୨୦୦ କୋଟିର ଏକାମ୍ର ପ୍ରକଳ୍ପ, ଆଜି ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ଏକାମ୍ର ନିର୍ବାଚନମଣ୍ଡଳୀରେ ୨୦୦କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଶିଳାନ୍ୟାସ କରିବେ। ଶିଳାନ୍ୟାସ କାର୍ଯ୍ୟକ୍ରମ ଲିଙ୍ଗିପୁର ପଞ୍ଚାୟତର ଜାଡୁମଲ୍ଲି ମନ୍ଦିର ନିକଟରେ ଅନୁଷ୍ଠିତ ହେବ। ଶିଳାନ୍ୟାସ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ମଧ୍ୟରେ ରହିଛି, ୨୨ କୋଟି ବ୍ୟୟରେ ଦୟା ଦକ୍ଷିଣ ପାର୍ଶ୍ବ ନଦୀବନ୍ଧର ସାଢ଼େ ୮ କି.ମି ରାସ୍ତାର ସୁଦୃଢ଼ୀକରଣ ଓ ପ୍ରଶସ୍ତୀକରଣ କାର୍ଯ୍ୟ। ସେହିପରି ୯୧କୋଟି ଟଙ୍କା ବ୍ୟୟରେ ଧଉଳି ନିକଟ ଦୟା […]

ଭୁବନେଶ୍ୱର: ଏକାମ୍ର ନିର୍ବାଚନମଣ୍ଡଳୀରେ ୨୦୦କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଶିଳାନ୍ୟାସ କରିବେ। ଶିଳାନ୍ୟାସ କାର୍ଯ୍ୟକ୍ରମ ଲିଙ୍ଗିପୁର ପଞ୍ଚାୟତର ଜାଡୁମଲ୍ଲି ମନ୍ଦିର ନିକଟରେ ଅନୁଷ୍ଠିତ ହେବ। ଶିଳାନ୍ୟାସ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ମଧ୍ୟରେ ରହିଛି, ୨୨ କୋଟି ବ୍ୟୟରେ ଦୟା ଦକ୍ଷିଣ ପାର୍ଶ୍ବ ନଦୀବନ୍ଧର ସାଢ଼େ ୮ କି.ମି ରାସ୍ତାର ସୁଦୃଢ଼ୀକରଣ ଓ ପ୍ରଶସ୍ତୀକରଣ କାର୍ଯ୍ୟ। ସେହିପରି ୯୧କୋଟି ଟଙ୍କା ବ୍ୟୟରେ ଧଉଳି ନିକଟ ଦୟା ନଦୀ ଗର୍ଭରେ ଜଳ ସଂରକ୍ଷଣ ବ୍ୟବସ୍ଥା ଗଠନ ବା ଇନ୍‌‌ ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର୍‌‌ ନିର୍ମାଣ କରାଯିବ। ଏହାଦ୍ୱାରା ଆଖପାଖ ଅଞ୍ଚଳରେ ଭୂ-ତଳ ଜଳସ୍ତର ବୃଦ୍ଧି ପାଇବା ସହ ଚାଷ ପାଇଁ ଜଳ ସମସ୍ୟା ଦୂର ହେବ। ସେହିପରି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୪୨କୋଟି ଟଙ୍କାରେ ବାସୁଆଘାଇ, ଧଉଳି, ଲିଙ୍ଗିପୁର, ଶିଶୁପାଳ, ଶିଶୁପାଳ ଗଡ଼, ଇଟିପୂର୍‌‌, ଟିକରପଡ଼ା ପ୍ରଭୂତି ୬ଟି ପଞ୍ଚାୟତରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବାସୁଅଘାଇ ଦୟା ନଦୀଠାରେ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବ। ଇଟିପୁରଠାରେ ମଧ୍ୟ ଟିପିସିଏଲ ପକ୍ଷରୁ ୧୭ କୋଟି ଟଙ୍କାର ଏକ ୩୩କେଭି ଗ୍ରିଡ୍‌ ସବ୍‌‌-ଷ୍ଟେସନ୍‌ ନିର୍ମାଣ କାର୍ଯ୍ୟକୁ ଶିଳାନ୍ୟାସ କରାଯିବ। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ବାସଭବନରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏ ସମ୍ପର୍କରେ ଆଲୋଚନା ହେବା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ କିପରି ସଫଳ ହେବ, ସେଥିପାଇଁ ସମସ୍ତ ସରପଞ୍ଚ, ସମିତି ସଭ୍ୟ, କର୍ପୋରେଟର, ଜିଲ୍ଲା ପରିଷଦ ଏବଂ ଦଳୀୟ ପଦାଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

15 Dec 2023 By The Sakala

୨୦୦ କୋଟିର ଏକାମ୍ର ପ୍ରକଳ୍ପ, ଆଜି ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏକାମ୍ର ନିର୍ବାଚନମଣ୍ଡଳୀରେ ୨୦୦କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଶିଳାନ୍ୟାସ କରିବେ। ଶିଳାନ୍ୟାସ କାର୍ଯ୍ୟକ୍ରମ ଲିଙ୍ଗିପୁର ପଞ୍ଚାୟତର ଜାଡୁମଲ୍ଲି ମନ୍ଦିର ନିକଟରେ ଅନୁଷ୍ଠିତ ହେବ। ଶିଳାନ୍ୟାସ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ମଧ୍ୟରେ ରହିଛି, ୨୨ କୋଟି ବ୍ୟୟରେ ଦୟା ଦକ୍ଷିଣ ପାର୍ଶ୍ବ ନଦୀବନ୍ଧର ସାଢ଼େ ୮ କି.ମି ରାସ୍ତାର ସୁଦୃଢ଼ୀକରଣ ଓ ପ୍ରଶସ୍ତୀକରଣ କାର୍ଯ୍ୟ। ସେହିପରି ୯୧କୋଟି ଟଙ୍କା ବ୍ୟୟରେ ଧଉଳି ନିକଟ ଦୟା ନଦୀ ଗର୍ଭରେ ଜଳ ସଂରକ୍ଷଣ ବ୍ୟବସ୍ଥା ଗଠନ ବା ଇନ୍‌‌ ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର୍‌‌ ନିର୍ମାଣ କରାଯିବ। ଏହାଦ୍ୱାରା ଆଖପାଖ ଅଞ୍ଚଳରେ ଭୂ-ତଳ ଜଳସ୍ତର ବୃଦ୍ଧି ପାଇବା ସହ ଚାଷ ପାଇଁ ଜଳ ସମସ୍ୟା ଦୂର ହେବ। ସେହିପରି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୪୨କୋଟି ଟଙ୍କାରେ ବାସୁଆଘାଇ, ଧଉଳି, ଲିଙ୍ଗିପୁର, ଶିଶୁପାଳ, ଶିଶୁପାଳ ଗଡ଼, ଇଟିପୂର୍‌‌, ଟିକରପଡ଼ା ପ୍ରଭୂତି ୬ଟି ପଞ୍ଚାୟତରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବାସୁଅଘାଇ ଦୟା ନଦୀଠାରେ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବ। ଇଟିପୁରଠାରେ ମଧ୍ୟ ଟିପିସିଏଲ ପକ୍ଷରୁ ୧୭ କୋଟି ଟଙ୍କାର ଏକ ୩୩କେଭି ଗ୍ରିଡ୍‌ ସବ୍‌‌-ଷ୍ଟେସନ୍‌ ନିର୍ମାଣ କାର୍ଯ୍ୟକୁ ଶିଳାନ୍ୟାସ କରାଯିବ। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ବାସଭବନରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏ ସମ୍ପର୍କରେ ଆଲୋଚନା ହେବା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ କିପରି ସଫଳ ହେବ, ସେଥିପାଇଁ ସମସ୍ତ ସରପଞ୍ଚ, ସମିତି ସଭ୍ୟ, କର୍ପୋରେଟର, ଜିଲ୍ଲା ପରିଷଦ ଏବଂ ଦଳୀୟ ପଦାଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି।

https://www.thesakala.in/latest-odisha-news/200-crore-ekmar-project-the-chief-minister-will-lay-foundation-stone-today/article-28242
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର