Tuesday Horoscope: ମଙ୍ଗଳବାର ରାଶିଫଳ ( ୦୩-୦୩-୨୦୨୬ )

Madhusudan Das Picture
Published On

ମେଷ: ନୂଆ କାମ ପାଇଁ ଯୋଜନା ପ୍ରସ୍ତୁତ କରିବେ। ବିଦ୍ୟାର୍ଥୀ ପଢ଼ାରେ ଧ୍ୟାନ ଦେବେ। ଆୟ ଅନୁସାରେ ବ୍ୟୟ ହେବ। ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖାଦେଇପାରେ।  

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୨୮-୦୨-୨୦୨୬)

ବୃଷ: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପିତାମାତାଙ୍କ ଆଶୀର୍ବାଦରୁ ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି।  ଦୂରସ୍ଥାନକୁ ଯାତ୍ରା ଯୋଗ ରହିଛି। ମହିଳାମାନେ ସାମାଜିକ କାର୍ଯ୍ୟକ୍ରମରେ ସାମିଲ  ରହିବେ। 

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୦୨-୦୩-୨୦୨୬ )

ମିଥୁନ: ଦୀର୍ଘ ଦିନର ଆଶା ପୂରଣ ହେବ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟ ମିଳିପାରେ। ବିଦ୍ୟାର୍ଥୀ କ୍ୟାରିୟରକୁ ନେଇ ଚିନ୍ତିତ ରହିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। 

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ ( ୨୬-୦୨-୨୦୨୬ )

କର୍କଟ: ସଠିକ୍‌ ସମୟରେ ନିଷ୍ପତ୍ତି ନେବା ଜରୁରି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।  ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଯାନବାହନ କିଣି ପାରନ୍ତି। ପ୍ରେମିକ ପ୍ରେମିକାଙ୍କ ପାଇଁ ଦିନଟି ଭଲ। 

ସିଂହ: ଅଟକି ରହିଥିବା କାମ ପୂରା ହେବ। ନିଜ ଲୋକ ଶତ୍ରୁ ସାଜି ପାରନ୍ତି। ପିଲାମାନେ ଖେଳକୁଦରେ ସମୟ ଅତିବାହିତ କରିବେ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। 

କନ୍ୟା: ଯୋଜନା ମୁତାବକ କାମ କରନ୍ତୁ। ବୁଝି ବିଚାରି ଠିକ୍‌ ନିଷ୍ପତ୍ତି ନିଅନ୍ତୁ। ବନ୍ଧୁଙ୍କୁ ସାହାଯ୍ୟ କରିବେ। ଉଦ୍ଧାର ଦେଇଥିବା ଟଙ୍କା ଫେରି ପାଇବେ। ପରଚର୍ଚ୍ଚାଠାରୁ ଦୂରେଇ ରୁହନ୍ତୁ। 

ତୁଳା: ଆପଣଙ୍କ ପରିଶ୍ରମର ଫଳ ମିଳିବ। ଦୀର୍ଘ ଦିନର ଆଶା ପୂରଣ ହେବ। ପରିବାର ସଦସ୍ୟଙ୍କ ସହିତ ସମୟ ଅତିବାହିତ ହେବ। ଅତ୍ୟଧିକ କାମକୁ ନେଇ ଚିନ୍ତା ବଢ଼ିପାରେ। 

ବିଛା: ସାମାଜିକ କାର୍ଯ୍ୟକ୍ରମରେ ସାମିଲ ରହିବେ। ଲକ୍ଷ୍ୟ ପୂରା ହେବ। କଣ୍ଠଶିଳ୍ପୀଙ୍କ ପାଇଁ ଆଜି ଦିନଟି ବହୁତ ଭଲ।  ପୁରୁଣା ନିବେଶରୁ ଲାଭ ମିଳିବ। ପତିପତ୍ନୀଙ୍କ ମଧ୍ୟରେ ଭୁଲ ବୁଝାମଣା ହୋଇପାରେ।

ଧନୁ: ଆଜିର ଦିନରେ ବ୍ୟସ୍ତ ରହିପାରନ୍ତି। ଅଟକି ଥିବା ଧନ ଫେରି ପାଇବେ। ବିଦ୍ୟାର୍ଥୀ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଅତ୍ୟଧିକ କାମ ଚାପ ଚିନ୍ତା ବଢ଼ାଇପାରେ। 

ମକର: ଦିନଟି ସୁଖପ୍ରଦାନ କରିବ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଆୟ ଅନୁସାରେ ଅଧିକ ଖର୍ଚ୍ଚ ହେବ।  ଲୋକସମ୍ପର୍କ ବୃଦ୍ଧି ପାଇବ। ଅଫିସ୍‌ କାମ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। 

କୁମ୍ଭ: ବର୍ତ୍ତମାନ ସମୟ ଅନୁକୂଳ। ଅଟକି ଥିବା କାମ ପୂରା ହେବ। ଅଚାନକ ଖୁସି ଖବର ମିଳିପାରେ। ପିଲାମାନେ ଖେଳକୁଦରେ ସମୟ ଅତିବାହିତ କରିବେ। 

ମୀନ: ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ଘର ପାଇଁ ମୂଲ୍ୟବାନ ସାମଗ୍ରୀ କିଣିବେ। ଅଯଥା ଖର୍ଚ୍ଚ କରି ପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp