ପାର୍ବଣ ପାଇଁ କମିଶନରେଟ୍ ପୋଲିସର ପ୍ରସ୍ତୁତି: ପୂଜା ମଣ୍ଡପରେ ସିସିଟିଭି ସହ ସାଦା ପୋଷାକରେ ମୁତୟନ ହେବେ ପୋଲିସ

Madhusudan Das Picture
Published On

ଭୁବନେଶ୍ୱର: ଆଗାମୀ ପାର୍ବଣ ଋତୁ ପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କମିଶନରେଟ୍ ପୋଲିସ। ଅପରାଧ ରୋକିବା ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ପୂଜା ମଣ୍ଡପଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଇବା ସହ ସାଦା ପୋଷାକରେ ପୋଲିସ ମୁତୟନ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।

ଆହୁରି ପଢ଼ନ୍ତୁ: ବ୍ରହ୍ମପୁରରେ ନକଲି ମସଲା କାରଖାନା ଠାବ, ୩୦୦୦ କେଜି ଅପମିଶ୍ରିତ ହଳଦୀ ଓ ଲଙ୍କା ଗୁଣ୍ଡ ଜବତ

ଭୁବନେଶ୍ୱରର ଡିସିପି ଡ. ସର୍ବଣା ବିବେକ ଏମ୍ କହିଛନ୍ତି ଯେ, ପୂର୍ବ ବର୍ଷର ଘଟଣାକୁ ଆଧାର କରି ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ଚିହ୍ନଟ କରାଯିବ ଏବଂ ସେଠାରେ ପାଟ୍ରୋଲିଂ ବୃଦ୍ଧି କରାଯିବ। ପୋଲିସ ପକ୍ଷରୁ ପୂଜା କମିଟି ଏବଂ ଆୟୋଜକମାନଙ୍କ ସହ ଆଲୋଚନା ସରିଛି। ପୂଜା ମଣ୍ଡପରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବା ସହ ସିସିଟିଭି କ୍ୟାମେରା ଲଗାଇବା ବାଧ୍ୟତାମୂଳକ କରାଯାଇଛି।

ଆହୁରି ପଢ଼ନ୍ତୁ: ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟରଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ସନ୍ଦେହଜନକ ଗତିବିଧି, ଭିଡ଼ ନିୟନ୍ତ୍ରଣ ଏବଂ ବିଶେଷକରି ମହିଳାମାନଙ୍କୁ ଟାର୍ଗେଟ୍ କରୁଥିବା ଅପରାଧ ଯେପରିକି ଚେନ୍ ସ୍ନାଚିଂ ରୋକିବା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ସାଦା ପୋଷାକଧାରୀ ପୋଲିସ କର୍ମଚାରୀ ମୁତୟନ ହେବେ। ଡିସିପି କହିଛନ୍ତି ଯେ ଅଭ୍ୟାସଗତ ଅପରାଧୀ ଏବଂ ଲୁଟେରାମାନଙ୍କ ଫଟୋ ପୋଲିସ କର୍ମଚାରୀଙ୍କ ମଧ୍ୟରେ ବଣ୍ଟାଯିବ। ଏହାସହ ବଳପୂର୍ବକ ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ପୋଲିସ ପକ୍ଷରୁ ପୂଜା କମିଟିଗୁଡ଼ିକୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନକୁ ନେଇ ଭୟଭୀତ ହୋଇପଡ଼ିଛି
ବିଜେପି ସରକାର: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର