ମନୋରଞ୍ଜନ
ଓଡ଼ିଶା
କିଶୋରୀଙ୍କୁ ମିଳିବ ସର୍ଭିକାଲ୍ କ୍ୟାନ୍ସର ଟୀକା, ୨୮ରେ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: କିଶୋରୀଙ୍କୁ ମିଳିବ ସର୍ଭିକାଲ କ୍ୟାନ୍ସର ବା ଜରାୟୁ କର୍କଟ ଟୀକା । କିଶୋରୀମାନଙ୍କୁ ସର୍ଭାଇକାଲ୍ କ୍ୟାନ୍ସରରୁ ସୁରକ୍ଷିତ ରଖିବା ପାଇଁ ଖୁବଶୀଘ୍ର ସାରା ଭାରତରେ HPV ବା ହ୍ୟୁମାନ ପାପିଲୋମା ଭାଇରସ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି ।ଓଡ଼ିଶାରେ ଆସନ୍ତା ୨୮ ତାରିଖରେ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ୧୪ ବର୍ଷ ଯାଏଁ ଝିଅଙ୍କୁ ସିଙ୍ଗଲ ଡୋଜ୍ ଦିଆଯିବ । ୧୪ରୁ ବାହାଘର ପର୍ଯ୍ୟନ୍ତ ୩ଟି ଡୋଜ୍ ଦିଆଯିବ । ଏନେଇ ଗାଇଡଲାଇନ୍ ଆଣିଛନ୍ତି କେନ୍ଦ୍ର ସରକାର । ସରକାରଙ୍କ ଏହି ଯୋଜନା ମାଧ୍ୟମରେ ପ୍ରତିବର୍ଷ ଦେଶର ପ୍ରାୟ ୧.୧୫ କୋଟି ୧୪ ବର୍ଷର କିଶୋରୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଟିକାକରଣ କରାଯିବ ଏବଂ ଏହି ସୁବିଧା ସମସ୍ତ ସରକାରୀ ଡାକ୍ତରଖାନାରେ ଉପଲବ୍ଧ ହେବ ।
ସେହିପରି ୨୦୨୬-୨୭ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ ଆରମ୍ଭ କରିବେ । ଏଥିରେ ୩୧୧ କୋଟି ଟଙ୍କା ଖର୍ଚ୍ଚ ହେବ । ଯେଉଁଥିରେ ସବୁ ପ୍ରକାର କର୍କଟ ରୋଗ ପ୍ରତିହତ କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।





