ବାଲେଶ୍ୱର ଛାତ୍ରୀ ଆତ୍ମହୂତି ଉଦ୍ୟମ ଘଟଣାରେ ରାଜ୍ୟ ସରକାର ଦାୟୀ: ବିଜେଡି

The Sakala Picture
Published On

ଭୁବନେଶ୍ୱର : ଫକୀର ମୋହନ ମହାବିଦ୍ୟାଳୟର ଜଣେ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ ଘଟଣା ପାଇଁ କଲେଜ କର୍ତ୍ତୃପକ୍ଷ ଓ ପୋଲିସର ନିଷ୍କ୍ରିୟତା, ଏହାସହ ବାଲେଶ୍ୱର ସାଂସଦଙ୍କ ଦାୟିତ୍ୱହୀନତାକୁ ଦାୟୀ କରିଛି ବିଜେଡି। ରାଜ୍ୟରେ ନାରୀ ନ୍ୟାୟ ପାଇବା ପାଇଁ କାହା ପାଖରେ ଦ୍ୱାରସ୍ଥ ହେବ ବୋଲି ବିଜେଡି ପ୍ରଶ୍ନ କରିଛି। ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଇପ୍‌ସିତା ସାହୁ କହିଛନ୍ତି ଯେ, ଫକୀର ମୋହନ ସ୍ୱଂୟଶାସିତ […]

ଭୁବନେଶ୍ୱର : ଫକୀର ମୋହନ ମହାବିଦ୍ୟାଳୟର ଜଣେ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ ଘଟଣା ପାଇଁ କଲେଜ କର୍ତ୍ତୃପକ୍ଷ ଓ ପୋଲିସର ନିଷ୍କ୍ରିୟତା, ଏହାସହ ବାଲେଶ୍ୱର ସାଂସଦଙ୍କ ଦାୟିତ୍ୱହୀନତାକୁ ଦାୟୀ କରିଛି ବିଜେଡି। ରାଜ୍ୟରେ ନାରୀ ନ୍ୟାୟ ପାଇବା ପାଇଁ କାହା ପାଖରେ ଦ୍ୱାରସ୍ଥ ହେବ ବୋଲି ବିଜେଡି ପ୍ରଶ୍ନ କରିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାର ଭଦ୍ରକ-ହରିଦାସପୁର ଏବଂ କଟକ-ପାରାଦୀପ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ

ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଇପ୍‌ସିତା ସାହୁ କହିଛନ୍ତି ଯେ, ଫକୀର ମୋହନ ସ୍ୱଂୟଶାସିତ ମହାବିଦ୍ୟାଳୟର ଛାତ୍ରୀ ଗତ ଜୁଲାଇ ୧ତାରିଖରେ ଲିଖିତ ଭାବେ ଜୈନିକ ଅଧ୍ୟାପକ ତାଙ୍କଠାରୁ ଶାରୀରିକ ସୁଖ ପାଇଁ ଚାହୁଁଥିଲା ଭଳି ସଂଗୀନ ଅଭିଯୋଗ କରିଥିଲେ, ଅଧ୍ୟକ୍ଷ ଏହି ଅଭିଯୋଗକୁ ଗୁରୁତର ସହ ନେଇନଥିଲେ। ଫଳରେ ଅଧ୍ୟକ୍ଷ କୌଣସି ତ୍ୱରିତ ପଦକ୍ଷେପ ନ ନେବାରୁ ଛାତ୍ରୀ ଜଣଙ୍କ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ। ସେଠାରେ ମଧ୍ୟ ନ୍ୟାୟ ପାଇବାରେ ବିଫଳ ହେବାରୁ ସେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ବ୍ୟକ୍ତିଗତ ସାକ୍ଷାତ କରି ତାଙ୍କ ଦୁଃଖ ଜଣାଇଥିଲେ। ଯାହାକୁ ପ୍ରତାପ ଷଡଙ୍ଗୀ ଗଣମାଧ୍ୟମରେ ସ୍ୱୀକାର ମଧ୍ୟ କରିଛନ୍ତି। କିନ୍ତୁ ବିଡମ୍ବନାର କଥା ଶ୍ରୀ ଷଡଙ୍ଗୀ ଛାତ୍ରୀ ଜଣଙ୍କୁ ନ୍ୟାୟ ଦେବା ପାଇଁ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ। ଘଟଣାକୁ ହାଲକା ଭାବେ ନେବା ଦ୍ୱାରା ଆଜି ଛାତ୍ରୀ ଜଣଙ୍କ ଦୀର୍ଘ ୧୨ ଦିନ ଧରି ନ୍ୟାୟ ପାଇଁ ସଂଘର୍ଷ କରିବା ପରେ ବାଧ୍ୟ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ୟୁନିଟ୍-୧ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ: ୨ଟି ଦୋକାନ ଜଳି ପାଉଁଶ

ଆହୁରି ପଢ଼ନ୍ତୁ: ଏମ୍‌ଏମ୍‌ଡିଆର୍‌ ସଂଶୋଧିତ ଆଇନ ପ୍ରସଙ୍ଗରେ ଘେରିଲା ବିଜେଡି: ସରକାରଙ୍କୁ ଖୋଲା ବିତର୍କ ଆହ୍ୱାନ

ଛାତ୍ରୀ ଜଣଙ୍କ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦର ଜଣେ ସଦସ୍ୟା ହୋଇଥିଲେ ମଧ୍ୟ ତାଙ୍କୁ ରାଜ୍ୟ ସରକାର ସୁରକ୍ଷା ଓ ନ୍ୟାୟ ଦେଇପାରିଲେ ନାହିଁ। ହେଲେ ଜଣେ ସାଧାରଣ ଛାତ୍ରୀ ଏହି ସରକାରଠାରୁ ସୁରକ୍ଷା ଓ ନ୍ୟାୟ କିଭଳି ଆଶା କରିବ ? ଛାତ୍ରୀ ଜଣଙ୍କ ଏବିଭିପିର ସଦସ୍ୟା ହୋଇଥିଲେ ମଧ୍ୟ ଆମ ପାଇଁ ନାରୀର ସୁରକ୍ଷା ଓ ସମ୍ମାନ ସର୍ବଉପରେ। ଏହି ଛାତ୍ରୀଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ବିଜୁ ଜନତା ଦଳ ଲଢେଇ ଜାରି ରଖିବ। ଏହି ବର୍ବରୋଚିତ ଘଟଣା ଘଟିଲା ପରେ କଲେଜ ଅଧ୍ୟକ୍ଷ ଯେଉଁ ଦାୟିତ୍ୱହୀନ ଭାବେ ଗଣମାଧ୍ୟମରେ ମନ୍ତବ୍ୟ ଦେଲେ ଯେ, ଏହା ଏକ ବଡ ଅଭିଯୋଗ ନୁହେଁ। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି, ଅଧ୍ୟକ୍ଷ ଦୋଷୀଙ୍କୁ ସୁରକ୍ଷା ଦେବା ପାଇଁ ଆପ୍ରାଣ ଚେଷ୍ଟା କରୁଛନ୍ତି। ତେଣୁ ଅଧ୍ୟକ୍ଷଙ୍କୁ ତଦନ୍ତ ପରିସରଭୁକ୍ତ କରି ଗିରଫ କରାଯାଉ ବୋଲି ବିଜେଡି ଦାବି କରିଛି।

ନିକଟରେ ଗୋପାଳପୁର ବେଳାଭୂମିରେ ଜଣେ ଛାତ୍ରୀଙ୍କୁ ନୃଶଂସ ଭାବେ ଗଣଦୁଷ୍କର୍ମ କରାଗଲା, ଏହି ଲୋମହର୍ଷଣକାରୀ ଘଟଣା ଛାତ୍ର ସମାଜର ମନରୁ ନଲିଭିଥିଲା ବେଳେ ଫକୀର ମୋହନ କଲେଜରେ ଆଜିର ଏହି ଘଟଣା ସେମାନଙ୍କୁ ଅଧିକ ମର୍ମ୍ମାହତ କରିଛି। ଏହି ଘଟଣାରେ ସ୍ପଷ୍ଟ ପ୍ରତୀୟମାନ ହେଉଛି, ରାଜ୍ୟରେ ଛାତ୍ରୀ ଓ ନାରୀମାନେ ସଂପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛନ୍ତି। ଯାହା ଦର୍ଶାଉଛି ରାଜ୍ୟ ସରକାର ନାରୀମାନଙ୍କୁ ସୁରକ୍ଷା ଓ ନ୍ୟାୟ ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଶ୍ରୀମତୀ ସାହୁ ଅଭିଯୋଗ କରିଛନ୍ତି।
ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଓ ଚିକିତ୍ସା ବ୍ୟବସ୍ଥା ବୁଝିବା ପାଇଁ ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଏମ୍‌ସ ଗସ୍ତ କରି ପୀଡିତାଙ୍କ ଭାଇଙ୍କ ସହିତ ଘଟଣା ସଂପର୍କରେ ଆଲୋଚନା କରିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗୀନୀ ଛୁରିଆ, ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ, ମେୟର ସୁଲୋଚନା ଦାସ, ବିଧାୟକ ଗୌତମ ବୁଦ୍ଧ ଦାସ, ସାଧାରଣ ସମ୍ପାଦକ ଡ. ଲେଖାଶ୍ରୀ ସାମନ୍ତସିଂହାର, ମିଡିଆ ସଂଯୋଜକ ଡ. ପ୍ରିୟବ୍ରତ ମାଝୀ ଓ ମୁଖପାତ୍ର  ଇପ୍‌ସିତା ସାହୁ ପ୍ରମୁଖ ରହିଛନ୍ତି।

12 Jul 2025 By The Sakala

ବାଲେଶ୍ୱର ଛାତ୍ରୀ ଆତ୍ମହୂତି ଉଦ୍ୟମ ଘଟଣାରେ ରାଜ୍ୟ ସରକାର ଦାୟୀ: ବିଜେଡି

ଭୁବନେଶ୍ୱର : ଫକୀର ମୋହନ ମହାବିଦ୍ୟାଳୟର ଜଣେ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ ଘଟଣା ପାଇଁ କଲେଜ କର୍ତ୍ତୃପକ୍ଷ ଓ ପୋଲିସର ନିଷ୍କ୍ରିୟତା, ଏହାସହ ବାଲେଶ୍ୱର ସାଂସଦଙ୍କ ଦାୟିତ୍ୱହୀନତାକୁ ଦାୟୀ କରିଛି ବିଜେଡି। ରାଜ୍ୟରେ ନାରୀ ନ୍ୟାୟ ପାଇବା ପାଇଁ କାହା ପାଖରେ ଦ୍ୱାରସ୍ଥ ହେବ ବୋଲି ବିଜେଡି ପ୍ରଶ୍ନ କରିଛି।

ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଇପ୍‌ସିତା ସାହୁ କହିଛନ୍ତି ଯେ, ଫକୀର ମୋହନ ସ୍ୱଂୟଶାସିତ ମହାବିଦ୍ୟାଳୟର ଛାତ୍ରୀ ଗତ ଜୁଲାଇ ୧ତାରିଖରେ ଲିଖିତ ଭାବେ ଜୈନିକ ଅଧ୍ୟାପକ ତାଙ୍କଠାରୁ ଶାରୀରିକ ସୁଖ ପାଇଁ ଚାହୁଁଥିଲା ଭଳି ସଂଗୀନ ଅଭିଯୋଗ କରିଥିଲେ, ଅଧ୍ୟକ୍ଷ ଏହି ଅଭିଯୋଗକୁ ଗୁରୁତର ସହ ନେଇନଥିଲେ। ଫଳରେ ଅଧ୍ୟକ୍ଷ କୌଣସି ତ୍ୱରିତ ପଦକ୍ଷେପ ନ ନେବାରୁ ଛାତ୍ରୀ ଜଣଙ୍କ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ। ସେଠାରେ ମଧ୍ୟ ନ୍ୟାୟ ପାଇବାରେ ବିଫଳ ହେବାରୁ ସେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ବ୍ୟକ୍ତିଗତ ସାକ୍ଷାତ କରି ତାଙ୍କ ଦୁଃଖ ଜଣାଇଥିଲେ। ଯାହାକୁ ପ୍ରତାପ ଷଡଙ୍ଗୀ ଗଣମାଧ୍ୟମରେ ସ୍ୱୀକାର ମଧ୍ୟ କରିଛନ୍ତି। କିନ୍ତୁ ବିଡମ୍ବନାର କଥା ଶ୍ରୀ ଷଡଙ୍ଗୀ ଛାତ୍ରୀ ଜଣଙ୍କୁ ନ୍ୟାୟ ଦେବା ପାଇଁ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ। ଘଟଣାକୁ ହାଲକା ଭାବେ ନେବା ଦ୍ୱାରା ଆଜି ଛାତ୍ରୀ ଜଣଙ୍କ ଦୀର୍ଘ ୧୨ ଦିନ ଧରି ନ୍ୟାୟ ପାଇଁ ସଂଘର୍ଷ କରିବା ପରେ ବାଧ୍ୟ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ।

ଛାତ୍ରୀ ଜଣଙ୍କ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦର ଜଣେ ସଦସ୍ୟା ହୋଇଥିଲେ ମଧ୍ୟ ତାଙ୍କୁ ରାଜ୍ୟ ସରକାର ସୁରକ୍ଷା ଓ ନ୍ୟାୟ ଦେଇପାରିଲେ ନାହିଁ। ହେଲେ ଜଣେ ସାଧାରଣ ଛାତ୍ରୀ ଏହି ସରକାରଠାରୁ ସୁରକ୍ଷା ଓ ନ୍ୟାୟ କିଭଳି ଆଶା କରିବ ? ଛାତ୍ରୀ ଜଣଙ୍କ ଏବିଭିପିର ସଦସ୍ୟା ହୋଇଥିଲେ ମଧ୍ୟ ଆମ ପାଇଁ ନାରୀର ସୁରକ୍ଷା ଓ ସମ୍ମାନ ସର୍ବଉପରେ। ଏହି ଛାତ୍ରୀଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ବିଜୁ ଜନତା ଦଳ ଲଢେଇ ଜାରି ରଖିବ। ଏହି ବର୍ବରୋଚିତ ଘଟଣା ଘଟିଲା ପରେ କଲେଜ ଅଧ୍ୟକ୍ଷ ଯେଉଁ ଦାୟିତ୍ୱହୀନ ଭାବେ ଗଣମାଧ୍ୟମରେ ମନ୍ତବ୍ୟ ଦେଲେ ଯେ, ଏହା ଏକ ବଡ ଅଭିଯୋଗ ନୁହେଁ। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି, ଅଧ୍ୟକ୍ଷ ଦୋଷୀଙ୍କୁ ସୁରକ୍ଷା ଦେବା ପାଇଁ ଆପ୍ରାଣ ଚେଷ୍ଟା କରୁଛନ୍ତି। ତେଣୁ ଅଧ୍ୟକ୍ଷଙ୍କୁ ତଦନ୍ତ ପରିସରଭୁକ୍ତ କରି ଗିରଫ କରାଯାଉ ବୋଲି ବିଜେଡି ଦାବି କରିଛି।

ନିକଟରେ ଗୋପାଳପୁର ବେଳାଭୂମିରେ ଜଣେ ଛାତ୍ରୀଙ୍କୁ ନୃଶଂସ ଭାବେ ଗଣଦୁଷ୍କର୍ମ କରାଗଲା, ଏହି ଲୋମହର୍ଷଣକାରୀ ଘଟଣା ଛାତ୍ର ସମାଜର ମନରୁ ନଲିଭିଥିଲା ବେଳେ ଫକୀର ମୋହନ କଲେଜରେ ଆଜିର ଏହି ଘଟଣା ସେମାନଙ୍କୁ ଅଧିକ ମର୍ମ୍ମାହତ କରିଛି। ଏହି ଘଟଣାରେ ସ୍ପଷ୍ଟ ପ୍ରତୀୟମାନ ହେଉଛି, ରାଜ୍ୟରେ ଛାତ୍ରୀ ଓ ନାରୀମାନେ ସଂପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛନ୍ତି। ଯାହା ଦର୍ଶାଉଛି ରାଜ୍ୟ ସରକାର ନାରୀମାନଙ୍କୁ ସୁରକ୍ଷା ଓ ନ୍ୟାୟ ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଶ୍ରୀମତୀ ସାହୁ ଅଭିଯୋଗ କରିଛନ୍ତି।
ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଓ ଚିକିତ୍ସା ବ୍ୟବସ୍ଥା ବୁଝିବା ପାଇଁ ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଏମ୍‌ସ ଗସ୍ତ କରି ପୀଡିତାଙ୍କ ଭାଇଙ୍କ ସହିତ ଘଟଣା ସଂପର୍କରେ ଆଲୋଚନା କରିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗୀନୀ ଛୁରିଆ, ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ, ମେୟର ସୁଲୋଚନା ଦାସ, ବିଧାୟକ ଗୌତମ ବୁଦ୍ଧ ଦାସ, ସାଧାରଣ ସମ୍ପାଦକ ଡ. ଲେଖାଶ୍ରୀ ସାମନ୍ତସିଂହାର, ମିଡିଆ ସଂଯୋଜକ ଡ. ପ୍ରିୟବ୍ରତ ମାଝୀ ଓ ମୁଖପାତ୍ର  ଇପ୍‌ସିତା ସାହୁ ପ୍ରମୁଖ ରହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର