ବିଧାନସଭାରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ବିଏମସି ଅଞ୍ଚଳରେ ଜବରଦଖଲ ହୋଇଛି ୫୦୦ ଏକର ସରକାରୀ ଜମି...

Deviprasad Mohanty Picture
Published On

ଭୁବନେଶ୍ବର: ବିଧାନସଭାରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ବିଏମସି ଅଞ୍ଚଳରେ ଜବରଦଖଲ ହୋଇଛି ୫୦୦ ଏକର ସରକାରୀ ଜମି। ବାପୁଜିନଗର, ଅଶୋକ ନଗର, ଗଙ୍ଗ ନଗର, ସହିଦ ନଗର, ସୂର୍ଯ୍ୟ ନଗର, ବମିଖାଲ, ଝାରପଡ଼ା, ପଟିଆ ଭଳି ଅଞ୍ଚଳରେ ପ୍ରଭାବଶାଳୀ ଜବର ଦଖଲ କରି ଛନ୍ତି ସରକାରୀ ଜମି। ସେହି ଜମିକୁ ଜବର ଦଖଲ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ଏଥିପାଇଁ ରାଜ୍ୟ ସରକାର ଗୋଟେ କମିଟି ଗଠନ କରି ଖୁବଶୀଘ୍ର ଜବର ଦଖଲ ଜମି ଉଚ୍ଛେଦ କରିବେ ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଚଳିତ ବର୍ଷ ୭୦ ଏକର ସରକାରୀ ଜମି ଜବରଦଖଲ ମୁକ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ‘ନିର୍ବାଚନ କମିଶନ ଏବେ ବିଜେପି କମିଶନ’

Join Us @ WhatsApp

About The Author

Google News
Join Us @ WhatsApp