ଦୁଇ ମୋଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା; ଜଣେ ମୃତ ୩ ଗୁରୁତର

The Sakala Picture
Published On

ଛେଣ୍ଡିପଦା : ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଦେଇ ଯାଇଥିବା ଅନୁଗୋଳ -ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର ଫୁଲଝରୀ ଛକ ନିକଟରେ ଦୁଇ ମୋଟରସାଇକେଲ ମଧ୍ୟରେ ଧକ୍କା ହେବା ସହିତ ଏକ ଯାତ୍ରୀବାହି ବସରେ ବାଡେଇ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।ମୃତ ଯୁବକ ଜଣକ ହେଲେ କୋରଡା ଗ୍ରାମର ସୁମନ୍ତ ନାଏକ ଓ ଗୁରୁତର ଆହତ ଯୁବକ ମାନେ ହେଲେ ପୁଟଗାଡିଆ ଗ୍ରାମର ମୁନା […]

ଛେଣ୍ଡିପଦା : ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଦେଇ ଯାଇଥିବା ଅନୁଗୋଳ -ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର ଫୁଲଝରୀ ଛକ ନିକଟରେ ଦୁଇ ମୋଟରସାଇକେଲ ମଧ୍ୟରେ ଧକ୍କା ହେବା ସହିତ ଏକ ଯାତ୍ରୀବାହି ବସରେ ବାଡେଇ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।ମୃତ ଯୁବକ ଜଣକ ହେଲେ କୋରଡା ଗ୍ରାମର ସୁମନ୍ତ ନାଏକ ଓ ଗୁରୁତର ଆହତ ଯୁବକ ମାନେ ହେଲେ ପୁଟଗାଡିଆ ଗ୍ରାମର ମୁନା ନାଏକ , ବିଜୟ ନାଏକ ଏବଂ କୁଣ୍ଢେଇଗୋଳା ଥାନା ରେଙ୍ଗାଳିପାଲି ଗ୍ରାମର ସସ୍ମିତା ନାଏକ ବୋଲି ଜଣା ପଡିଛି । ଘଟଣାରୁ ପ୍ରକାଶ ସବୁଦିନ ପରି ଯାତ୍ରୀବାହି ସୁଲୁ ବସ ଅନୁଗୋଳରୁ ଦେବଗଡ ଯାଉଥିବା ବେଳେ ଫୁଲଝରୀ ଛକ ନିକଟରେ ଛେଣ୍ଡିପଦାରୁ କୋଶଳା ପଟକୁ ଯାଉଥିବା ଏକ ମୋଟର ସାଇକେଲ ବିପରୀତ ଦିଗରୁ ଆସୁଥିବା ଆଉ ଏକ ମୋଟର ସାଇକେଲ ସହିତ ଧକ୍କା ହୋଇଥିଲା ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ସମସ୍ତଙ୍କ ସାମ୍ନାରେ ସ୍ତ୍ରୀକୁ ଛୁରାମାଡ଼ କଲା ନୃଶଂସ ସ୍ୱାମୀ

ଫଳରେ ଭାରସାମ୍ୟ ହରାଇ ମୋଟର ସାଇକେଲ ଚାଲକ କୋରଡା ଗ୍ରାମର ସୁମନ୍ତ ନାଏକ ବସରେ ବାଡେଇ ହୋଇ ଗୁରୁତର ଆହତ ହୋଇଥିବା ବେଳେ ଏହି ମୋଟର ସାଇକେଲରେ ବସିଥିବା ଜରପଡା ଥାନା ପୁଟଗାଡିଆ ଗ୍ରାମର ମୁନା ନାଏକ , ବିଜୟ ନାଏକ ମଟରସାଇକେଲରୁ ପଡି ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣ‍ା ସାଉଣ୍ଡ ଶୁଣି ସୁଲୁ ବସରେ ବସିଥିବା ଯାତ୍ରୀ ମାନେ ଭୟଭୀତ ହୋଇ ତଳକୁ ଉହ୍ଲାଇ ପଡିଥିଲେ ।ଏହି ସମୟରେ ବସଟି ଆଗକୁ ଗଡୁଥିବା ବେଳେ କୁଣ୍ଢେଇଗୋଳା ଥାନା ରେଙ୍ଗାଳିପାଲି ଗ୍ରାମର ଯାତ୍ରୀଙ୍କ ଗୋଡରେ ବସ ଚଢିଯିବା ଫଳରେ ସସ୍ମିତା ନାଏକ ଗୁରୁତର ଆହତ ହୋଇଥିଲେ ।

ସ୍ଥାନୀୟ ଲୋକମାନେ ଗୁରୁତର ଆହତ ସୁମନ୍ତ ନାଏକଙ୍କୁ କୋଶଳା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ପାବନି ,ବିଜୟ ଓ ମୁନା ନାଏକଙ୍କୁ ଛେଣ୍ଡିପଦା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି । ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସୁମନ୍ତ ନାଏକଙ୍କର ମୃତ୍ୟୁ ହୋଇଥିବା ବେଳେ ମୁନା ନାଏକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ଏବଂ ବିଜୟ ଓ ସସ୍ମିତା ନାଏକ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଖବରପାଇ ଛେଣ୍ଡିପଦା ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଦୁର୍ଘଟଣା ଗ୍ରସ୍ତ ବସ ଓ ମୋଟରସାଇକେଲକୁ ଜବତ କରିବା ସହିତ ଥାନାକୁ ଆଣି ତଦନ୍ତ ଜାରୀ ରଖିଛି ।

02 Oct 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର