ଭଦ୍ରକରେ ପଡିଛି ଗଣ୍ଡି, ଭୁବନେଶ୍ବର କେମିତି ଆସିଲା ମୁଣ୍ଡ? ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ସନ୍ଦେହ……

The Sakala Picture
Published On

ଭୁବନେଶ୍ୱର : ଭୁବନେଶ୍ବରରେ ମୁଣ୍ଡ, ଭଦ୍ରକରେ ଗଣ୍ଡି। ଭୁବନେଶ୍ବର ରେଳଷ୍ଟେସନ୍‌ ନିକଟରୁ ଜିଆର୍‌ପି ପୁଲିସ୍‌ ଗତକାଲି ଜଣେ ଯୁବକଙ୍କ କଟାମୁଣ୍ଡ ଜବତ କରିଛି। ଯୁବକଙ୍କ ପରିଚୟ ମିଳିପାରିନାହିଁ। ସେହିପରି ଉକ୍ତ ଯୁବକଙ୍କ ଗଣ୍ଡି ଭଦ୍ରକ ଷ୍ଟେସନ୍‌ରେ ପଡ଼ିଥିବା କୁହାଯାଉଛି। ଏହି ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏହାକୁ ନେଇ ଭିନ୍ନଭିନ୍ନ ଆଲୋଚନା ହେଉଛି। ଯୁବକଜଣଙ୍କ ରେଳଧାରଣାରେ ଆତ୍ମହତ୍ୟା କରିଥିବା ବେଳେ ମୁଣ୍ଡଟି କୌଣସି କାରଣରୁ ଟ୍ରେନ୍‌ରେ ଭୁବନେଶ୍ବର ପର୍ଯ୍ୟନ୍ତ ଚାଲି ଆସିଥିବା ସନ୍ଦେହ କରାଯାଉଛି। […]

ଭୁବନେଶ୍ୱର : ଭୁବନେଶ୍ବରରେ ମୁଣ୍ଡ, ଭଦ୍ରକରେ ଗଣ୍ଡି। ଭୁବନେଶ୍ବର ରେଳଷ୍ଟେସନ୍‌ ନିକଟରୁ ଜିଆର୍‌ପି ପୁଲିସ୍‌ ଗତକାଲି ଜଣେ ଯୁବକଙ୍କ କଟାମୁଣ୍ଡ ଜବତ କରିଛି। ଯୁବକଙ୍କ ପରିଚୟ ମିଳିପାରିନାହିଁ। ସେହିପରି ଉକ୍ତ ଯୁବକଙ୍କ ଗଣ୍ଡି ଭଦ୍ରକ ଷ୍ଟେସନ୍‌ରେ ପଡ଼ିଥିବା କୁହାଯାଉଛି। ଏହି ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏହାକୁ ନେଇ ଭିନ୍ନଭିନ୍ନ ଆଲୋଚନା ହେଉଛି। ଯୁବକଜଣଙ୍କ ରେଳଧାରଣାରେ ଆତ୍ମହତ୍ୟା କରିଥିବା ବେଳେ ମୁଣ୍ଡଟି କୌଣସି କାରଣରୁ ଟ୍ରେନ୍‌ରେ ଭୁବନେଶ୍ବର ପର୍ଯ୍ୟନ୍ତ ଚାଲି ଆସିଥିବା ସନ୍ଦେହ କରାଯାଉଛି।

ଆହୁରି ପଢ଼ନ୍ତୁ: ଶ୍ୱଶୁର ଘରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ୱାମୀର ପରକୀୟା ପ୍ରୀତି ପାଇଁ ହତ୍ୟା ଅଭିଯୋଗ

ଅପରପକ୍ଷେ, ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ ବୋଲି କୁହାଯାଉଛି। ଦୁର୍ବୃତ୍ତମାନେ ଉକ୍ତ ଯୁବକଙ୍କୁ ହତ୍ୟା କରିବା ପରେ ପରିଚୟ ନଷ୍ଟ କରିବା ପାଇଁ ଜାଣିଶୁଣି ଏପରି କରିଥାଇପାରନ୍ତି ବୋଲି କୁହାଯାଉଛି। ଜିଆର୍‌ପି ମୁଣ୍ଡକୁ ଜବତ କରି ହସ୍ପିଟାଲକୁ ପଠାଇବା ସହ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏହାସହ ଭଦ୍ରକ ଜିଆର୍‌ପି ସହ ସମନ୍ବୟ ରକ୍ଷା କରି ତଦନ୍ତ ଚଳାଇଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ପୁଣି ଲଜ୍ଜା: ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରିରେ ଭୁବନେଶ୍ବର ରେଳ ଷ୍ଟେସନରେ ଥିବା କିଛି ଯାତ୍ରୀ ଧାରଣା ଉପରେ ଯୁବକଙ୍କ କଟାମୁଣ୍ଡ ପଡିଥିବା ଦେଖି ଜିଆରପିକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିବା ସହ ମୁଣ୍ଡକୁ ଜବତ କରି ହସ୍ପିଟାଲକୁ ପଠାଇଛି। ଅପରପକ୍ଷେ ଏହାକୁ ନେଇ କିଛି ସମୟ ପର୍ଯ୍ୟନ୍ତ ଷ୍ଟେସନ ପରିସରରେ ଭୟର ବାତାବରଣ ଖେଳିଯାଇଥିଲା।

ଆହୁରି ପଢ଼ନ୍ତୁ: ପାଟଣାଗଡ଼ରେ ଚାଞ୍ଚଲ୍ୟ: ସାମାନ୍ୟ କଳିରୁ ବଡ଼ ଭାଇକୁ ଖଟ କାଠରେ ପିଟିପିଟି ମାରିଦେଲା ସାନ ଭାଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର