ଅବସରକୁ ବାକି ଥିଲା ଗୋଟିଏ ଦିନ; ଭିଜିଲାନ୍ସ ଜାଲରେ ଭୁବନେଶ୍ୱରର RW ଡିଭିଜନ୍ ମୁଖ୍ୟ ଯନ୍ତ୍ରୀ, ଝରକା ପଟୁ ଫିଙ୍ଗିଲେ ବିଡ଼ା ବିଡ଼ା ଟଙ୍କା..

The Sakala Picture
Published On

ଭୁବନେଶ୍ବର: ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ ଘରେ ଭିଜିଲାନ୍ସ। ଭୁବନେଶ୍ବର RW ବିଭାଗ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ଭିଜିଲାନ୍ସ ରେଡ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍। ଅନୁଗୁଳର ଏକକାଳୀନ ୭ଟି ସ୍ଥାନରେ ଚାଲିଛି ରେଡ୍। ଅନୁଗୋଳ, ଢେଙ୍କାନାଳ, କଟକ ଟିମର ୮ଜଣିଆ ସଦସ୍ୟ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଅନୁଗୋଳ ଜିଲ୍ଲାର କରଡ଼ାଗାଡ଼ିଆ, ଲକେଇପସି, ମତିଆସାହି ଏବଂ ଶିକ୍ଷକପଡ଼ାରେ ଚଢ଼ଉ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା କରଡ଼ାଗାଡ଼ିଆରୁ […]

ଭୁବନେଶ୍ବର: ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ ଘରେ ଭିଜିଲାନ୍ସ। ଭୁବନେଶ୍ବର RW ବିଭାଗ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ଭିଜିଲାନ୍ସ ରେଡ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍। ଅନୁଗୁଳର ଏକକାଳୀନ ୭ଟି ସ୍ଥାନରେ ଚାଲିଛି ରେଡ୍। ଅନୁଗୋଳ, ଢେଙ୍କାନାଳ, କଟକ ଟିମର ୮ଜଣିଆ ସଦସ୍ୟ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଅନୁଗୋଳ ଜିଲ୍ଲାର କରଡ଼ାଗାଡ଼ିଆ, ଲକେଇପସି, ମତିଆସାହି ଏବଂ ଶିକ୍ଷକପଡ଼ାରେ ଚଢ଼ଉ ଜାରି ରହିଛି।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅକୱାନ' ମୁକାବିଲା: ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟରେ ଜିଲ୍ଲା ପ୍ରଶାସନକୁ ସହାୟତା ପାଇଁ ୧୪ ଅଧିକାରୀ ନିୟୋଜିତ

ବର୍ତ୍ତମାନ ସୁଦ୍ଧା କରଡ଼ାଗାଡ଼ିଆରୁ ୨ କୋଟି ୧ ଲକ୍ଷ ଟଙ୍କା ଜବତ ହୋଇଛି । ଘରୁ ମିଳୁଛି ପୁଳା ପୁଳା ସୁନା । ପୁଳା ପୁଳା ପାଟଶାଢ଼ୀ । କେବଳ ସେତିକି ନୁହେଁ, ନାମୀ ଦାମୀ ବ୍ରାଣ୍ଡର ହାତଘଣ୍ଟା । ଭିଜିଲାନ୍ସ ଅଧିକାରୀ ଏସବୁ ଦେଖି ଜଳକା ହୋଇଯାଇଛନ୍ତି । ଭିଜିଲାନ୍ସକୁ ଦେଖି ବୈକୁଣ୍ଠ ଝରକା ପଟୁ ବିଡ଼ା ବିଡ଼ା ଟଙ୍କା ଫିଙ୍ଗିଥିଲେ। ଅବସରକୁ ଆଉ ମାତ୍ର ଦିନଟିଏ ବାକି ଥିବା ହେଲେ ଏଭଳି ଧନର ସମ୍ଭାର ଦେଖି ଚକ୍କିତ ହୋଇଛି ଭିଜିଲାନ୍ସ ଟିମ ।

ଆହୁରି ପଢ଼ନ୍ତୁ: ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେଲା 'ଅକୱାନ'; ବାତ୍ୟା ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର