ମନୋରଞ୍ଜନ
ଓଡ଼ିଶା
ଘର ଭିତରୁ ମହିଳାଙ୍କ ସନ୍ଦେହଜନକ ଝୁଲନ୍ତା ମୃତଦେହ ଉଦ୍ଧାର, ପରିବାର ଲୋକଙ୍କ ହତ୍ୟା ଅଭିଯୋଗ
ଭୁବନେଶ୍ୱର: ଘର ଭିତରୁ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ଝୁଲନ୍ତା ମୃତଦେହ ଉଦ୍ଧାର । ଭୁବନେଶ୍ବର ବଡ଼ଗଡ଼ ଥାନା ପାଣ୍ଡବ ନଗରର ମଇଁସିଖାଲ ତାରିଣୀ ବସ୍ତିରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳାଙ୍କ ନାମ ରୋଜାଲିନ ବେହେରା ବୋଲି ଜଣାପଡିଛି । ଶାଶୁ ଘର ଲୋକ ତାଙ୍କୁ ଯୌତୁକ ନିର୍ଯାତନା ଦେଉଥିବା ସହ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ପରିବାର ଲୋକ । ବରଗଡ଼ ଥାନା ପୋଲିସ ମୃତଦେହ ଜବତ କରି ପୋଷ୍ଟମୋର୍ଟମ ପାଇଁ କ୍ୟାପିଟାଲ ହସପିଟାଲ ପଠାଇବା ସହ ତଦନ୍ତ ଜାରି ରଖିଛି ।





