ରାଜ୍ୟରେ ଆସିବ ନୂଆ ଇଭି ନୀତି

The Sakala Picture
Published On

ଭୁବନେଶ୍ୱର: ପ୍ରଦୂଷଣକୁ ହ୍ରାସ କରିବା ସହ ଅଧିକରୁ ଅଧିକ ଅକ୍ଷୟ ଶକ୍ତି ଆହରଣକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ପୂର୍ବର ବିଜେଡି ସରକାର ଏ କ୍ଷେତ୍ରରେ ଓଡ଼ିଶା ଅକ୍ଷୟ ଶକ୍ତି ନୀତି, ୨୦୨୨ ଏବଂ ଓଡ଼ିଶା ଇଭି ନୀତି, ୨୦୨୧ର ପ୍ରଣୟନ କରିଥିଲେ। ପରେ ଇଭି ନୀତିରେ ୨୦୨୩ ମସିହାରେ କେତେକ ସଂଶୋଧନ ମଧ୍ୟ କରାଯାଇଥିଲା। ତେବେ ବୈଦ୍ୟୁତିକ ଯାନ ବା ଇଭିର ବ୍ୟବହାର ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବିଚାର କରୁଛନ୍ତି। ଏନେଇ ସରକାରଙ୍କ […]

ଭୁବନେଶ୍ୱର: ପ୍ରଦୂଷଣକୁ ହ୍ରାସ କରିବା ସହ ଅଧିକରୁ ଅଧିକ ଅକ୍ଷୟ ଶକ୍ତି ଆହରଣକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ପୂର୍ବର ବିଜେଡି ସରକାର ଏ କ୍ଷେତ୍ରରେ ଓଡ଼ିଶା ଅକ୍ଷୟ ଶକ୍ତି ନୀତି, ୨୦୨୨ ଏବଂ ଓଡ଼ିଶା ଇଭି ନୀତି, ୨୦୨୧ର ପ୍ରଣୟନ କରିଥିଲେ। ପରେ ଇଭି ନୀତିରେ ୨୦୨୩ ମସିହାରେ କେତେକ ସଂଶୋଧନ ମଧ୍ୟ କରାଯାଇଥିଲା। ତେବେ ବୈଦ୍ୟୁତିକ ଯାନ ବା ଇଭିର ବ୍ୟବହାର ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବିଚାର କରୁଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ନୂଆ ନୀତି ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପୋଖରୀରେ ଗାଧୋଇବା ହେଲା କାଳ; ପାଣିରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଏକ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଏନେଇ କହିଛନ୍ତି ଯେ ଆଗକୁ ସରକାରୀ ବାସଭବନରେ ସୋଲାର ପ୍ୟାନେଲ ବାଧ୍ୟତାମୂଳକ କରାଯିବ। ଆସନ୍ତା ୫ ବର୍ଷ ମଧ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ସୌର ପ୍ୟାନେଲ ଲଗାଯିବ ବୋଲି ମଧ୍ୟ କନକବର୍ଦ୍ଧନ ସୂଚନା ଦେଇଛନ୍ତି। ବର୍ତ୍ତମାନ ଦ୍ବୈତନଗରୀର ବିଭିନ୍ନ କାର୍ଯ୍ୟାଳୟରେ ସୌର ପ୍ୟାନେଲ ଲଗାଯାଇଛି। ଆଗାମୀ କିଛି ଦିନ ମଧ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସୌରଶକ୍ତିରେ ପରିଚାଳନା କରାଯିବ। ଏହାସହ ସରକାରୀ କର୍ମଚାରୀମାନେ ଇଭି ଗାଡି ବ୍ୟବହାର କରିବା ଉଚିତ୍‌ ବୋଲି ବୋଲି ଶ୍ରୀ ସିଂହଦେଓ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରତିବାଦରେ ଆଜି ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି

ସୂଚନାଯୋଗ୍ୟ ଯେ ପୂର୍ବରୁ ଇଲେକ୍ଟ୍ରିକ୍‌୍‌ ଗାଡ଼ି କିଣିବାକୁ ଗତ ସରକାର ଅଗ୍ରୀମ ଅର୍ଥରାଶି ସହାୟତା ଆକାରରେ ଯୋଗାଇ ଦେଉଥିଲେ। ସରକାରୀ ଚାକିରିଆଙ୍କୁ ଇଲେକ୍ଟ୍ରିକ୍‌ ଗାଡ଼ି କିଣିବାକୁ ନେଇ ଆଡଭାନ୍ସ ମଧ୍ୟ ମିଳୁଥିଲା। ୨୦୨୩ରେ ଇଭି ନୀତିରେ ହୋଇଥିବା ସଂଶୋଧନ ଅନୁଯାୟୀ ଦୁଇଚକିଆ ଯାନ ପାଇଁ ସରକାର ସର୍ବାଧିକ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ଯୋଗାଇ ଦେଉଥିବା ବେଳେ ତିନି ଚକିଆ ପାଇଁ ୩୦ ହଜାର ଏବଂ ଚାରି ଚକିଆ ପାଇଁ ସର୍ବାଧିକ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଉଛି। ଏହାସହ ପୂର୍ବ ଇଭି ନୀତିରେ ପଞ୍ଜୀକରଣ ଏବଂ ସଡ଼କ ଶୁଳ୍କକୁ ମଧ୍ୟ ଛାଡ଼ କରାଯାଇଛି। ଏତେସବୁ ପ୍ରୋତ୍ସାହନ ପରେ ମଧ୍ୟ ଇଭି ଗାଡ଼ି ବିକ୍ରି ପରିମାଣ ବଢ଼ିବା ପରିବର୍ତ୍ତେ ଧୀରେ ଧୀରେ କମିବାରେ ଲାଗିଛି। ଏହାର ଦୁଇଟି ପ୍ରମୁଖ କାରଣ ଥିବା ନେଇ ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ନୟାପଲ୍ଲୀ ବନ୍ଧୁକ ମୁନରେ ଦୁଷ୍କର୍ମ ମାମଲା: ସାମ୍ନାକୁ ଆସିଲା ଅଭିଯୁକ୍ତର ସିସିଟିଭି ଫୁଟେଜ୍

ପ୍ରଥମତଃ ଇଭି ଗାଡ଼ି ଚାର୍ଜିଂ ପାଇଁ ସହରମାନଙ୍କରେ ଉପଯୁକ୍ତ ବ୍ୟବସ୍ଥାର ଅଭାବ ରହିଛି। ସହରାଞ୍ଚଳମାନଙ୍କରେ ଅଧିକାଂଶ ଲୋକେ ଭଡ଼ାରେ ରହୁଥିବା ବେଳେ ସେମାନଙ୍କର ପାର୍କିଂ ସମସ୍ୟା ଅଧିକ ଦେଖାଦେଉଛି। ଏପରିସ୍ଥଳେ ଇଭି ଚାର୍ଜିଂ ଷ୍ଟେସନ୍‌ର ଅଧିକ ଆବଶ୍ୟକତା ରହିଛି। ସେହିପରି ଦ୍ୱିତୀୟ ଏବଂ ବଡ଼ କାରଣ ଭାବେ ଗ୍ରାହକଙ୍କୁ ସନ୍ତୋଷଜନକ ଗାଡ଼ି କିଣା ପରବର୍ତ୍ତୀ ସେବା ମିଳିପାରୁନାହିଁ। ଥରେ ଗାଡ଼ି ଖରାପ ହେଲେ, ମାଲିକଙ୍କୁ ଦୀର୍ଘଦିନ ଧରି ମରାମତି ପାଇଁ ଅପେକ୍ଷା କରିବାକୁ ପଡ଼ୁଛି। ଏହି ସବୁ କାରଣରୁ ସାଧାରଣ ଲୋକେ ଇଭି ପ୍ରତି ମୁହଁ ମୋଡ଼ୁଛନ୍ତି। ତେଣୁ ନୂଆ ନୀତି ପ୍ରଣୟନ ବେଳେ ସରକାର ଏଥିପ୍ରତି ସର୍ବାଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଏହାସହ ନୂଆ ନୀତିରେ ଅଧିକ ପ୍ରୋତ୍ସାହନ ରାଶି ରହିଲେ, ଏହା ଗ୍ରାହକଙ୍କୁ ଆକର୍ଷିତ କରିପାରେ ବୋଲି ମତପ୍ରକାଶ ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର