍ନାତକୋତ୍ତର ବିଭାଗ ଖୋଲିବାକୁ ବିଚାରବିମର୍ଶ ହୋଇଛି। ସେହିପରି ଆସନ୍ତା ୨୦ ତାରିଖରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ବୈଠକ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଏଥିରେ ଉନ୍ନୟନ କମିଶନର, ଅର୍ଥ, ଆଇନ୍‌‌ ଓ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ।

ଶନିବାର ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ସତ୍ୟବାଦୀ ଗସ୍ତ କରିବା ସହ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ଶ୍ରୀ ସେଠୀ ଓଡ଼ିଶା ସେତୁ ନିର୍ମାଣ ନିଗମ(ଓବିସିସି)ର ପରିଚାଳନା ନିର୍ଦ୍ଦେଶକଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ବିଲ୍ଡିଂଗୁଡ଼ିକର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଜୁନ୍‌‌ ସୁଦ୍ଧା ନିର୍ମାଣ କାର୍ଯ୍ୟ ସରିବ ବୋଲି ଓବିସିସି ଦର୍ଶାଇଥିବାବେଳେ ଆସନ୍ତା ବର୍ଷରୁ ପିଲାଙ୍କ ପାଠପଢ଼଼ା ଆରମ୍ଭ ହେବା ନେଇ ସମସ୍ତ ପଦକ୍ଷେପ ଗ୍ରହଣ କରୁଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

19 Mar 2023 By The Sakala

ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ : ଆରମ୍ଭ ହେଲା କୁଳପତି, କୁଳସଚିବ ନିଯୁକ୍ତି ପ୍ରକ୍ରିୟା

ଭୁବନେଶ୍ୱର : ଚଳିତ ବର୍ଷ ଡିସେମ୍ବର ମାସ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ। ଓଡ଼ିଆ ଭାଷା ସମ୍ପର୍କରେ ହେବ ସ୍ୱତନ୍ତ୍ର ଗବେଷଣା। ଓଡ଼ିଆ ଭାଷା ଓ ପରମ୍ପରାର ସମୃଦ୍ଧି ପାଇଁ ୨୦୧୮ ମସିହାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବାବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ। ଏଥିପାଇଁ ପ୍ରସ୍ତୁତି ଜୋରଦାର୍‌‌ କରାଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି, କୁଳସଚିବ ଓ ବିତ୍ତ ନିୟନ୍ତ୍ରକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଅଗଷ୍ଟ ସୁଦ୍ଧା ନିଯୁକ୍ତି ପ୍ରକ୍ରୟା ସାରିବାକୁ ବିଭାଗ ଲକ୍ଷ୍ୟ ରଖିଛି। ଡିସେମ୍ବର ମାସରୁ ବିଶ୍ୱବିଦ୍ୟାଳୟକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରୁଛି।

ଦେଶର ଷଷ୍ଠତମ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ‘ଓଡ଼ିଆ’ ଭାଷାର ବିକାଶ ତଥା ସମୃଦ୍ଧି ଉଦ୍ଦେଶ୍ୟରେ ରାଜ୍ୟ ସରକାର ସତ୍ୟବାଦୀରେ ପ୍ରତିଷ୍ଠା କରିଛନ୍ତି ଓଡ଼ିଆ ବିଶ୍ୱବିଦ୍ୟାଳୟ। ପଞ୍ଚସଖାଙ୍କ ବକୁଳବନର ମନୋରମ ପରିବେଶରେ ଏହାକୁ ପ୍ରତିଷ୍ଠା କରାଯାଇଥିବାବେଳେ ଆସନ୍ତା ବର୍ଷରୁ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବେ। ସେହିଭଳି ବିଶ୍ୱବିଦ୍ୟାଳୟର ଓଏସଡି(ସ୍ୱତନ୍ତ୍ର ଅଧିକାରୀ) ପାଇଁ ତିନି ଆଶାୟୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବାବେଳେ ଖୁବ୍‌‌ଶୀଘ୍ର ଉପଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ। ସତ୍ୟବାଦୀରେ ୨୫ ଏକର ଜମିରେ ଏହି ବିଶ୍ୱବିଦ୍ୟାଳୟ ନିର୍ମାଣ ହୋଇଥିବା ବେଳେ ଏଥି ପାଇଁ ୬୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଅନୁମୋଦନ କରାଯାଇଛି।

ଓବିସିସି(ଓଡ଼ିଶା ବ୍ରିଜ୍‌‌ ଆଣ୍ଡ କନଷ୍ଟ୍ରକସନ୍ସ) ଲିମିଟେଡ୍‌‌କୁ ନିର୍ମାଣ କାର୍ଯ୍ୟ ଦାୟିତ୍ୱ ଦିଆଯାଇଥିବାବେଳେ ନିର୍ମାଣ କାର୍ଯ୍ୟ ପାଇଁ ପ୍ରାୟ ୩୦ କୋଟି ଟଙ୍କା ମଞ୍ଜୁର ହୋଇଛି। ବିଶ୍ୱବିଦ୍ୟାଳୟର ଶ୍ରେଣୀ ଗୃହ, ପ୍ରଶାସନିକ ବିଲ୍ଡିଂ, ଲାଇବ୍ରେରୀ ଗୃହ, କାଫେଟେରିଆ, ହଷ୍ଟେଲ ବିଲ୍ଡିଂ ଆଦି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଛାତ୍ରାବାସ, ଶ୍ରେଣୀ ଗୃହ ଓ ଲାଇବ୍ରେରୀର ନିର୍ମାଣ କାର୍ଯ୍ୟ ମଧ୍ୟ ଜୋର୍‌‌ସୋର୍‌‌ରେ ଚାଲିଛି। ଜୁନ୍‌‌ ସୁଦ୍ଧା ଓବିସିସି ଉଚ୍ଚଶିକ୍ଷା ବିଭାଗକୁ କୋଠା ହସ୍ତାନ୍ତର କରିବ। ୨୦୨୪ରୁ ପିଲାଙ୍କ ନାମଲେଖା ଆରମ୍ଭ ପାଇଁ ଯୋଜନା ମଧ୍ୟ ରହିଛି। ତେବେ ପ୍ରଥମ ପର୍ଯ୍ୟାୟରେ କେଉଁ କେଉଁ ପାଠ୍ୟକ୍ରମ ଖୋଲିବ ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।

ପିଲାଙ୍କ ଆବଶ୍ୟକତା ଓ ଚାହିଦା ଅନୁସାରେ ପାଠ୍ୟକ୍ରମ ଖୋଲିବ। ତଥାପି ଓଡ଼ିଆ ଭାଷାର ବିଭିନ୍ନ ଦିଗ, ଏହାର ବୈଶିଷ୍ଟ୍ୟ ଓ ଇତିହାସ, ଭାଷା ଓ ଭାଷା ବିଜ୍ଞାନ, ଆଞ୍ଚଳିକ ଭାଷା ଅଧ୍ୟୟନ ଆଦି ସମ୍ପର୍କରେ ସ୍ନାତକୋତ୍ତର ବିଭାଗ ଖୋଲିବାକୁ ବିଚାରବିମର୍ଶ ହୋଇଛି। ସେହିପରି ଆସନ୍ତା ୨୦ ତାରିଖରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ବୈଠକ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଏଥିରେ ଉନ୍ନୟନ କମିଶନର, ଅର୍ଥ, ଆଇନ୍‌‌ ଓ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ।

ଶନିବାର ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ସତ୍ୟବାଦୀ ଗସ୍ତ କରିବା ସହ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ଶ୍ରୀ ସେଠୀ ଓଡ଼ିଶା ସେତୁ ନିର୍ମାଣ ନିଗମ(ଓବିସିସି)ର ପରିଚାଳନା ନିର୍ଦ୍ଦେଶକଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ବିଲ୍ଡିଂଗୁଡ଼ିକର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଜୁନ୍‌‌ ସୁଦ୍ଧା ନିର୍ମାଣ କାର୍ଯ୍ୟ ସରିବ ବୋଲି ଓବିସିସି ଦର୍ଶାଇଥିବାବେଳେ ଆସନ୍ତା ବର୍ଷରୁ ପିଲାଙ୍କ ପାଠପଢ଼଼ା ଆରମ୍ଭ ହେବା ନେଇ ସମସ୍ତ ପଦକ୍ଷେପ ଗ୍ରହଣ କରୁଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର