ମନ୍ଦାର ଫୁଲ ଡାଳକୁ ନେଇ କଳହ: ବୋହୂ ଉପରକୁ ଗରମ ତେଲ ପକାଇଦେଲେ ଶାଶୁ

Madhusudan Das Picture
Published On

ବାଲେଶ୍ୱର : ବୋହୂ ଉପରେ ଶାଶୁ ଫିଙ୍ଗିଲେ ଗରମ ତେଲ। ଏଭଳି ଘଟଣା ଘଟିଥିବା ନେଇ ଅଭିଯୋଗ କରିଛନ୍ତି ବୋହୂ। ସାମାନ୍ୟ ମନ୍ଦାର ଫୁଲ ଡାଳକୁ ନେଇ ଶାଶୁ ବୋହୂ ମଧ୍ୟରେ କଳହ । ଉଭୟଙ୍କ କଳିରେ ଶାଶୁ କ୍ରୋଧରେ ଗରମତେଲ ଫୋପାଡି ମାରିଦେବାକୁ ଉଦ୍ୟମ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଗରମ ତେଲ ପଡ଼ିବା ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ବାଲେଶ୍ୱର ଜିଲ୍ଲା ଖଇରା ଥାନା ମଠନୁଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । 

ଆହୁରି ପଢ଼ନ୍ତୁ: ଗଣେଶ ଭସାଣି ବିବାଦରୁ ହତ୍ୟାକାଣ୍ଡ: ଦିନଦ୍ୱିପହରରେ ରାସ୍ତା ଉପରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ

ମହିଳା ଜଣକ ୫୦ ପ୍ରତିଶତରୁ ଅଧିକ ପୋଡ଼ି ଯାଇଥିବାର କୁହାଯାଉଛି। ସୂଚନାଯୋଗ୍ୟ, ବାଲେଶ୍ବର ଜିଲ୍ଲା ଖଇରା ଥାନା ନନ୍ଦୋର ପଞ୍ଚାୟତ ମଠ ନୁଆଗାଁର ସୁଇଟି ଶିଅଳ ଭଲ ପାଇ ବିବାହ କରିଥିଲେ। ବିବାହ ପରଠାରୁ ଶାଶୁ ତାଙ୍କ ପ୍ରତି ଅତ୍ୟାଚାର କରୁଥିବା ଅଭିଯୋଗ ଆଣିଛନ୍ତି ବୋହୂ। ମନ୍ଦାର ଫୁଲ ଡାଳକୁ ନେଇ ଶାଶୁ –ବୋହୂ ବିବାଦ ଦେଖାଦେଇଥିବା ବେଳେ ଆଜି ସକାଳୁ ବୋହୂ ଉପରକୁ ଗରମ ତେଲ ଫୋପାଡି ଦେଇଥିଲେ। ସୁଇଟଙ୍କ ଖୁଡି ତାଙ୍କୁ ଉଦ୍ଧାର କରି ଖଇରା ମେଡିକାଲକୁ ଆଣିଥିଲେ। ଡାକ୍ତର ତାଙ୍କର ଚିକିତ୍ସା ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ନେତ୍ରୀ ସୁଜାତା ରାଉତ କାର୍ତ୍ତିକେୟନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର