‘ସକାଳ’ କାର୍ଯ୍ୟାଳୟରେ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ

The Sakala Picture
Published On

ଭୁବନେଶ୍ୱର: ଦୈନିକ ସମ୍ବାଦ ପତ୍ର ସକାଳ ମୁଖ୍ୟ କାର୍ଯ୍ୟାଳୟରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ସକାଳର ପ୍ରକାଶକ ଅମିତ ମଲ୍ଲିକ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଜାତୀୟ ସଙ୍ଗୀତ ଗାନ ସହ ଭାରତ ମାତା କି ଜୟ ଧ୍ୱନୀ ସମଗ୍ର ବାତାବରଣ ପ୍ରକମ୍ପିତ ହୋଇଥିଲା। ଏହି ଅବସରରେ ନନ୍ଦିଘୋଷ ଟିଭିର ମୁଖ୍ୟ ସଂପାଦକ ଶିଶିର ଭଟ୍ଟମିଶ୍ର, ଦୈନିକ ଖବରକାଗଜ ସକାଳର ବିରୋ ମୁଖ୍ୟ ରଞ୍ଜିତ ମହାନ୍ତିଙ୍କ ସମେତ ଅନେକ ବ୍ୟକ୍ତିବିଶେଷ ଓ ‘ସକାଳ’ର କର୍ମଚାରୀ  ସାମିଲ […]

ଭୁବନେଶ୍ୱର: ଦୈନିକ ସମ୍ବାଦ ପତ୍ର ସକାଳ ମୁଖ୍ୟ କାର୍ଯ୍ୟାଳୟରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ସକାଳର ପ୍ରକାଶକ ଅମିତ ମଲ୍ଲିକ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଜାତୀୟ ସଙ୍ଗୀତ ଗାନ ସହ ଭାରତ ମାତା କି ଜୟ ଧ୍ୱନୀ ସମଗ୍ର ବାତାବରଣ ପ୍ରକମ୍ପିତ ହୋଇଥିଲା।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ଆହୁରି ପଢ଼ନ୍ତୁ: ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ, ବନ ବିଭାଗର ତଦନ୍ତ ଆରମ୍ଭ

ଏହି ଅବସରରେ ନନ୍ଦିଘୋଷ ଟିଭିର ମୁଖ୍ୟ ସଂପାଦକ ଶିଶିର ଭଟ୍ଟମିଶ୍ର, ଦୈନିକ ଖବରକାଗଜ ସକାଳର ବିରୋ ମୁଖ୍ୟ ରଞ୍ଜିତ ମହାନ୍ତିଙ୍କ ସମେତ ଅନେକ ବ୍ୟକ୍ତିବିଶେଷ ଓ ‘ସକାଳ’ର କର୍ମଚାରୀ  ସାମିଲ ହୋଇଥିଲେ । ଏହି ଅବସରରେ ପ୍ରକାଶକ ଅମିତ ମଲ୍ଲିକ ଆମ ରାଷ୍ଟ୍ର ପାଇଁ ପ୍ରାଣବଳି ଦେଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମନେ ପକାଇବା ସହ ସମ୍ବିଧାନରେ ସ୍ଥାନ ପାଇଥିବା ସେମାନଙ୍କ ନୀତି ଓ ଆଦର୍ଶ ଅନୁସରଣ କରିବାକୁ ଆହ୍ୱାନ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ରାଉରକେଲା ଅବକାରୀ ଅଧୀକ୍ଷକ: ୫ ଲକ୍ଷ ଟଙ୍କାର ଲାଞ୍ଚ ଜବତ

ଏଥି ସହିତ ନନ୍ଦିଘୋଷ ଟିଭିର ମୁଖ୍ୟ ସଂପାଦକ ଶିଶିର ଭଟ୍ଟମିଶ୍ର ସମ୍ବିଧାନର ସୁରକ୍ଷା ପାଇଁ ମତ ରଖିବା ସହ ‘ସକାଳ’ର ସାମ୍ବାଦିକମାନଙ୍କୁ ଗଣତନ୍ତ୍ରର ମହାପର୍ବ ଅବସରରେ ଶୁଭେଚ୍ଛା ଜଣାଇଥିଲେ। ଆମକୁ ସମ୍ବିଧାନ ମୌଳିକ ଅଧିକାର ଦେଇଛି । ଏହା ସହିତ ଆମ ସମସ୍ତଙ୍କର ମୌଳିକ କର୍ତ୍ତବ୍ୟ ମଧ୍ୟ ରହିଛି । ଏ ଦୁଇଟିକୁ ଯେପରି ପାଳନ କରାଯିବ ସେନେଇ ଗୁରୁତ୍ୱ ଦେବାକୁ ସେ ମତ ରଖିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର