ଶ୍ରୀମନ୍ଦିର ସୁରକ୍ଷା ନେଇ ପୁଣି ଉଠିଲା ପ୍ରଶ୍ନ, ସୋସିଆଲ ମିଡିଆରେ ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଦୃଶ୍ୟ…

The Sakala Picture
Published On

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ନେଇ ପୁଣି ଉଠିଲା ପ୍ରଶ୍ନ। ବାରମ୍ବାର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିର ଭିତର ଦୃଶ୍ୟ । ସାମାଜିକ ଗଣମାଧ୍ୟମରେ ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଭିଡିଓ। ମନ୍ଦିର ଭିତର ଦୃଶ୍ୟ ବାହାରକୁ ଆସିବା କିମ୍ବା ଫଟୋ ଓ ଭିଡ଼ିଓ ଉଠାଇବା ପାଇଁ ବାରଣ ରହିଥିଲେ ମଧ୍ୟ ଅନେକ ଥର ଏପରି ହେଉଛି। କୌଣସି ବ୍ୟକ୍ତିଙ୍କୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଓ କ୍ୟାମେରା ନେବା ଉପରେ ମଧ୍ୟ କଟକଣା ରହିଛି। ଶ୍ରୀମନ୍ଦିର […]

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ନେଇ ପୁଣି ଉଠିଲା ପ୍ରଶ୍ନ। ବାରମ୍ବାର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିର ଭିତର ଦୃଶ୍ୟ । ସାମାଜିକ ଗଣମାଧ୍ୟମରେ ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଭିଡିଓ। ମନ୍ଦିର ଭିତର ଦୃଶ୍ୟ ବାହାରକୁ ଆସିବା କିମ୍ବା ଫଟୋ ଓ ଭିଡ଼ିଓ ଉଠାଇବା ପାଇଁ ବାରଣ ରହିଥିଲେ ମଧ୍ୟ ଅନେକ ଥର ଏପରି ହେଉଛି। କୌଣସି ବ୍ୟକ୍ତିଙ୍କୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଓ କ୍ୟାମେରା ନେବା ଉପରେ ମଧ୍ୟ କଟକଣା ରହିଛି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ଶ୍ରୀମନ୍ଦିର ବେଢାର ଜଗମୋହନ ଓ ଚତୁର୍ଦ୍ଧାମୂର୍ତ୍ତି ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି। ବାଇଶି ପାହାଚ ସହ ଜଗମୋହନ ଓ ଗରୁଡସ୍ତମ୍ଭର ଭିଡିଓ ଭାଇରାଲ ହୋଇଛି। ବୃନ୍ଦାବନର ଜଣେ ଭକ୍ତ ଏହି ଭିଡିଓ ଭାଇରାଲ କରିଥିବା ଜଣାପଡିଛି। ଇନଷ୍ଟାଗ୍ରାମରେ ବାଙ୍କେ ବିହାରୀ ଅନନ୍ତ ନାମକ ଏକ ଆଇଡିରେ ଏହି ଭିଡିଓ ଅପଲୋଡ କରାଯାଇଥିଲା। ଗତକାଲି ରାତିରେ ଏହି ଭିଡିଓଟି ଇନଷ୍ଟାଗ୍ରାମ ଓ ଫେସବୁକରେ ଅପଲୋଡ କରାଯାଇଥିଲା। ତେବେ ବର୍ତ୍ତମାନ ୟୁଜର ଜଣକ ଏହି ଭିଡିଓକୁ ନିଜ ଆଇଡିରୁ ଡିଲିଟ୍‌ କରିଦେଇଥିବା ଜଣାପଡିଛି। ତେବେ ବାରାମ୍ବାର ଏଭଳି କାର୍ଯ୍ୟକଳାପ ବଢୁଥିବା ବେଳେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ଛିଡା ହୋଇଛି। ଏତେ କଡା ସୁରକ୍ଷା ଭିତରେ ଶ୍ରୀମନ୍ଦିର ଭିତରକୁ କ୍ୟାମେରା କିଭଳି ଯାଉଛି ସେ ନେଇ ସାଧାରଣେ ପ୍ରଶ୍ନ ଉଠିଛି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

19 Jan 2025 By The Sakala

ଶ୍ରୀମନ୍ଦିର ସୁରକ୍ଷା ନେଇ ପୁଣି ଉଠିଲା ପ୍ରଶ୍ନ, ସୋସିଆଲ ମିଡିଆରେ ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଦୃଶ୍ୟ…

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ନେଇ ପୁଣି ଉଠିଲା ପ୍ରଶ୍ନ। ବାରମ୍ବାର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିର ଭିତର ଦୃଶ୍ୟ । ସାମାଜିକ ଗଣମାଧ୍ୟମରେ ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଭିଡିଓ। ମନ୍ଦିର ଭିତର ଦୃଶ୍ୟ ବାହାରକୁ ଆସିବା କିମ୍ବା ଫଟୋ ଓ ଭିଡ଼ିଓ ଉଠାଇବା ପାଇଁ ବାରଣ ରହିଥିଲେ ମଧ୍ୟ ଅନେକ ଥର ଏପରି ହେଉଛି। କୌଣସି ବ୍ୟକ୍ତିଙ୍କୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଓ କ୍ୟାମେରା ନେବା ଉପରେ ମଧ୍ୟ କଟକଣା ରହିଛି।

ଶ୍ରୀମନ୍ଦିର ବେଢାର ଜଗମୋହନ ଓ ଚତୁର୍ଦ୍ଧାମୂର୍ତ୍ତି ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି। ବାଇଶି ପାହାଚ ସହ ଜଗମୋହନ ଓ ଗରୁଡସ୍ତମ୍ଭର ଭିଡିଓ ଭାଇରାଲ ହୋଇଛି। ବୃନ୍ଦାବନର ଜଣେ ଭକ୍ତ ଏହି ଭିଡିଓ ଭାଇରାଲ କରିଥିବା ଜଣାପଡିଛି। ଇନଷ୍ଟାଗ୍ରାମରେ ବାଙ୍କେ ବିହାରୀ ଅନନ୍ତ ନାମକ ଏକ ଆଇଡିରେ ଏହି ଭିଡିଓ ଅପଲୋଡ କରାଯାଇଥିଲା। ଗତକାଲି ରାତିରେ ଏହି ଭିଡିଓଟି ଇନଷ୍ଟାଗ୍ରାମ ଓ ଫେସବୁକରେ ଅପଲୋଡ କରାଯାଇଥିଲା। ତେବେ ବର୍ତ୍ତମାନ ୟୁଜର ଜଣକ ଏହି ଭିଡିଓକୁ ନିଜ ଆଇଡିରୁ ଡିଲିଟ୍‌ କରିଦେଇଥିବା ଜଣାପଡିଛି। ତେବେ ବାରାମ୍ବାର ଏଭଳି କାର୍ଯ୍ୟକଳାପ ବଢୁଥିବା ବେଳେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ଛିଡା ହୋଇଛି। ଏତେ କଡା ସୁରକ୍ଷା ଭିତରେ ଶ୍ରୀମନ୍ଦିର ଭିତରକୁ କ୍ୟାମେରା କିଭଳି ଯାଉଛି ସେ ନେଇ ସାଧାରଣେ ପ୍ରଶ୍ନ ଉଠିଛି।

https://www.thesakala.in/latest-odisha-news/another-video-footage-from-inside-puri-srimandir-goes-viral/article-38081
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର