ବୈଶାଳୀରେ ହାଇଭୋଲଟେଜ୍ ଡ୍ରାମା: ପ୍ରେମିକାକୁ ନେଇ ଫେରାର ହେଉଥିବା ବେଳେ ପ୍ରେମିକକୁ ନିସ୍ତୁକ ମାଡ଼

Suryakanta Picture
Published On

ବିହାରର ବୈଶାଳୀ ଜିଲ୍ଲାରେ ଏକ ପ୍ରେମ ପ୍ରସଙ୍ଗକୁ ନେଇ ତୁମୁଳ କାଣ୍ଡ ଘଟିଯାଇଛି। ପ୍ରେମିକାକୁ ବାଇକ୍‌ରେ ବସାଇ ଫେରାର ହେଉଥିବା ବେଳେ ଯୁବକଙ୍କୁ ସ୍ଥାନୀୟ ଲୋକେ ଏବଂ ଯୁବତୀଙ୍କ ପରିବାର ଲୋକେ କାବୁ କରି ନିସ୍ତୁକ ମାଡ଼ ମାରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବା ପରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ରାସ୍ତା ଉପରେ ହାଇଭୋଲଟେଜ୍ ଡ୍ରାମା

ଘଟଣାଟି ବୈଶାଳୀ ଜିଲ୍ଲାର ଗୋରୌଲ ଚୌକ ଅଞ୍ଚଳରେ ଘଟିଛି। ସୂଚନା ଅନୁଯାୟୀ, ଜଣେ ଯୁବକ ବିବାହ ଉଦ୍ଦେଶ୍ୟରେ ନିଜ ପ୍ରେମିକାକୁ ନେଇ ବାଇକ୍ ଯୋଗେ ପଳାଇ ଯାଉଥିଲେ। ଏହି ସମୟରେ ଯୁବତୀଙ୍କ ପରିବାର ଲୋକେ ଖବର ପାଇ ସେମାନଙ୍କୁ ପିଛା କରିଥିଲେ। ଗୋରୌଲ ଓଭରବ୍ରିଜ୍ ନିକଟରେ ପରିବାର ଲୋକେ ଉଭୟଙ୍କୁ ଧରିବାରେ ସଫଳ ହୋଇଥିଲେ। ଏହା ପରେ ସେଠାରେ ଉପସ୍ଥିତ ଥିବା ଉତ୍ତ୍ୟକ୍ତ ଲୋକେ ଯୁବକ ଜଣଙ୍କୁ ଘେରିଯାଇ ପ୍ରବଳ ମାଡ଼ ମାରିବା ଆରମ୍ଭ କରିଥିଲେ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

ପୋଲିସର ହସ୍ତକ୍ଷେପ ଓ ଉଦ୍ଧାର

ରାସ୍ତା ମଝିରେ ଏଭଳି ହଙ୍ଗାମା ହେଉଥିବା ଦେଖି ସ୍ଥାନୀୟ ଲୋକଙ୍କ ଭିଡ଼ ଜମି ଯାଇଥିଲା। ଖବର ପାଇ ପୋଲିସ ଅଧିକାରୀ ରାହୁଲ କୁମାର ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ବହୁ କଷ୍ଟରେ ଉତ୍ତ୍ୟକ୍ତ ଭିଡ଼ କବଳରୁ ପ୍ରେମିକ ଏବଂ ତାଙ୍କ ସାଙ୍ଗଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା। ଅନ୍ୟପକ୍ଷରେ, ଯୁବତୀଙ୍କୁ ତାଙ୍କ ପରିବାର ଲୋକେ ବୁଝାସୁଝା କରି ଘରକୁ ନେଇଯାଇଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

କେମିତି ଗଢିଉଠିଥିଲା ସମ୍ପର୍କ?

ପୋଲିସ ସୂଚନା ମୁତାବକ, ମାଡ଼ ଖାଇଥିବା ଯୁବକଙ୍କ ପରିଚୟ ଅମିତ କୁମାର (ମହୁଆ ଥାନା ଅନ୍ତର୍ଗତ ଛତୱାରା ଗ୍ରାମ) ବୋଲି ଜଣାପଡିଛି। ଅମିତଙ୍କ ମାଉସୀ ଯୁବତୀଙ୍କ ଗାଁରେ ରୁହନ୍ତି, ଯେଉଁ କାରଣରୁ ଅମିତ ସେଠାକୁ ଯାଆସ କରୁଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ସୋମବାର ଦିନ ଅମିତ ନିଜ ସାଙ୍ଗ ରାହୁଲଙ୍କ ସହ ମିଶି ଯୁବତୀଙ୍କୁ ନେଇ ପଳାଉଥିବା ବେଳେ ଏହି ଘଟଣା ଘଟିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର