ରାଜଧାନୀରୁ ଜବତ ହେଲା ୨ବନ୍ଧୁକ ସହ ୧୦ରାଉଣ୍ଡ ଗୁଳି, ଅଭିଯୁକ୍ତ ଗିରଫ
ଭୁବନେଶ୍ୱର: ପୁଣି ରାଜଧାନୀରୁ ମିଳିଲା ବନ୍ଧୁକ । ଜବତ ହେଲା ୨ଟି ସେମି ଅଟୋମେଟିକ ବନ୍ଧୁକ ସାଙ୍ଗକୁ ୧୦ ରାଉଣ୍ଡ ଗୁଳି । ଅଭିଯୁକ୍ତକୁ କାବୁ କଲା ସ୍ପେଶାଲ କ୍ରାଇମ ୟୁନିଟ । ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ତଳସାହିର ଅମରେଶ ରାଉତ ଗିରଫ। ଅଭିଯୁକ୍ତ ଠାରୁ ୨ ଟି ମାଗାଜିନ ସମେତ ଜବତ ହୋଇଛି ଗୋଟିଏ ବାଇକ୍ । ସେପଟେ ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ ଖବର ଦେବା ପାଇଁ ନମ୍ବର ଜାରି କରିଛି ସ୍ପେଶାଲ କ୍ରାଇମ ୟୁନିଟ । 0674-2916383 ରେ କଲ୍ କରି ଅପରାଧୀଙ୍କ ସମ୍ପର୍କରେ ସୂଚନା ଦେଲେ ନାମ ଗୋପନ ରଖାଯିବ ବୋଲି ସୂଚନା ଦେଇଛନ୍ତି ସ୍ପେଶାଲ କ୍ରାଇମ ୟୁନିଟ ଡିସିପି ଅନୁପ କାନୁନଗୋ ।