ଭୁବନେଶ୍ୱର ସୁପରମାର୍ଟରେ ଭୟାଭହ ଅଗ୍ନିକାଣ୍ଡ , ଗତ ରାତିରୁ ଜଳୁଥିବା ନିଆଁ ଏବେ ବି ଆସିନି ଆୟତ୍ତକୁ

Madhusudan Das Picture
Published On

ଭୁବନେଶ୍ୱର: ଜଳୁଛି ସୁପରମାର୍ଟ । ଲିଭୁନି ନିଆଁ । ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଧଉଳି ଥାନା ଶିଶୁପାଳଗଡ଼ ସ୍ଥିତ ନୂଆଗାଁ ନିକଟରେ ଥିବା ସୁପର ମାର୍ଟ ରେ ଭୟଙ୍କର ଅଗ୍ନିକାଣ୍ଡ। ତୃତୀୟ ମହଲାରେ ସୋମବାର ରାତି ସାଢ଼େ ୧୦ଟାରୁ ଏଯାଏ ହୁତୁହୁତ ହୋଇ ଜଳୁଛି ନିଆଁ । ନିଆଁ ଲିଭା କାର୍ଯ୍ୟରେ ୮ ଦମକଳ ଗାଡ଼ି ସହ ୨୫ଟି ଅଗ୍ନିଶମ ଟିମ୍ ଉଦ୍ୟମ ଜାରି ରଖିଛନ୍ତି। ତଥାପି ଆୟତ୍ତକୁ ଆସୁନି ନିଆଁ । ଜଳିପୋଡି ପାଉଁଶ ହେଲାଣି ଲକ୍ଷାଧିକ ଟଙ୍କାର ସାମଗ୍ରୀ ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୮ରେ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି, ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମ

୨ ଶହ ଫୁଟ ଉଚ୍ଚତାକୁ ଯାଇ ନିଆଁ ଲିଭାଇବାର କ୍ଷମତା ରଖୁଥିବା ହାଇଡ୍ରୋଲୋଇକ୍ ପ୍ଲାଟଫର୍ମ ନିୟୋଜିତ ଅଛି। ଷ୍ଟ୍ରାଇକିଂ ଫାୟାର ଫୋର୍ସ ନିଆଁ ଲିଭାଇବା ପାଇଁ ନୂଆ କୌଶଳ ଆପଣାଇଛି। ରୋବଟ୍ ଗାଡି ସହାୟତାରେ ମଧ୍ୟ ନିଆଁକୁ ଲଭାଇବାକୁ ଉଦ୍ୟମ କରାଯାଉଛି । ଏ ପର୍ଯ୍ୟନ୍ତ ଚତୁର୍ଥ ମହଲାରେ ନିଆଁ ବଳବତ୍ତର ରହିଛି । 

ଆହୁରି ପଢ଼ନ୍ତୁ: ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ

ତେବେ ଏହି ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ତେବେ ବିଦ୍ୟୁତ୍ ସର୍ଟ୍ ସର୍କିଟ୍ କିମ୍ବା ଅନ୍ୟ କୌଣସି ଅସାବଧାନତା ଯୋଗୁଁ ଏହା ହୋଇଥିବା ଆଶଙ୍କା କରାଯାଉଛି ।  ଘଟଣାସ୍ଥଳରେ ପୁଲିସ୍ ଓ ଅଗ୍ନିଶମ ବାହିନୀ ତଦନ୍ତ ଜାରି ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ପୁଅକୁ ଡାକ୍ତର କରିବାକୁ ପଣ: ଋଣ ଶୁଝିବା ଯାଏଁ ଏସ୍‌ଏଚ୍‌ଜି ନିକଟରେ ବାର୍ଦ୍ଧକ୍ୟ କାର୍ଡ ବନ୍ଧକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର