ତିହାର ଜେଲରେ ଆତ୍ମସମର୍ପଣ କଲେ ଅଭିନେତା ରାଜପାଲ ଯାଦବ

Tapas Ranjan Nanda Picture
Published On

ବଲିଉଡର ଜଣାଶୁଣା ହାସ୍ୟ ଅଭିନେତା ରାଜପାଲ ଯାଦବ ଗୁରୁବାର ସନ୍ଧ୍ୟାରେ ତିହାର ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଚେକ୍ ବାଉନ୍ସ ମାମଲାରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ କୌଣସି ଆଶ୍ୱସ୍ତି ଦେବାକୁ ମନା କରିବା ସହ ତୁରନ୍ତ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ ଦେବା ପରେ ସେ ଏହି ପଦକ୍ଷେପ ନେଇଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କାଳକାଜୀ ମନ୍ଦିର ନିକଟରେ ପୋଲିସ ବେଶରେ ଆସି ନାବାଳିକାଙ୍କୁ ଗଣଦୁଷ୍କର୍ମ, ଏନକାଉଣ୍ଟର ପରେ ଜଣେ ଗିରଫ

ବିଚାରପତି ସ୍ୱର୍ଣ୍ଣା କାନ୍ତା ଶର୍ମା ରାଜପାଲ ଯାଦବଙ୍କୁ କଡ଼ା ସମାଲୋଚନା କରିଥିଲେ। ପୂର୍ବରୁ ଫେବୃଆରୀ ୪ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେ ଏହାକୁ ପାଳନ କରିନଥିବାରୁ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କେବଳ ଜଣେ ସେଲିବ୍ରିଟି କିମ୍ବା ନିର୍ଦ୍ଦିଷ୍ଟ ଇଣ୍ଡଷ୍ଟ୍ରିର ବ୍ୟକ୍ତି ହୋଇଥିବା କାରଣରୁ ଆଇନ କାହା ପାଇଁ "ସ୍ୱତନ୍ତ୍ର ପରିସ୍ଥିତି" ସୃଷ୍ଟି କରିପାରିବ ନାହିଁ।

ଆହୁରି ପଢ଼ନ୍ତୁ: ସ୍ୱାମୀ ସାଜିଲା ସଇତାନ: ୪ ମାସର ଶିଶୁ ଆଗରେ ମାଆକୁ ତାୱାରେ ପିଟି ପିଟି ମାରିଦେଲା ବାପା

ଜେଲ ଅଧିକାରୀଙ୍କ ସୂଚନା ଅନୁଯାୟୀ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜପାଲ ଯାଦବ ଗୁରୁବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଜେଲ ଅଧୀକ୍ଷକଙ୍କ ନିକଟରେ ହାଜର ହୋଇଥିଲେ। ଶୁଣାଣି ସମୟରେ ରାଜପାଲଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ ଯେ, ଅଭିନେତା ଟଙ୍କା ଯୋଗାଡ଼ କରିବାରେ ବ୍ୟସ୍ତ ଥିବାରୁ ଏବଂ ଠିକ ସମୟରେ ଦିଲ୍ଲୀ ପହଞ୍ଚି ପାରିନଥିବାରୁ ବିଳମ୍ବ ହୋଇଥିଲା। ତେବେ କୋର୍ଟ ଏହି ଯୁକ୍ତିକୁ ଅଗ୍ରାହ୍ୟ କରିଦେଇଥିଲେ।

ଆହୁରି ପଢ଼ନ୍ତୁ: ବଲିଉଡ୍ ଅଭିନେତା ମୁସ୍ତାକ ଖାନଙ୍କ ପରଲୋକ, ୫୭ ବର୍ଷ ବୟସରେ କ୍ୟାନ୍‌ସରରେ ଆଖି ବୁଜିଲେ ଅଭିନେତା

କୋର୍ଟ କହିଛନ୍ତି ଯେ ଆଇନର ଅବମାନନା କରୁଥିବା ବ୍ୟକ୍ତିଙ୍କୁ ବାରମ୍ବାର କ୍ଷମା ଦିଆଯାଇପାରିବ ନାହିଁ, କାରଣ ଏହା ଦ୍ୱାରା କୋର୍ଟ ନିର୍ଦ୍ଦେଶକୁ ଅଣଦେଖା କରାଯାଇପାରେ ବୋଲି ଭୁଲ ବାର୍ତ୍ତା ଯିବ। ପୂର୍ବରୁ ତାଙ୍କ ଅନୁରୋଧ କ୍ରମେ ଦୁଇ ଦିନ ଅଧିକ ସମୟ ଦିଆଯାଇଥିଲା, କିନ୍ତୁ ଏହାର ଅବମାନନାକୁ କୋର୍ଟ ଗୁରୁତର ସହ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp