ଭିଜିଲାନ୍ସ ଜାଲରେ ଜଙ୍ଗଲ ଜମି ବିଭାଗର ସଂଯୋଜିକା, ଜଙ୍ଗଲ ଜମି ପଟ୍ଟା କରି ଦେବା ପାଇଁ ନେଉଥିଲେ ଲାଞ୍ଚ

The Sakala Picture
Published On

ସମ୍ବଲପୁର: ଭିଜିଲାନ୍ସ ଜାଲରେ କୁଚିଣ୍ଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଙ୍ଗଲ ଜମି ବିଭାଗର ସଂଯୋଜିକା ନିଘତ ପରବୀନ। ଜଙ୍ଗଲ ଜମି ପଟ୍ଟା କରି ଦେବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। କିଛି ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବା ପାଇଁ ନିଘତ ପରବୀନ ୨୩ ହଜାର ଟଙ୍କା ମାଗିଥିଲେ। ପ୍ରଥମ କିସ୍ତିରେ ସେ ୧୫ ହଜାର ଟଙ୍କା ନେଇଥିଲେ। ଅଭିଯୋଗ ଅନୁଯାୟୀ, ବାକି ୮ […]

ସମ୍ବଲପୁର: ଭିଜିଲାନ୍ସ ଜାଲରେ କୁଚିଣ୍ଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଙ୍ଗଲ ଜମି ବିଭାଗର ସଂଯୋଜିକା ନିଘତ ପରବୀନ। ଜଙ୍ଗଲ ଜମି ପଟ୍ଟା କରି ଦେବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। କିଛି ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବା ପାଇଁ ନିଘତ ପରବୀନ ୨୩ ହଜାର ଟଙ୍କା ମାଗିଥିଲେ। ପ୍ରଥମ କିସ୍ତିରେ ସେ ୧୫ ହଜାର ଟଙ୍କା ନେଇଥିଲେ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ଅଭିଯୋଗ ଅନୁଯାୟୀ, ବାକି ୮ ହଜାର ଟଙ୍କା ନଦେଲେ କାମ ହେବ ନାହିଁ ବୋଲି ସେ କହିଥିଲେ। ଏହି ସମସ୍ତ ହିତାଧିକାରୀ ଗରିବ ଶ୍ରେଣୀର ହୋଇଥିବାରୁ ଏତେ ଟଙ୍କା ଦେବାକୁ ସମର୍ଥ ନଥିଲେ। ତେଣୁ ସେମାନଙ୍କ ମଧ୍ୟରୁ ଜଣେ ଯାଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଏହା ପରେ ଯୋଜନା ମୁତାବକ ସେ ଆଜି ବାକି ୮ ହଜାର ଟଙ୍କା ନେଇ ନିଘତ ପରବୀନଙ୍କୁ ତାଙ୍କ କାର୍ଯ୍ଯାଳୟରେ ଦେଇଥିଲେ। ନିଘତ ପରବୀନ ଲାଞ୍ଚ ଅର୍ଥ ଗ୍ରହଣ କରିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି। ପରେ ନିଘତ ପରବୀନଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

11 Mar 2024 By The Sakala

ଭିଜିଲାନ୍ସ ଜାଲରେ ଜଙ୍ଗଲ ଜମି ବିଭାଗର ସଂଯୋଜିକା, ଜଙ୍ଗଲ ଜମି ପଟ୍ଟା କରି ଦେବା ପାଇଁ ନେଉଥିଲେ ଲାଞ୍ଚ

ସମ୍ବଲପୁର: ଭିଜିଲାନ୍ସ ଜାଲରେ କୁଚିଣ୍ଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଙ୍ଗଲ ଜମି ବିଭାଗର ସଂଯୋଜିକା ନିଘତ ପରବୀନ। ଜଙ୍ଗଲ ଜମି ପଟ୍ଟା କରି ଦେବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। କିଛି ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବା ପାଇଁ ନିଘତ ପରବୀନ ୨୩ ହଜାର ଟଙ୍କା ମାଗିଥିଲେ। ପ୍ରଥମ କିସ୍ତିରେ ସେ ୧୫ ହଜାର ଟଙ୍କା ନେଇଥିଲେ।

ଅଭିଯୋଗ ଅନୁଯାୟୀ, ବାକି ୮ ହଜାର ଟଙ୍କା ନଦେଲେ କାମ ହେବ ନାହିଁ ବୋଲି ସେ କହିଥିଲେ। ଏହି ସମସ୍ତ ହିତାଧିକାରୀ ଗରିବ ଶ୍ରେଣୀର ହୋଇଥିବାରୁ ଏତେ ଟଙ୍କା ଦେବାକୁ ସମର୍ଥ ନଥିଲେ। ତେଣୁ ସେମାନଙ୍କ ମଧ୍ୟରୁ ଜଣେ ଯାଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଏହା ପରେ ଯୋଜନା ମୁତାବକ ସେ ଆଜି ବାକି ୮ ହଜାର ଟଙ୍କା ନେଇ ନିଘତ ପରବୀନଙ୍କୁ ତାଙ୍କ କାର୍ଯ୍ଯାଳୟରେ ଦେଇଥିଲେ। ନିଘତ ପରବୀନ ଲାଞ୍ଚ ଅର୍ଥ ଗ୍ରହଣ କରିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି। ପରେ ନିଘତ ପରବୀନଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

https://www.thesakala.in/crime/nighat-parbeen-forest-rights-assistant-kuchinda-has-been-apprehended-by-odisha-vigilance/article-30581
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର