ବରିଷ୍ଠ ମହିଳା ବିଧାୟିକା ହେବେ ଓଡିଶା ବିଧାନସଭାର ପରବର୍ତ୍ତୀ ବାଚସ୍ପତି !

The Sakala Picture
Published On

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳର ହେବ ପରିବର୍ତ୍ତନ। ଖୁବ୍‌ ଶିଘ୍ର ଗଠନ ହେବ ନବୀନଙ୍କ ନୂଆ ଟିମ୍‌। ଏନେଇ ପକ୍ରିୟା ଆରମ୍ଭ ହୋଇଯାଇଛି। ସମସ୍ତ ୨୦ ଜଣ ମନ୍ତ୍ରୀ ସାମୁହିକ ଇସ୍ତଫା ପତ୍ର ପ୍ରଦାନ କରିଥିବା ବେଳେ ବାଚସ୍ପତି ସୂର୍ଯ୍ଯନାରାୟଣ ପାତ୍ର ବି ନିଜ ପଦରୁ ଇସ୍ତଫା ଦେଇଛନ୍ତି।  ତେବେ ଓଡିଶା ବିଧାନସଭାର ପରବର୍ତ୍ତୀ ବାଚସ୍ପତି ଜଣେ ବରିଷ୍ଠ ମହିଳା ବିଧାୟିକା ହେବା ନେଇ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁଯାୟୀ, ରାଜ୍ୟପାଳ ପ୍ରଫେସର ଗଣେଶ […]

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳର ହେବ ପରିବର୍ତ୍ତନ। ଖୁବ୍‌ ଶିଘ୍ର ଗଠନ ହେବ ନବୀନଙ୍କ ନୂଆ ଟିମ୍‌। ଏନେଇ ପକ୍ରିୟା ଆରମ୍ଭ ହୋଇଯାଇଛି। ସମସ୍ତ ୨୦ ଜଣ ମନ୍ତ୍ରୀ ସାମୁହିକ ଇସ୍ତଫା ପତ୍ର ପ୍ରଦାନ କରିଥିବା ବେଳେ ବାଚସ୍ପତି ସୂର୍ଯ୍ଯନାରାୟଣ ପାତ୍ର ବି ନିଜ ପଦରୁ ଇସ୍ତଫା ଦେଇଛନ୍ତି।  ତେବେ ଓଡିଶା ବିଧାନସଭାର ପରବର୍ତ୍ତୀ ବାଚସ୍ପତି ଜଣେ ବରିଷ୍ଠ ମହିଳା ବିଧାୟିକା ହେବା ନେଇ ଚର୍ଚ୍ଚା ଜୋର ଧରିଛି।

ଆହୁରି ପଢ଼ନ୍ତୁ: ଅନୁଗୁଳର ନରହନ୍ତା ଦନ୍ତାକୁ ସାତକୋଶିଆରେ ଛାଡିବାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ

ସୂଚନା ଅନୁଯାୟୀ, ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ପୁରୀ ଗସ୍ତରେ ଅଛନ୍ତି। ସମ୍ଭବତଃ ଆଜି ରାତି ୮ ଟା ସୁଦ୍ଧା ରାଜଭବନ ପହଞ୍ଚିବେ ରାଜ୍ୟପାଳ। ଏଥିସହ ଆଜି ସନ୍ଧ୍ୟାରେ ରାଜ ଭବନରେ ପହଞ୍ଚିବ ନୂତନ ମନ୍ତ୍ରୀଙ୍କ ତାଲିକା। ଏଥର ମନ୍ତୀମଣ୍ଡଳ ତାଲିକରେ ଯୁବ ଓ ମହିଳା ବିଧାୟକଙ୍କୁ ପ୍ରାଧାନ୍ଯ ମିଳିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ନିଶା ଔଷଧ ସ୍ପ୍ରେ କରି ଘରୁ ୨୫ ଲକ୍ଷର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଓଡିଶା ରାଜନୈତିକ ଇତିହାସରେ ଆଜି ପର୍ଯ୍ଯନ୍ତ ବାଚସ୍ପତି ଭାବେ କୌଣସି ମହିଳାଙ୍କୁ ସୁଯୋଗ ମିଳିପାରିନାହିଁ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଇତିହାସରେ ଗାର ଟାଣିବାକୁ ଯାଉଛନ୍ତି । ଦଳର ଜଣେ ବରିଷ୍ଠ ମହିଳା ବିଧାୟକଙ୍କୁ ଦେବାକୁ ଯାଉଛନ୍ତି ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ମହିଳା ସଶକ୍ତିକରଣ ପ୍ରସଙ୍ଗ ଉଠାଉଥିବାବେଳେ ୩୩ ପ୍ରତିଶତ ମହିଳାଙ୍କୁ ରାଜନୀତିରେ ସଂରକ୍ଷଣ ଦେବାକୁ ନେଇ ବାରମ୍ବାର ଦାବି ଉପସ୍ଥାପନ କରିଛନ୍ତି । ଉଚ୍ଚ ସଦନ ଠାରୁ ନିମ୍ନ ସଦନ ପର୍ୟ୍ୟନ୍ତ ଏହି ପ୍ରସଙ୍ଗ ଉଠାଇ ଆସିଛି ବିଜୁ ଜନତା ଦଳ। ତେବେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଜେଡି ସୁପ୍ରିମୋ ମହିଳାଙ୍କୁ ୩୩ ପ୍ରତିଶତ ଆସନରେ ନିର୍ବାଚନ ଲଢିବାକୁ ସୁଯୋଗ ଦେଇଥିଲେ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ସରକାରରେ ପରିବର୍ତ୍ତନ କରିବାକୁ ଯାଉଥିବାବେଳେ ଜଣେ ବରିଷ୍ଠ ମହିଳାଙ୍କୁ ବାଚସ୍ପତି ଆସନ ଦେବା ନେଇ ଜୋରଦାର ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: ଯୁବକଙ୍କୁ ଅବକାରୀ ବିଭାଗର ଥାର୍ଡ ଡିଗ୍ରୀ ଘଟଣା: ଦୁଇ ଅଧିକାରୀଙ୍କୁ ନିଲମ୍ବିତ କଲେ କମିଶନର

04 Jun 2022 By The Sakala

ବରିଷ୍ଠ ମହିଳା ବିଧାୟିକା ହେବେ ଓଡିଶା ବିଧାନସଭାର ପରବର୍ତ୍ତୀ ବାଚସ୍ପତି !

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳର ହେବ ପରିବର୍ତ୍ତନ। ଖୁବ୍‌ ଶିଘ୍ର ଗଠନ ହେବ ନବୀନଙ୍କ ନୂଆ ଟିମ୍‌। ଏନେଇ ପକ୍ରିୟା ଆରମ୍ଭ ହୋଇଯାଇଛି। ସମସ୍ତ ୨୦ ଜଣ ମନ୍ତ୍ରୀ ସାମୁହିକ ଇସ୍ତଫା ପତ୍ର ପ୍ରଦାନ କରିଥିବା ବେଳେ ବାଚସ୍ପତି ସୂର୍ଯ୍ଯନାରାୟଣ ପାତ୍ର ବି ନିଜ ପଦରୁ ଇସ୍ତଫା ଦେଇଛନ୍ତି।  ତେବେ ଓଡିଶା ବିଧାନସଭାର ପରବର୍ତ୍ତୀ ବାଚସ୍ପତି ଜଣେ ବରିଷ୍ଠ ମହିଳା ବିଧାୟିକା ହେବା ନେଇ ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁଯାୟୀ, ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ପୁରୀ ଗସ୍ତରେ ଅଛନ୍ତି। ସମ୍ଭବତଃ ଆଜି ରାତି ୮ ଟା ସୁଦ୍ଧା ରାଜଭବନ ପହଞ୍ଚିବେ ରାଜ୍ୟପାଳ। ଏଥିସହ ଆଜି ସନ୍ଧ୍ୟାରେ ରାଜ ଭବନରେ ପହଞ୍ଚିବ ନୂତନ ମନ୍ତ୍ରୀଙ୍କ ତାଲିକା। ଏଥର ମନ୍ତୀମଣ୍ଡଳ ତାଲିକରେ ଯୁବ ଓ ମହିଳା ବିଧାୟକଙ୍କୁ ପ୍ରାଧାନ୍ଯ ମିଳିବ ବୋଲି ଜଣାପଡ଼ିଛି।

ଓଡିଶା ରାଜନୈତିକ ଇତିହାସରେ ଆଜି ପର୍ଯ୍ଯନ୍ତ ବାଚସ୍ପତି ଭାବେ କୌଣସି ମହିଳାଙ୍କୁ ସୁଯୋଗ ମିଳିପାରିନାହିଁ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଇତିହାସରେ ଗାର ଟାଣିବାକୁ ଯାଉଛନ୍ତି । ଦଳର ଜଣେ ବରିଷ୍ଠ ମହିଳା ବିଧାୟକଙ୍କୁ ଦେବାକୁ ଯାଉଛନ୍ତି ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ମହିଳା ସଶକ୍ତିକରଣ ପ୍ରସଙ୍ଗ ଉଠାଉଥିବାବେଳେ ୩୩ ପ୍ରତିଶତ ମହିଳାଙ୍କୁ ରାଜନୀତିରେ ସଂରକ୍ଷଣ ଦେବାକୁ ନେଇ ବାରମ୍ବାର ଦାବି ଉପସ୍ଥାପନ କରିଛନ୍ତି । ଉଚ୍ଚ ସଦନ ଠାରୁ ନିମ୍ନ ସଦନ ପର୍ୟ୍ୟନ୍ତ ଏହି ପ୍ରସଙ୍ଗ ଉଠାଇ ଆସିଛି ବିଜୁ ଜନତା ଦଳ। ତେବେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଜେଡି ସୁପ୍ରିମୋ ମହିଳାଙ୍କୁ ୩୩ ପ୍ରତିଶତ ଆସନରେ ନିର୍ବାଚନ ଲଢିବାକୁ ସୁଯୋଗ ଦେଇଥିଲେ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ସରକାରରେ ପରିବର୍ତ୍ତନ କରିବାକୁ ଯାଉଥିବାବେଳେ ଜଣେ ବରିଷ୍ଠ ମହିଳାଙ୍କୁ ବାଚସ୍ପତି ଆସନ ଦେବା ନେଇ ଜୋରଦାର ଚର୍ଚ୍ଚା ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର