ସ୍ୱାମୀଙ୍କ ଅଜାଣତରେ ଲୁଚାଇଥିଲେ ଟଙ୍କା, ୯ ବର୍ଷ ପରେ ମିଳିଲା ପୁରୁଣା ୫୦୦ ଓ ୧୦୦୦ ନୋଟ୍; ଭିଡିଓ ଦେଖିଲେ ହସିବେ

Tapas Ranjan Nanda Picture
Published On

ନୂଆଦିଲ୍ଲୀ: ୨୦୧୬ ମସିହାରେ କେନ୍ଦ୍ର ସରକାର ଦେଶରେ ବିମୁଦ୍ରୀକରଣ ବା ନୋଟବନ୍ଦୀ ଲାଗୁ କରିଥିଲେ। ଏହି ସମୟରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ରାତାରାତି ଅଚଳ ହୋଇଯାଇଥିଲା। ତେବେ ନୋଟବନ୍ଦୀର ପ୍ରାୟ ୯ ବର୍ଷ ପରେ ଜଣେ ମହିଳାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମହିଳା ଜଣକ ନିଜ ସ୍ୱାମୀଙ୍କ ଅଜାଣତରେ କିଛି ଟଙ୍କା ସଞ୍ଚୟ କରି ଘରେ ଲୁଚାଇ ରଖିଥିଲେ, କିନ୍ତୁ ଯେତେବେଳେ ସେ ଏହାକୁ ଖୋଜି ପାଇଲେ ସେତେବେଳକୁ ସେଗୁଡିକ ଅଚଳ ଘୋଷିତ ହୋଇସାରିଥିଲା।

ଆହୁରି ପଢ଼ନ୍ତୁ: 'ମ୍ୟାଡମ୍, ମୋର ବାହାଘର ହୋଇନି ! ଜନଶୁଣାଣିରେ ମହିଳା ଆଇଏଏସ୍‌ଙ୍କୁ 'କନ୍ୟା' ମାଗିଲେ ଯୁବକ, ଭିଡିଓ ଭାଇରାଲ

କାନ୍ଦି ପକାଇଲେ ମହିଳା

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ମହିଳା ଜଣକ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବିଡା ଧରି କାନ୍ଦୁଛନ୍ତି। ତାଙ୍କ ଝିଅ ଏହି ଦୃଶ୍ୟକୁ ରେକର୍ଡ କରିବା ସହ ପଛରୁ ହସୁଥିବା ଶୁଣାଯାଉଛି। ଝିଅଟି ଭିଡିଓରେ କହୁଛନ୍ତି ଯେ, "ମୋ ମା’ କାନ୍ଦୁଛନ୍ତି। ସେ ବାପାଙ୍କଠାରୁ ଲୁଚାଇ ଏହି ପୁରୁଣା ନୋଟଗୁଡିକୁ ରଖିଥିଲେ। ଏବେ ସେ ଚିନ୍ତାରେ ଅଛନ୍ତି ଯେ ବ୍ୟାଙ୍କ ଏହାକୁ ଫେରାଇ ନେବ କି ନାହିଁ।" ମହିଳା ଜଣକ ହୁଏତ କୌଣସି ଜରୁରୀକାଳୀନ ପରିସ୍ଥିତି ପାଇଁ ଏହି ଟଙ୍କା ସଞ୍ଚୟ କରିଥିଲେ, କିନ୍ତୁ ଦୀର୍ଘ ଦିନ ଧରି ସେ ଏହା ବିଷୟରେ ଭୁଲି ଯାଇଥିଲେ।

ଆହୁରି ପଢ଼ନ୍ତୁ: ଜାଲୌନରେ ପ୍ରେମୀଯୁଗଳଙ୍କ ହାଇ ଭୋଲଟେଜ୍ ଡ୍ରାମା: ବିବାହକୁ ପରିବାରର ସ୍ୱୀକୃତି ନ ମିଳିବାରୁ ଦେହରେ ପେଟ୍ରୋଲ ଢାଳିଲେ

ଭିଡିଓ ଦେଖି ଲୋକେ ଦେଲେ ମଜାଦାର ପ୍ରତିକ୍ରିୟା

ଏହି ଭିଡିଓଟି ଇନଷ୍ଟାଗ୍ରାମରେ @ayushidixit___ ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। ଭିଡିଓ ଦେଖିବା ପରେ ୟୁଜର୍ସମାନେ ଭିନ୍ନ ଭିନ୍ନ ମଜାଦାର ପ୍ରତିକ୍ରିୟା ଦେଉଛନ୍ତି। ଜଣେ ୟୁଜର ମଜାରେ ଲେଖିଛନ୍ତି, "ଆରବିଆଇ ଯାଇ କଥା ହୁଅନ୍ତୁ, ବୋଧହୁଏ ବଦଳି ଯାଇପାରେ।" ଅନ୍ୟ ଜଣେ ଲେଖିଛନ୍ତି, "୯ ବର୍ଷ ପରେ ଆଣ୍ଟି ଆପଣଙ୍କର ଏକଥା ମନେ ପଡିଲା।" ଅନେକ ଲୋକ ମହିଳାଙ୍କ ସ୍ୱାମୀ ଏହି ବିଷୟ ଜାଣିବା ପରେ କଣ ପ୍ରତିକ୍ରିୟା ଦେଲେ, ତାହା ଦେଖିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, କଳାଧନ ରୋକିବା ପାଇଁ ସରକାର ୨୦୧୬ରେ ଏହି ପୁରୁଣା ନୋଟକୁ ବନ୍ଦ କରି ଦିଆଯାଇଥିଲେ, କିନ୍ତୁ ଆଜି ମଧ୍ୟ ଅନେକ ଲୋକଙ୍କ ଘରୁ ଏଭଳି ପୁରୁଣା ନୋଟ୍ ବାହାରୁଥିବା ଘଟଣା ସାମ୍ନାକୁ ଆସୁଛି।

02 Mar 2026 By Tapas Ranjan Nanda

ସ୍ୱାମୀଙ୍କ ଅଜାଣତରେ ଲୁଚାଇଥିଲେ ଟଙ୍କା, ୯ ବର୍ଷ ପରେ ମିଳିଲା ପୁରୁଣା ୫୦୦ ଓ ୧୦୦୦ ନୋଟ୍; ଭିଡିଓ ଦେଖିଲେ ହସିବେ

ନୂଆଦିଲ୍ଲୀ: ୨୦୧୬ ମସିହାରେ କେନ୍ଦ୍ର ସରକାର ଦେଶରେ ବିମୁଦ୍ରୀକରଣ ବା ନୋଟବନ୍ଦୀ ଲାଗୁ କରିଥିଲେ। ଏହି ସମୟରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ରାତାରାତି ଅଚଳ ହୋଇଯାଇଥିଲା। ତେବେ ନୋଟବନ୍ଦୀର ପ୍ରାୟ ୯ ବର୍ଷ ପରେ ଜଣେ ମହିଳାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମହିଳା ଜଣକ ନିଜ ସ୍ୱାମୀଙ୍କ ଅଜାଣତରେ କିଛି ଟଙ୍କା ସଞ୍ଚୟ କରି ଘରେ ଲୁଚାଇ ରଖିଥିଲେ, କିନ୍ତୁ ଯେତେବେଳେ ସେ ଏହାକୁ ଖୋଜି ପାଇଲେ ସେତେବେଳକୁ ସେଗୁଡିକ ଅଚଳ ଘୋଷିତ ହୋଇସାରିଥିଲା।

କାନ୍ଦି ପକାଇଲେ ମହିଳା

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ମହିଳା ଜଣକ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବିଡା ଧରି କାନ୍ଦୁଛନ୍ତି। ତାଙ୍କ ଝିଅ ଏହି ଦୃଶ୍ୟକୁ ରେକର୍ଡ କରିବା ସହ ପଛରୁ ହସୁଥିବା ଶୁଣାଯାଉଛି। ଝିଅଟି ଭିଡିଓରେ କହୁଛନ୍ତି ଯେ, "ମୋ ମା’ କାନ୍ଦୁଛନ୍ତି। ସେ ବାପାଙ୍କଠାରୁ ଲୁଚାଇ ଏହି ପୁରୁଣା ନୋଟଗୁଡିକୁ ରଖିଥିଲେ। ଏବେ ସେ ଚିନ୍ତାରେ ଅଛନ୍ତି ଯେ ବ୍ୟାଙ୍କ ଏହାକୁ ଫେରାଇ ନେବ କି ନାହିଁ।" ମହିଳା ଜଣକ ହୁଏତ କୌଣସି ଜରୁରୀକାଳୀନ ପରିସ୍ଥିତି ପାଇଁ ଏହି ଟଙ୍କା ସଞ୍ଚୟ କରିଥିଲେ, କିନ୍ତୁ ଦୀର୍ଘ ଦିନ ଧରି ସେ ଏହା ବିଷୟରେ ଭୁଲି ଯାଇଥିଲେ।

View this post on Instagram
 
A post shared by AD🧿 (@ayushidixit___)

ଭିଡିଓ ଦେଖି ଲୋକେ ଦେଲେ ମଜାଦାର ପ୍ରତିକ୍ରିୟା

ଏହି ଭିଡିଓଟି ଇନଷ୍ଟାଗ୍ରାମରେ @ayushidixit___ ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। ଭିଡିଓ ଦେଖିବା ପରେ ୟୁଜର୍ସମାନେ ଭିନ୍ନ ଭିନ୍ନ ମଜାଦାର ପ୍ରତିକ୍ରିୟା ଦେଉଛନ୍ତି। ଜଣେ ୟୁଜର ମଜାରେ ଲେଖିଛନ୍ତି, "ଆରବିଆଇ ଯାଇ କଥା ହୁଅନ୍ତୁ, ବୋଧହୁଏ ବଦଳି ଯାଇପାରେ।" ଅନ୍ୟ ଜଣେ ଲେଖିଛନ୍ତି, "୯ ବର୍ଷ ପରେ ଆଣ୍ଟି ଆପଣଙ୍କର ଏକଥା ମନେ ପଡିଲା।" ଅନେକ ଲୋକ ମହିଳାଙ୍କ ସ୍ୱାମୀ ଏହି ବିଷୟ ଜାଣିବା ପରେ କଣ ପ୍ରତିକ୍ରିୟା ଦେଲେ, ତାହା ଦେଖିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, କଳାଧନ ରୋକିବା ପାଇଁ ସରକାର ୨୦୧୬ରେ ଏହି ପୁରୁଣା ନୋଟକୁ ବନ୍ଦ କରି ଦିଆଯାଇଥିଲେ, କିନ୍ତୁ ଆଜି ମଧ୍ୟ ଅନେକ ଲୋକଙ୍କ ଘରୁ ଏଭଳି ପୁରୁଣା ନୋଟ୍ ବାହାରୁଥିବା ଘଟଣା ସାମ୍ନାକୁ ଆସୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp