ପାରାଦୀପରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଦୁଷ୍କର୍ମ ପରେ ୪ ମହଲା କୋଠା ଉପରୁ ଠେଲି ଦେଲେ !
ପାରାଦ୍ଵୀପ: ତାରିଣୀଗଡାରୁ ମୃତ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା। ମିଳିଲା ଯୁବତୀଙ୍କ ପରିଚୟ। ଯୁବତୀଙ୍କ ଘର ତିର୍ତ୍ତୋଲ ଥାନା ଅଞ୍ଚଳରେ ବୋଲି ଜଣାପଡିଛି । ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୋଲିସ୍ ସନ୍ଦେହ କରୁଛି । ସୋମବାର ତାରେଣୀଗଡାରୁ ମିଳିଥିଲା ଯୁବତୀଙ୍କ ଉଲଗ୍ନ ମୃତଦେହ । ଯୁବତୀ ଗତ ଶନିବାର ଠାରୁ ନିଖୋଜ ଥିଲେ । ତେବେ ମୃତ ଯୁବତୀ ଜଣକ କ’ଣ ପାଇଁ ଘରୁ ପଳାଇ ଆସିଥିଲେ ତାହା ତାଙ୍କ ପରିବାର ପାରାଦୀପରେ ପହଞ୍ଚିଲା ପରେ ଜଣା ପଡ଼ିବ । ଘଟଣାରେ ସଂପୃକ୍ତ ଯୁବକମାନଙ୍କୁ ଥାନାରେ ଅକଟ ରଖିଛି ପୋଲିସ ।
ସୂଚନା ଅନୁସାରେ, ସାରଳା ରୋଡ ନିକଟରୁ ବିହାରର ଜଣେ ଯୁବକ ବାଇକରେ ଲିଫ୍ଟ ଦେବା ବାହାନାରେ ଜଣେ ଯୁବତୀଙ୍କୁ ପାରାଦୀପ ନେଇ ଆସିଥିଲେ । ପରେ ତାରିଣୀଗଡ଼ାରେ ଥିବା ଖୁଣ୍ଟିଆ ନିବାସକୁ ଆଣି ଗଣଦୁଷ୍କର୍ମ କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଲିଫ୍ଟ ଦେଇଥିବା ଯୁବକ ଜଣକ ଖୁଣ୍ଟିଆ ନିବାସରେ ଭଡ଼ାକୁ ରହି ପାରାଦୀପରେ ଏକ କମ୍ପାନିରେ ଶ୍ରମିକ ଭାବେ କାମ କରନ୍ତି ।





