ପାଣି ବେଲୁନ୍‌ରୁ ମହାଭାରତ! ରାସ୍ତା ମଝିରେ ଫିଲ୍ମି ଷ୍ଟାଇଲ୍ ମାରପିଟ୍

Suryakanta Picture
Published On

ହୋଲି ପର୍ବ ପୂର୍ବରୁ ଉତ୍ତରାଖଣ୍ଡର ଡେରାଡୁନ୍, ମସୁରୀ ଏବଂ ଋଷିକେଶ ଅଞ୍ଚଳରେ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ପାଣି ବେଲୁନ୍ ଫିଙ୍ଗିବାକୁ ନେଇ ରାସ୍ତା ମଝିରେ ଏକ ବଡ଼ ଧରଣର ହଙ୍ଗାମା ହୋଇଥିବା ଦେଖିବାକୁ ମିଳିଛି। ରିପୋର୍ଟ ଅନୁଯାୟୀ, କିଛି ଯୁବକ ରାସ୍ତାରେ ଯାଉଥିବା ଲୋକଙ୍କ ଉପରକୁ ବେଲୁନ୍ ଫିଙ୍ଗୁଥିଲେ, ଯାହାକୁ ବିରୋଧ କରିବାରୁ ପରିସ୍ଥିତି ବିଗିଡି ଯାଇଥିଲା।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ଫିଲ୍ମି ଷ୍ଟାଇଲରେ ହେଲା ମାରପିଟ୍

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ଯେତେବେଳେ କିଛି ଲୋକ ବେଲୁନ୍ ଫିଙ୍ଗିବାକୁ ବାରଣ କଲେ, ସେତେବେଳେ ସମ୍ପୃକ୍ତ ଯୁବକମାନେ ଉତ୍ତ୍ୟକ୍ତ ହୋଇ ଫିଲ୍ମି ଷ୍ଟାଇଲରେ ଝଗଡ଼ା ଆରମ୍ଭ କରିଦେଇଥିଲେ। କଥା କଟାକଟିରୁ ଆରମ୍ଭ ହୋଇଥିବା ଏହି ବିବାଦ ଶେଷରେ ହାତାହାତି ପର୍ଯ୍ୟନ୍ତ ପହଞ୍ଚିଥିଲା। ରାସ୍ତା ଉପରେ ଏଭଳି ଉତ୍ପାତ ଯୋଗୁଁ କିଛି ସମୟ ପାଇଁ ଟ୍ରାଫିକ୍ ଜାମ୍ ମଧ୍ୟ ହୋଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ପୋଲିସର କଡ଼ା ଚେତାବନୀ

ଏହି ଘଟଣା ପରେ ସ୍ଥାନୀୟ ପୋଲିସ ସତର୍କ ହୋଇଉଠିଛି। ଡେରାଡୁନ୍ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ହୋଲି ନାମରେ ହୁଲିଗାନିଜିମ୍ କିମ୍ବା ଜୋରଜବରଦସ୍ତି କାହା ଉପରେ ରଙ୍ଗ ବା ବେଲୁନ୍ ଫିଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପର୍ଯ୍ୟଟକମାନଙ୍କୁ ମଧ୍ୟ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଅପିଲ୍ କରାଯାଇଛି। ଭାଇରାଲ ଭିଡିଓ ଆଧାରରେ ପୋଲିସ ଘଟଣାର ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର