କରୋନା ଭାଙ୍ଗିପାରିଲାନି ସୁନା ମୋହ: ଧନ୍‌ତେରାସରେ ସୁନା ବିକ୍ରି ୧୦୦ କୋଟି ପାର୍‌

The Sakala Picture
Published On

ଭୁବନେଶ୍ୱର: ବର୍ଷ ତମାମ୍‌ କରୋନାକୁ ନେଇ ସମସ୍ତେ ଚିନ୍ତାରେ ରହିଲେ। ବନ୍ଦ ହୋଇଗଲା କାରବାର। ହେଲେ ମାତ୍ର ଦୁଇ ମାସ ପରେ ଏହି ଟ୍ରେଣ୍ଡ୍‌ ବଦଳିଗଲା। ଚଳଚଞ୍ଚଳ ହୋଇଗଲା ଆର୍ଥିକ କାର୍ଯ୍ୟକଳାପ। ପୁଣି ଥରେ ଉଠିଲା ବଜାର। ଧୀରେ ଧୀରେ ସୁନା ବଜାରକୁ ଫେରିଲା ଚମକ। ଆଜି ଥିଲା ଧନ୍‌ତେରାସ୍‍। ସୁଖ ଆଉ ସମୃଦ୍ଧିର ଦିନ। ବିଶ୍ୱାସ ରହିଛି ଏହି ଦିନ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି। ଏଥିପାଇଁ ରାଜଧାନୀ ସମେତ ରାଜ୍ୟର ସମସ୍ତ ପ୍ରମୁଖ […]

ଭୁବନେଶ୍ୱର: ବର୍ଷ ତମାମ୍‌ କରୋନାକୁ ନେଇ ସମସ୍ତେ ଚିନ୍ତାରେ ରହିଲେ। ବନ୍ଦ ହୋଇଗଲା କାରବାର। ହେଲେ ମାତ୍ର ଦୁଇ ମାସ ପରେ ଏହି ଟ୍ରେଣ୍ଡ୍‌ ବଦଳିଗଲା। ଚଳଚଞ୍ଚଳ ହୋଇଗଲା ଆର୍ଥିକ କାର୍ଯ୍ୟକଳାପ। ପୁଣି ଥରେ ଉଠିଲା ବଜାର। ଧୀରେ ଧୀରେ ସୁନା ବଜାରକୁ ଫେରିଲା ଚମକ। ଆଜି ଥିଲା ଧନ୍‌ତେରାସ୍‍। ସୁଖ ଆଉ ସମୃଦ୍ଧିର ଦିନ। ବିଶ୍ୱାସ ରହିଛି ଏହି ଦିନ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି। ଏଥିପାଇଁ ରାଜଧାନୀ ସମେତ ରାଜ୍ୟର ସମସ୍ତ ପ୍ରମୁଖ ସହରର ସୁନା ଗହଣା ଦୋକାନରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ। ଧନ୍‌ତେରାସ୍‍ ଅବସରରେ ଚଳଚଞ୍ଚଳ ରହିଥିଲା ସୁନାଗହଣା କାରବାର। ଏହି ଶୁଭ ଦିନଟିରେ ସୁନା କିଣିବାକୁ ଗ୍ରାହକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ପ୍ରତିଯୋଗିତା। ଦିନତମାମ୍‍ ଶୋ ରୁମଗୁଡିକରେ ଲାଗି ରହିଥିଲା ଗ୍ରାହକଙ୍କ ଭିଡ। ଲାଗୁଥିଲା ସତେ ଯେମିତି ଏ ବର୍ଷ କରୋନାର ପ୍ରଭାବ ସେଭଳି ବଜାର କାରବାର ଉପରେ ନାହିଁ। କରୋନା ମହାମାରୀର ପ୍ରଭାବ ଭାଙ୍ଗିପାରିନାହିଁ ଲୋକଙ୍କ ସୁନା କିଣା ମୋହ। ଏଥର ଧନ୍‍୍‍୍‍ତେରାସ୍‍ରେ ରାଜଧାନୀରେ ପାଖାପାଖି ୧୧୦ କୋଟି ଟଙ୍କାର ସୁନା ବିକ୍ରି ହୋଇଛି।

ଆହୁରି ପଢ଼ନ୍ତୁ: ଟାଟା ସନ୍ସ ଚେୟାରମ୍ୟାନ୍ ଭାବେ ଏନ୍. ଚନ୍ଦ୍ରଶେଖରନ୍‌ଙ୍କ କାର୍ଯ୍ୟକାଳ ଆହୁରି ୫ ବର୍ଷ ବୃଦ୍ଧି

ମଙ୍ଗଳବାର ଧନ୍‌ତେରାସ୍‍ ଅବସରରେ ରାଜଧାନୀର ଶୋ’ ରୁମ୍‍ଗୁଡିକରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ସନ୍ଧ୍ୟା ବେଳକୁ ଏହି ଭିଡ ଅସମ୍ଭାଳ ହୋଇଥିଲା। ଏହି ଶୁଭ ଦିନଟିରେ ମୂଲ୍ୟବାନ ଧାତବ ସାମଗ୍ରୀ କିଣିବା ସୁଯୋଗକୁ କେହି ହାତ ଛଡା କରିବାକୁ ଚାହିଁ ନ ଥିଲେ। ସପରିବାରେ ଲୋକେ ସୁନା ଦୋକାନରେ ଜମାଇଥିଲେ ଭିଡ଼। କେବଳ ବଡ କାହିଁକି ଛୋଟ ଶୋ ରୁମ୍‍ଗୁଡିକରେ ମଧ୍ୟ ଲାଗି ରହିଥିଲା ନାହିଁ ନ ଥିବା ଭିଡ। ବିଭିନ୍ନ ଶୋ ରୁମ୍‍ ପକ୍ଷରୁ ଘୋଷଣା ହୋଇଥିବା ଆକର୍ଷଣୀୟ ଅଫରବର୍ଷା ଗ୍ରାହକଙ୍କୁ ଟାଣି ଆଣିଥିଲା ଶୋ ରୁମ୍‍କୁ। କେଉଁ ଶୋ ରୁମ୍‍ ସୁନା କଏନ୍‍ ତ କିଏ ଗଢ଼ା ମଜୁରିରେ ଅଫର ଦେଇଥିଲା। ଏସବୁର ସୁଯୋଗ ନେବା ପାଇଁ କ୍ୟାଶ କାଉଣ୍ଟରରେ ଲମ୍ବା ଧାଡିରେ ଛିଡା ହୋଇ ଗ୍ରାହକ କିଣୁଥିଲେ ସୁନା। କେବଳ ରାଜଧାନୀ କାହିଁକି ରାଜ୍ୟର କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଅନୁଗୋଳ ଏବଂ ବାଲେଶ୍ୱର ଆଦି ସହରରେ ସୁନା କିଣା କାରବାର ବେଶ ଜମିଥିଲା। ଏଥର ଅନୁକୂଳ ପାଗ ମଧ୍ୟ କାରବାର ପାଇଁ ଅଧିକ ସୁହାଇଥିଲା। ଚଳିତଥର ଭୁବନେଶ୍ୱରରେ ୨୨ କ୍ୟାରେଟ୍‍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୪୫,୨୫୦ ଟଙ୍କା ରହିଥିବାବେଳେ ୨୪ କ୍ୟାରେଟ୍‍ର ମୂଲ୍ୟ ୫୦,୩୬୦ ଟଙ୍କା ରହିଛି। ସେହିଭଳି ରୁପା କିଲୋ ପିଛା ୬୭,୦୦୦ ଟଙ୍କାରେ ବିକ୍ରି ହେଉଛି। ଗତବର୍ଷ ଏହି ସମୟରେ ୨୨ କ୍ୟାରେଟ୍‍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ପାଖାପାଖÒ ୫୫,୦୦୦ ଟଙ୍କା ରହିଥିଲା। ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ସୁନା ଦର ଢ଼େର କମ୍‌ ରହିଥିବାଯୋଗୁ ଗ୍ରାହକମାେନ ଏହାର ସୁଯୋଗ ଦେଇ କିଣାକିଣୁ କରୁଛନ୍ତି। ଏଥିରେ ରୁପା କାରବାର ମଧ୍ୟ ପଛରେ ପଡି ନ ଥିଲା। ସୁନା କଏନ୍‍ ଛାଡିଦେଲେ ରୁପାର ବିଭିନ୍ନ ଉତ୍ପାଦ ବହୁ ମାତ୍ରାରେ ବିକ୍ରି ହୋଇଥିଲା।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୧୬ରୁ ପେଟ୍ରୋଲ ପମ୍ପରେ ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ (UPI) ପେମେଣ୍ଟ ଗ୍ରହଣ କରାଯିବ ନାହିଁ

ବାଣୀବିହାରଠାରୁ ରାଜମହଲ ଯାଏ, ଜୟଦେବ ବିହାରଠାରୁ ପଟିଆ ଏବଂ ରସୁଲଗଡଠାରୁ କଳ୍ପନାଛକ ଯାଏ ଧନ୍‌ତେରାସ୍‍ ଲାଗି ଅଧିକ ଭିଡ ପରିଲକ୍ଷିତ ହୋଇଥିଲା। ଜନପଥରେ ଅଧିକାଂଶ ସୁନା ଦୋକାନ ରହିଥିବା ଯୋଗୁ ଏହି ରାସ୍ତାରେ ଅଧିକ ଟ୍ରାଫିକ୍‍ ଜାମ୍‌ ହୋଇଥିଲା। ଏ ସମ୍ପର୍କରେ ଚନ୍ଦ୍ରଶେଖରପୁର ଅଞ୍ଚଳର ଗ୍ରାହକ ଲକ୍ଷ୍ମୀପ୍ରିୟା ମହାପାତ୍ର କୁହନ୍ତି, ଧନ୍‌ତେରାସ୍‍ ହେଉଛି ସୁନା କିଣିବା ଲାଗି ସବୁଠରୁ ଶୁଭଦିନ। ଆମେ ପ୍ରତ୍ୟେକ ବର୍ଷ ଭଳି ଛଳିତଥର ଏହି ଦିନ କିଛି ନା କିଛି ସୁନା ଜିନିଷ କିଣିଥାଉ। ଓଡ଼ିଶାରେ ଏବେ ଏହା ଏକ ଟ୍ରେଣ୍ଡ୍‍ରେ ପରିଣତ ହୋଇଛି। ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଏଥର ଧନ୍‌ତେରାସ୍‍ରେ ରାଜଧାନୀରେ ପାଖାପାଖି ୧୧୦ କୋଟି ଟଙ୍କାର ସୁନା ବିକ୍ରି ହୋଇଛି। ପୂର୍ବବର୍ଷ ତୁନଳାରେ ଏଥର ୧୫ ପ୍ରତିଶତ ଅଧିକ ସୁନା ବିକ୍ରି ହୋଇଛି। ଏ ସମ୍ପର୍କରେ ଖିମ୍‍ଜୀର ଡାଇରେକ୍ଟର ମିତେଶ ଖିମ୍‍ଜୀ କୁହନ୍ତି, ବଜାର ଏବେ କୋଭିଡ୍‌ ମହାମାରୀରୁ ସୁଧାର ଆଡକୁ ଆସିଛି। କାରବାର ପ୍ରାକ୍‌ କରୋନା ସ୍ତରଠାରୁ ୮୦-୯୦ ପ୍ରତିଶତକୁ ଫେରିଲାଣି। ଲକ୍‌ଡାଉଡ଼୍ ପରେ ଗ୍ରାହକଙ୍କ ରେସପନ୍ସ ବେଶ ଭଲ ରହିଛି। ଆଶା କରୁଛୁ ଗତ ବର୍ଷ ତୁଳନାରେ ଏଥର ଧନ୍‌ତେରାସ୍‌ରେ ବିକ୍ରି ଅଭିବୃଦ୍ଧି ୧୧-୧୨ ପ୍ରତିଶତ ରହିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ବିଶ୍ବ ବଜାରରେ ସୁପର୍ ଟ୍ୟାଙ୍କର ଅଭାବ: ଆହୁରି ବଢ଼ିଯିବ ପେଟ୍ରୋଲ୍-ଡିଜେଲ ମୂଲ୍ୟ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp