କମିଶନରେଟ ପୁଲିସ ପକ୍ଷରୁ ସ୍ପେଶାଲ ୱାରେଣ୍ଟ ଡ୍ରାଇଭ: ମୋଟ ୧୧୪ ଅଭିଯୁକ୍ତକୁ ଗିରଫ ପରେ କରାଯାଇଛି କୋର୍ଟ ଚାଲାଣ

The Sakala Picture
Published On

ଭୁବନେଶ୍ବର: ସହରରେ ବୃଦ୍ଧି ପାଉଥିବା ଅପରାଧକୁ ରୋକିବା ଲାଗି ଭୁବନେଶ୍ଵର ସହରାଞ୍ଚଳ ପୁଲିସ ଜିଲ୍ଲା ତରଫରୁ ଅନେକ ସମୟରେ ବିଭିନ୍ନ ପ୍ରକାର ଚଢଉ ଅଭିଯାନ ମାନ ଜାରି ରହିଥାଏ । ଏହି ଚଢଉ ଅଭିଯାନ ମାଧ୍ୟମରେ ବହୁ ପୁରୁଣା, ପେଷାଦାର, ଦୁର୍ଦ୍ଧାନ୍ତ ତଥା ଫେରାରୀ ଅପରାଧି ମାନଙ୍କୁ ଠାବ କରାଯିବା ସହ ସେମାନଙ୍କୁ କାବୁ କରାଯାଇ କୋର୍ଟକୁ ଚାଲାଣ କରାଯାଇଛି । ଏହି କ୍ରମରେ ମାନ୍ୟବର କୋର୍ଟଙ୍କ ତରଫରୁ ପୁରୁଣା ଫେରାରି ଅପର।ଧୀଙ୍କ ବିରୁଦ୍ଧରେ ଜାରି କରାଯାଇଥିବା […]

ଭୁବନେଶ୍ବର: ସହରରେ ବୃଦ୍ଧି ପାଉଥିବା ଅପରାଧକୁ ରୋକିବା ଲାଗି ଭୁବନେଶ୍ଵର ସହରାଞ୍ଚଳ ପୁଲିସ ଜିଲ୍ଲା ତରଫରୁ ଅନେକ ସମୟରେ ବିଭିନ୍ନ ପ୍ରକାର ଚଢଉ ଅଭିଯାନ ମାନ ଜାରି ରହିଥାଏ । ଏହି ଚଢଉ ଅଭିଯାନ ମାଧ୍ୟମରେ ବହୁ ପୁରୁଣା, ପେଷାଦାର, ଦୁର୍ଦ୍ଧାନ୍ତ ତଥା ଫେରାରୀ ଅପରାଧି ମାନଙ୍କୁ ଠାବ କରାଯିବା ସହ ସେମାନଙ୍କୁ କାବୁ କରାଯାଇ କୋର୍ଟକୁ ଚାଲାଣ କରାଯାଇଛି । ଏହି କ୍ରମରେ ମାନ୍ୟବର କୋର୍ଟଙ୍କ ତରଫରୁ ପୁରୁଣା ଫେରାରି ଅପର।ଧୀଙ୍କ ବିରୁଦ୍ଧରେ ଜାରି କରାଯାଇଥିବା ୱାରେଣ୍ଟ ଗୁଡିକୁ execution କରିବା ନିମିତ୍ତ କମିଶନରେଟ ପୁଲିସ ତରଫରୁ ଏକ ସ୍ପେଶାଲ ୱାରେଣ୍ଟଡ୍ରାଇଭ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ସୁନା ଲୋଭରେ ସମ୍ପର୍କରେ ଲାଗିଲା ରକ୍ତର ଛିଟା, ପ୍ରେମିକ ସହ ମିଶି ମଉସାଙ୍କୁ ହତ୍ୟା କଲା ଝିଆରୀ

ଏହି ଅଭିଯାନ ଗତ ତା ୧୫.୧୦.୨୨ ରିଖରୁ ତା.୨୨.୧୦.୨୦୨୨ ରିଖ ପର୍ଯ୍ୟନ୍ତ ମୋଟ ୭ଦିନ ଧରି ଚାଲି ଥିଲା । ଏହି ପରିପ୍ରେକ୍ଷୀରେ ମାନ୍ୟବର କୋର୍ଟଙ୍କ ଦ୍ଵାରା ଜାରି କରାଯାଇଥିବା ମୋଟ ୧୧୪ଜଣ ୱାରେଣ୍ଟକୁ ଗିରଫ କରାଯାଇ କୋର୍ଟ ଚାଲାଣ କରଯାଇଥିବା ବେଳେ, ୮୨ଟି ୱାରେଣ୍ଟକୁ ରିକଲ (Recall) କରାଯାଇଛି, ଏବଂ ଅନ୍ୟାନ୍ୟ କାରଣ ବଶତଃ ୫୮ଟି ୱାରେଣ୍ଟ ଗୁଡ଼ିକୁ ଜାରି କରିଥିବା ମାନ୍ୟବର କୋର୍ଟଙ୍କୁ ହସ୍ତାନ୍ତର କରାଯାଇଛି ।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

ଏହିକ୍ରମରେ ଗତ ଜାନୁଆରୀ ମାସ ତା.୦୧.୦୧.୨୦୨୨ ରିଖ ଠାରୁ ସେପ୍ଟେମ୍ବର ମାସ ତା.୩୦.୦୯.୨୦୨୨ ରିଖ ମଧ୍ୟରେ ୩୨୨ଜଣ ୱାରେଣ୍ଟିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରଯାଇଛି । ଏହାଦ୍ଵାରା ପଡ଼ିରହିଥିବା ପୁରୁଣା ମାମଲାର ଶୁଣାଣି ହୋଇ ଚୂଡ଼ାନ୍ତ ନିଷ୍ପତି ହୋଇ ପାରିବ ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର