ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ବିକଳ୍ପ ତୈଳ ସନ୍ଧାନରେ ଭାରତ : ସାଉଦୀ ଆରବରୁ ଏକ-ତୃତୀୟାଂଶ ଆମଦାନୀ କମାଇବ ଭାରତ

The Sakala Picture
Published On

ନୂଆଦିଲ୍ଲୀ  : ଆଗକୁ ଅଶୋଧିତ ତୈଳ ଲାଗି ଭାରତ ସାଉଦୀ ଆରବ ଉପରୁ ଏହାର ନିର୍ଭରଶୀଳତା କମ୍‌ କରିବ। ଏ କ୍ଷେତ୍ରରେ ଦେଶ ଏବେ ବିକଳ୍ପ ସନ୍ଧାନରେ ରହିଥିବା ଜଣାଯାଇଛି। ତୈଳ କ୍ଷେତ୍ରରେ ସାଉଦୀ ଆରବ ଉପରୁ ନିର୍ଭରଶୀଳତା ହ୍ରାସ କରିବାକୁ ଭାରତ ପଦକ୍ଷେପ ଗ୍ରହଣ କରିଛି। ଏହି ଅନୁଯାୟୀ, ଭାରତ ସାଉଦୀ ଆରବରୁ ଅଶୋଧିତ ତୈଳ ଆମଦାନୀ ଏକ ତୃତୀୟାଂଶ କମ୍‌ କରିବାକୁ ଯାଉଛି। ତୈଳ ମୂଲ୍ୟ ସ୍ଥିର ରଖିବା ଲାଗି ସାଉଦୀ ଆରବ ଓ ଅନ୍ୟ […]

ନୂଆଦିଲ୍ଲୀ  : ଆଗକୁ ଅଶୋଧିତ ତୈଳ ଲାଗି ଭାରତ ସାଉଦୀ ଆରବ ଉପରୁ ଏହାର ନିର୍ଭରଶୀଳତା କମ୍‌ କରିବ। ଏ କ୍ଷେତ୍ରରେ ଦେଶ ଏବେ ବିକଳ୍ପ ସନ୍ଧାନରେ ରହିଥିବା ଜଣାଯାଇଛି। ତୈଳ କ୍ଷେତ୍ରରେ ସାଉଦୀ ଆରବ ଉପରୁ ନିର୍ଭରଶୀଳତା ହ୍ରାସ କରିବାକୁ ଭାରତ ପଦକ୍ଷେପ ଗ୍ରହଣ କରିଛି। ଏହି ଅନୁଯାୟୀ, ଭାରତ ସାଉଦୀ ଆରବରୁ ଅଶୋଧିତ ତୈଳ ଆମଦାନୀ ଏକ ତୃତୀୟାଂଶ କମ୍‌ କରିବାକୁ ଯାଉଛି।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

ତୈଳ ମୂଲ୍ୟ ସ୍ଥିର ରଖିବା ଲାଗି ସାଉଦୀ ଆରବ ଓ ଅନ୍ୟ ତୈଳ ଉତ୍ପାଦନକାରୀ (ଓପେକ୍) ରାଷ୍ଟ୍ର ସମୂହ ଉତ୍ପାଦନରେ ହ୍ରାସ ଘଟାଉଛନ୍ତି। ତେବେ ଆବଶ୍ୟକତା ଦୃଷ୍ଟିରୁ ଉତ୍ପାଦନ ବଢାଇବା ଲାଗି ଭାରତ କ୍ରମାଗତ ଭାବେ ଓପେକ୍‌କୁ ଅନୁରୋଧ କରିଆସୁଥିଲେ ସୁଦ୍ଧା ଏହାକୁ ଅଣଦେଖା କରାଯାଉଛି। ଉତ୍ପାଦନରେ ହ୍ରାସ ଯୋଗୁ ତେଲ ଚାହିଦା ଏବଂ ଯୋଗାଣ ମଧ୍ୟରେ ବ୍ୟବଧାନ ଦେଖାଦେଇଛି। ଯାହାର ପ୍ରଭାବ ସ୍ବରୂପ ଭାରତର ଘରୋଇ ବଜାରରେ ତୈଳ ମୂଲ୍ୟରେ ବୃଦ୍ଧି ଜାରି ରହିଛି। ଏଥିପାଇଁ ଭାରତ ଏବେ ଏହାର ବିକଳ୍ପ ସନ୍ଧାନ କରୁଛି। ଭାରତ ଏହାର ମୋଟ ତୈଳ ଆବଶ୍ୟକତାର ୮୫ ପ୍ରତିଶତ ଆମଦାନୀ କରିଥାଏ। ତେଣୁ ବିଶ୍ବ ବଜାରରେ ଅଶୋଧିତ ତୈଳ ଦର କ୍ଷେତ୍ରରେ ଲାଗି ରହିଥିବା ଦୋଳାୟମାନ ସ୍ଥିତି ବା ଅସ୍ଥିରତାର ପ୍ରଭାବ ଭାରତ ଉପରେ ମଧ୍ୟ ପଡିଥାଏ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣର ଶିକାର ହେଲା ଆଉ ଏକ ଭାରତୀୟ କର୍ମଚାରୀ ଥିବା ଜାହାଜ, ହର୍ମୁଜ ପ୍ରଣାଳୀରେ ବଢୁଛି ଉତ୍ତେଜନା

ତେବେ ଓପେକ୍‌ର ଉତ୍ପାଦନ ହ୍ରାସ ପଦକ୍ଷେପ ଭାରତର ଅର୍ଥନୀତିକୁ ବିଶେଷ ଭାବେ ପ୍ରଭାବିତ କରିଛି। ଏଥିରେ ଦେଶର ତୈଳ କମ୍ପାନୀଗୁଡିକୁ ପଶ୍ଚିମ ଏସୀୟ ଦେଶରୁ ଅଶୋଧିତ ତୈଳ କ୍ରୟ କରିବା ଲାଗି ରାଜିନାମାର ପୁନଃ ସମୀକ୍ଷା କରିବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ନିଜକୁ ସୁହାଇବା ଭଳି ଅନୁକୂଳ ସର୍ତ୍ତ ରଖିବା ଲାଗି ଆଲୋଚନା କରିବାକୁ ପରାମର୍ଶ ଦିଆଯାଇଥିବାରୁ ଭାରତର ଏହି ରଣନୀତି ଏବେ ଓପେକ୍‌ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ଆକଳନ କରାଯାଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତୀୟ ତୈଳ ନିଗମ ଲିମିଟେଡ୍‌ (ଆଇଓସିଏଲ୍‌) ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍‌(ଏଚ୍‌ପିସିଏଲ୍‌)କୁ ପଶ୍ଚିମ ଏସୀୟ ଦେଶଙ୍କ ବ୍ୟତୀତ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡିକରୁ ତୈଳ ଆମଦାନୀ ଲାଗି ଉଦ୍ୟମ କରିବାକୁ ପରାମର୍ଶ ଦେଇଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ବେଦାନ୍ତର ନୂଆ ଅଧ୍ୟାୟ: ୫ଟି କମ୍ପାନୀରେ ବିଭକ୍ତ ପରେ ଅନିଲ ଅଗ୍ରୱାଲଙ୍କ ୧୦୦ ବିଲିୟନ ଡଲାରର ବଡ଼ ଲକ୍ଷ୍ୟ

03 Apr 2021 By The Sakala

ବିକଳ୍ପ ତୈଳ ସନ୍ଧାନରେ ଭାରତ : ସାଉଦୀ ଆରବରୁ ଏକ-ତୃତୀୟାଂଶ ଆମଦାନୀ କମାଇବ ଭାରତ

ନୂଆଦିଲ୍ଲୀ  : ଆଗକୁ ଅଶୋଧିତ ତୈଳ ଲାଗି ଭାରତ ସାଉଦୀ ଆରବ ଉପରୁ ଏହାର ନିର୍ଭରଶୀଳତା କମ୍‌ କରିବ। ଏ କ୍ଷେତ୍ରରେ ଦେଶ ଏବେ ବିକଳ୍ପ ସନ୍ଧାନରେ ରହିଥିବା ଜଣାଯାଇଛି। ତୈଳ କ୍ଷେତ୍ରରେ ସାଉଦୀ ଆରବ ଉପରୁ ନିର୍ଭରଶୀଳତା ହ୍ରାସ କରିବାକୁ ଭାରତ ପଦକ୍ଷେପ ଗ୍ରହଣ କରିଛି। ଏହି ଅନୁଯାୟୀ, ଭାରତ ସାଉଦୀ ଆରବରୁ ଅଶୋଧିତ ତୈଳ ଆମଦାନୀ ଏକ ତୃତୀୟାଂଶ କମ୍‌ କରିବାକୁ ଯାଉଛି।

ତୈଳ ମୂଲ୍ୟ ସ୍ଥିର ରଖିବା ଲାଗି ସାଉଦୀ ଆରବ ଓ ଅନ୍ୟ ତୈଳ ଉତ୍ପାଦନକାରୀ (ଓପେକ୍) ରାଷ୍ଟ୍ର ସମୂହ ଉତ୍ପାଦନରେ ହ୍ରାସ ଘଟାଉଛନ୍ତି। ତେବେ ଆବଶ୍ୟକତା ଦୃଷ୍ଟିରୁ ଉତ୍ପାଦନ ବଢାଇବା ଲାଗି ଭାରତ କ୍ରମାଗତ ଭାବେ ଓପେକ୍‌କୁ ଅନୁରୋଧ କରିଆସୁଥିଲେ ସୁଦ୍ଧା ଏହାକୁ ଅଣଦେଖା କରାଯାଉଛି। ଉତ୍ପାଦନରେ ହ୍ରାସ ଯୋଗୁ ତେଲ ଚାହିଦା ଏବଂ ଯୋଗାଣ ମଧ୍ୟରେ ବ୍ୟବଧାନ ଦେଖାଦେଇଛି। ଯାହାର ପ୍ରଭାବ ସ୍ବରୂପ ଭାରତର ଘରୋଇ ବଜାରରେ ତୈଳ ମୂଲ୍ୟରେ ବୃଦ୍ଧି ଜାରି ରହିଛି। ଏଥିପାଇଁ ଭାରତ ଏବେ ଏହାର ବିକଳ୍ପ ସନ୍ଧାନ କରୁଛି। ଭାରତ ଏହାର ମୋଟ ତୈଳ ଆବଶ୍ୟକତାର ୮୫ ପ୍ରତିଶତ ଆମଦାନୀ କରିଥାଏ। ତେଣୁ ବିଶ୍ବ ବଜାରରେ ଅଶୋଧିତ ତୈଳ ଦର କ୍ଷେତ୍ରରେ ଲାଗି ରହିଥିବା ଦୋଳାୟମାନ ସ୍ଥିତି ବା ଅସ୍ଥିରତାର ପ୍ରଭାବ ଭାରତ ଉପରେ ମଧ୍ୟ ପଡିଥାଏ।

ତେବେ ଓପେକ୍‌ର ଉତ୍ପାଦନ ହ୍ରାସ ପଦକ୍ଷେପ ଭାରତର ଅର୍ଥନୀତିକୁ ବିଶେଷ ଭାବେ ପ୍ରଭାବିତ କରିଛି। ଏଥିରେ ଦେଶର ତୈଳ କମ୍ପାନୀଗୁଡିକୁ ପଶ୍ଚିମ ଏସୀୟ ଦେଶରୁ ଅଶୋଧିତ ତୈଳ କ୍ରୟ କରିବା ଲାଗି ରାଜିନାମାର ପୁନଃ ସମୀକ୍ଷା କରିବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ନିଜକୁ ସୁହାଇବା ଭଳି ଅନୁକୂଳ ସର୍ତ୍ତ ରଖିବା ଲାଗି ଆଲୋଚନା କରିବାକୁ ପରାମର୍ଶ ଦିଆଯାଇଥିବାରୁ ଭାରତର ଏହି ରଣନୀତି ଏବେ ଓପେକ୍‌ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ଆକଳନ କରାଯାଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତୀୟ ତୈଳ ନିଗମ ଲିମିଟେଡ୍‌ (ଆଇଓସିଏଲ୍‌) ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍‌(ଏଚ୍‌ପିସିଏଲ୍‌)କୁ ପଶ୍ଚିମ ଏସୀୟ ଦେଶଙ୍କ ବ୍ୟତୀତ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡିକରୁ ତୈଳ ଆମଦାନୀ ଲାଗି ଉଦ୍ୟମ କରିବାକୁ ପରାମର୍ଶ ଦେଇଥିବା କୁହାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର