ଟମ୍ ହଲାଣ୍ଡ ଏବଂ ଜେଣ୍ଡାୟା ଗୁପ୍ତରେ କଲେ ବିବାହ? ବଡ଼ ଖୁଲାସା କଲେ ଷ୍ଟାଇଲିଷ୍ଟ ଲ' ରୋଚ୍

Suryakanta Picture
Published On

ହଲିଉଡର ସବୁଠାରୁ ଲୋକପ୍ରିୟ ଯୋଡ଼ି ଟମ୍ ହଲାଣ୍ଡ ଏବଂ ଜେଣ୍ଡାୟାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଏହି ଚର୍ଚ୍ଚିତ ଦମ୍ପତି ଗୁପ୍ତରେ ବିବାହ କରିସାରିଛନ୍ତି। ଜେଣ୍ଡାୟାଙ୍କ ଦୀର୍ଘ ଦିନର ଷ୍ଟାଇଲିଷ୍ଟ ଲ' ରୋଚ୍ (Law Roach) ନିକଟରେ ଏହି ସୂଚନା ଦେଇଛନ୍ତି, ଯାହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

କ'ଣ କହିଲେ ଲ' ରୋଚ୍?

୨୦୨୬ ଆକ୍ଟର ଆୱାର୍ଡସ୍ (2026 Actor Awards) ର ରେଡ୍ କାର୍ପେଟରେ 'ଆକ୍ସେସ୍ ହଲିଉଡ'କୁ ଏକ ସାକ୍ଷାତକାର ଦେବା ସମୟରେ ଲ' ରୋଚ୍ ଏହି ତଥ୍ୟ ପ୍ରକାଶ କରିଛନ୍ତି। ଯେତେବେଳେ ତାଙ୍କୁ ଟମ୍ ଏବଂ ଜେଣ୍ଡାୟାଙ୍କ ବିବାହ ଯୋଜନା ବିଷୟରେ ପଚରାଗଲା, ସେ ହସି ହସି ଉତ୍ତର ଦେଲେ, "ବିବାହ ହୋଇସାରିଛି, ଆପଣମାନେ ଏହାକୁ ମିସ୍ କରିଦେଇଛନ୍ତି"। ଏହା କୌଣସି ମଜାକ କି ବୋଲି ପଚରାଯିବାରୁ ସେ ଦୃଢ଼ ଭାବରେ କହିଲେ ଯେ ଏହା ସମ୍ପୂର୍ଣ୍ଣ ସତ୍ୟ।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

ସମ୍ପର୍କ ଏବଂ ନିର୍ବନ୍ଧ ଚର୍ଚ୍ଚା

ଉଲ୍ଲେଖଯୋଗ୍ୟ ଯେ, ଜାନୁଆରୀ ୨୦୨୫ରେ ଅନୁଷ୍ଠିତ ଗୋଲ୍ଡେନ୍ ଗ୍ଲୋବସ୍ (Golden Globes) ସମାରୋହରେ ଜେଣ୍ଡାୟାଙ୍କ ହାତରେ ଏକ ବଡ଼ ହୀରା ମୁଦି ଦେଖିବାକୁ ମିଳିଥିଲା, ଯାହା ପରେ ଉଭୟଙ୍କ ନିର୍ବନ୍ଧ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ୨୦୧୬ ମସିହାରେ 'ସ୍ପାଇଡର୍-ମ୍ୟାନ୍: ହୋମକମିଂ' ସେଟରେ ଉଭୟଙ୍କ ସାକ୍ଷାତ ହୋଇଥିଲା ଏବଂ ସେବେଠାରୁ ସେମାନଙ୍କ ସମ୍ପର୍କ ମଜବୁତ ରହିଛି।

ଆହୁରି ପଢ଼ନ୍ତୁ: 'ଦୃଶ୍ୟମ୍: ଦ କନକ୍ଲୁଜନ୍' ହେବ ଅଜୟ ଦେବଗନଙ୍କ ଶେଷ 'ଦୃଶ୍ୟମ୍', ମୋହନଲାଲଙ୍କ ଫିଲ୍ମ ଠାରୁ କାହିଁକି ଭିନ୍ନ ରହିବ କାହାଣୀ?

ପ୍ରଶଂସକଙ୍କ ଉତ୍ସାହ

ଏହି ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟିଛି। ଯଦିଓ ଟମ୍ କିମ୍ବା ଜେଣ୍ଡାୟାଙ୍କ ପକ୍ଷରୁ ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ, ତଥାପି ଲ' ରୋଚ୍‌ଙ୍କ ବୟାନକୁ ପ୍ରଶଂସକମାନେ ସତ ବୋଲି ଗ୍ରହଣ କରୁଛନ୍ତି। ଉଭୟ କଳାକାର ନିଜ ବ୍ୟକ୍ତିଗତ ଜୀବନକୁ ଗୋପନୀୟ ରଖିବାକୁ ପସନ୍ଦ କରନ୍ତି, ତେଣୁ ଏହି ଗୁପ୍ତ ବିବାହ ଖବର ସେମାନଙ୍କ ସ୍ୱଭାବ ସହ ମେଳ ଖାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp