ଭୁବନେଶ୍ୱର ସୁପରମାର୍ଟରେ ଭୟାଭହ ଅଗ୍ନିକାଣ୍ଡ , ଗତ ରାତିରୁ ଜଳୁଥିବା ନିଆଁ ଏବେ ବି ଆସିନି ଆୟତ୍ତକୁ

Madhusudan Das Picture
Published On

ଭୁବନେଶ୍ୱର: ଜଳୁଛି ସୁପରମାର୍ଟ । ଲିଭୁନି ନିଆଁ । ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଧଉଳି ଥାନା ଶିଶୁପାଳଗଡ଼ ସ୍ଥିତ ନୂଆଗାଁ ନିକଟରେ ଥିବା ସୁପର ମାର୍ଟ ରେ ଭୟଙ୍କର ଅଗ୍ନିକାଣ୍ଡ। ତୃତୀୟ ମହଲାରେ ସୋମବାର ରାତି ସାଢ଼େ ୧୦ଟାରୁ ଏଯାଏ ହୁତୁହୁତ ହୋଇ ଜଳୁଛି ନିଆଁ । ନିଆଁ ଲିଭା କାର୍ଯ୍ୟରେ ୮ ଦମକଳ ଗାଡ଼ି ସହ ୨୫ଟି ଅଗ୍ନିଶମ ଟିମ୍ ଉଦ୍ୟମ ଜାରି ରଖିଛନ୍ତି। ତଥାପି ଆୟତ୍ତକୁ ଆସୁନି ନିଆଁ । ଜଳିପୋଡି ପାଉଁଶ ହେଲାଣି ଲକ୍ଷାଧିକ ଟଙ୍କାର ସାମଗ୍ରୀ ।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

୨ ଶହ ଫୁଟ ଉଚ୍ଚତାକୁ ଯାଇ ନିଆଁ ଲିଭାଇବାର କ୍ଷମତା ରଖୁଥିବା ହାଇଡ୍ରୋଲୋଇକ୍ ପ୍ଲାଟଫର୍ମ ନିୟୋଜିତ ଅଛି। ଷ୍ଟ୍ରାଇକିଂ ଫାୟାର ଫୋର୍ସ ନିଆଁ ଲିଭାଇବା ପାଇଁ ନୂଆ କୌଶଳ ଆପଣାଇଛି। ରୋବଟ୍ ଗାଡି ସହାୟତାରେ ମଧ୍ୟ ନିଆଁକୁ ଲଭାଇବାକୁ ଉଦ୍ୟମ କରାଯାଉଛି । ଏ ପର୍ଯ୍ୟନ୍ତ ଚତୁର୍ଥ ମହଲାରେ ନିଆଁ ବଳବତ୍ତର ରହିଛି । 

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ତେବେ ଏହି ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ତେବେ ବିଦ୍ୟୁତ୍ ସର୍ଟ୍ ସର୍କିଟ୍ କିମ୍ବା ଅନ୍ୟ କୌଣସି ଅସାବଧାନତା ଯୋଗୁଁ ଏହା ହୋଇଥିବା ଆଶଙ୍କା କରାଯାଉଛି ।  ଘଟଣାସ୍ଥଳରେ ପୁଲିସ୍ ଓ ଅଗ୍ନିଶମ ବାହିନୀ ତଦନ୍ତ ଜାରି ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର