ଏସ୍‌ଡିଏମ୍‌ଏରେ ବିଲୀନ ହେବ ‘ଓସ୍‌ଡମା’!, ପ୍ରଳୟଙ୍କରୀ ବନ୍ୟା, ବାତ୍ୟା ସମୟରେ ଥିଲା ଲୋକଙ୍କ ଆଶା

The Sakala Picture
Published On

ଭୁବନେଶ୍ୱର : ସମାଧି ନେବ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍‌ଡମା)। ଅତୀତରେ ଓଡ଼ିଶା ସାମନା କରିଥିବା ବହୁ ପ୍ରଳୟଙ୍କାରୀ ବାତ୍ୟା ଓ ବନ୍ୟାର ସଫଳ ମୁକାବିଲା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଏହି ସଂସ୍ଥାର ପରିଚୟ ଲୋପ ପାଇବ। ନବୀନ ସରକାରଙ୍କ ବିପର୍ଯ୍ୟୟ ମୁକାବିଲାର ମଡେଲ୍‌କୁ ଲୋକଙ୍କ ମନରୁ ହଟାଇବା ପାଇଁ ଏଭଳି କିଛି ପଦକ୍ଷେପ ନେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଖୁବ୍‌ଶୀଘ୍ର ‘ଓଏସ୍‌ଡିଏମ୍‌ଏ’କୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏସ୍‌ଡିଏମ୍‌ଏ) […]

ଭୁବନେଶ୍ୱର : ସମାଧି ନେବ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍‌ଡମା)। ଅତୀତରେ ଓଡ଼ିଶା ସାମନା କରିଥିବା ବହୁ ପ୍ରଳୟଙ୍କାରୀ ବାତ୍ୟା ଓ ବନ୍ୟାର ସଫଳ ମୁକାବିଲା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଏହି ସଂସ୍ଥାର ପରିଚୟ ଲୋପ ପାଇବ। ନବୀନ ସରକାରଙ୍କ ବିପର୍ଯ୍ୟୟ ମୁକାବିଲାର ମଡେଲ୍‌କୁ ଲୋକଙ୍କ ମନରୁ ହଟାଇବା ପାଇଁ ଏଭଳି କିଛି ପଦକ୍ଷେପ ନେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଖୁବ୍‌ଶୀଘ୍ର ‘ଓଏସ୍‌ଡିଏମ୍‌ଏ’କୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏସ୍‌ଡିଏମ୍‌ଏ) ରେ ବିଲୀନ କରିଦେବାକୁୁ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକୀକରଣ ଯୋଜନା ପ୍ରସ୍ତୁତି ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ପାରାଦୀପ ଉପକୂଳରୁ ଚୀନ୍ ଯାଉଥିବା ପାନାମା ଜାହାଜ 'ଏମ୍‌ଭି ଓସେନ୍ ୱିନର' ବୁଡ଼ିଲା: ୨ ଜଣ ଉଦ୍ଧାର, ୨୨ ନିଖୋଜ

୧୯୯୯ ମସିହା ମହାବାତ୍ୟାରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଅକଳ୍ପନୀୟ କ୍ଷତି ସହ ୧୦ ହଜାରରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିଲେ। ଏହାପରେ ବାତ୍ୟା ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଓସଡ଼ମା’ର ପରିକଳ୍ପନା କରିଥିଲେ । ୧୮୬୦ ମସିହାର ସୋସାଇଟି ପଞ୍ଜୀକରଣ ଆଇନ ଅନୁଯାୟୀ ଏକ ଅଣ-ଲାଭକାରୀ ଦାତବ୍ୟ ଅନୁଷ୍ଠାନ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ (ଓଡିଶା ଷ୍ଟେଟ୍‌ ଡିଜାଷ୍ଟର ମିଟିଗେସନ୍‌ ଅଥରିଟି) ଭାବରେ ପଞ୍ଜିକୃତ ହୋଇଥିଲା। ଏହି ଢାଞ୍ଚାରେ କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଗଠନ କରିଥିଲେ। ତେବେ ୨୦୦୮ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ଏହାକୁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓଡିଶା ଷ୍ଟେଟ୍‌ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି) ଭାବରେ ପୁନଃନାମକରଣ କରିଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟ ଓ କେନ୍ଦ୍ର ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ର ବ୍ୟବସ୍ଥା ଅନୁଯାୟୀ ଏକ ସାମ୍ୱିଧାନିକ ସଂସ୍ଥା ଭାବେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏସ୍‌ଡିଏମ୍‌ଏ) ମଧ୍ୟ ଗଠନ ହୋଇଥିଲା। ଏସ୍‌ଡିଏମ୍‌ଏ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୧୦ ଜଣିଆ ସଦସ୍ୟ ବିଶିଷ୍ଟ ସାମ୍ୱିଧାନିକ ସଂସ୍ଥା ଭାବରେ କାର୍ଯ୍ୟ କରୁଥିବା ବେଳେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଗଭର୍ଣ୍ଣିଂ ବଡି ଦ୍ୱାରା ‘ଓଏସ୍‌ଡିଏମ୍‌ଏ’ ବା ‘ଓସଡ୍‌ମା’ ପରିଚାଳିତ ହୋଇ ଆସୁଛି।

ଆହୁରି ପଢ଼ନ୍ତୁ: ଚାଷ କାମ ବେଳେ ବିଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଚାଷୀ ମୃତ

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ରାଜ୍ୟରେ ‘ଓଏସ୍‌ଡିଏମ୍‌ଏ’ରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି ବନ୍ୟା ବାତ୍ୟା ମୁକାବିଲା ସାଙ୍ଗକୁ ପୁନରୁଦ୍ଧାର କ୍ଷେତ୍ରରେ ଆବଶ୍ୟକ ଯନ୍ତ୍ରପାତିକୁ ସୁଦୃଢ଼ କରିବା ସାଙ୍ଗକୁ ଓଡ୍ରାଫ୍‌ ଯବାନଙ୍କୁ ତାଲିମ୍‌ ଦେବାରେ ଏହି ସଂସ୍ଥା ବେଶ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଛି। ଉଭୟ ସଂସ୍ଥା ସମାନ କାର୍ଯ୍ୟ କରିବା ପାଇଁ ଉଦ୍ଦିଷ୍ଟ ରହିଥିଲେ ମଧ୍ୟ ପୂର୍ବ ସରକାର ‘ଓଏସ୍‌ଡିଏମ୍‌ଏ’କୁ ଏକ ଦକ୍ଷ ଓ କୁଶଳୀ ସଂସ୍ଥା ଭାବେ ଗଢ଼ି ତୋଳିବାରେ ସଫଳ ହୋଇଛନ୍ତି। ଏହାର ପରିଣାମ ସ୍ୱରୂପ ବିପର୍ଯ୍ୟୟ ପରିଚାଳନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଏସ୍‌ଡିଏମ୍‌ଏକୁ ୨୦୨୩ ମସିହାରେ “ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର-୨୦୨୩’ ପ୍ରଦାନ କରାଯାଇଛି। ବର୍ତ୍ତମାନ ଏହି ସଂସ୍ଥା ବାତ୍ୟାରୁ ଆରମ୍ଭ କରି ବନ୍ୟା, ଭୂସ୍ଖଳନ, ସୁନାମୀ ଓ ନେଚୁରାଲ୍‌ ଗ୍ୟାସ୍‌ ବିପର୍ଯ୍ୟୟ ଭଳି ବିପଦର ସଫଳ ମୁକାବିଲା ପାଇଁ କାର୍ଯ୍ୟ କରୁଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ, ଏହାକୁ ବଞ୍ଚାଇବା ସରକାରଙ୍କ କାର୍ଯ୍ୟ’ ମନ୍ତ୍ରକୁ ଆଧାର କରି ଓଏସ୍‌ଡିଏମ୍‌ଏ ୨୫ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ବେଳେ ଏବେ ଏହାକୁ ଏସ୍‌ଡ଼ିଆର୍‌ଏରେ ବିଲୀନ କରିବାକୁ ଚାଲିଥିବା ଯୋଜନା ରାଜ୍ୟବାସୀଙ୍କୁ ବିସ୍ମିତ କରିଛି ।

ଆହୁରି ପଢ଼ନ୍ତୁ: ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର