ବାଲେଶ୍ୱରର ଏକ ବାଇକ୍ ଶୋ’ରୁମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏକାଧିକ ମୋଟରସାଇକେଲ୍ ଓ ଆସବାବପତ୍ର

Madhusudan Das Picture
Published On

ବାଲେଶ୍ୱର: ହୁତୁ ହୁତୁ ହୋଇ ଜଳିଗଲା ବାଇକ୍‌ ସୋ’ ରୁମ୍‌ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ନିଆଁ ଲିଭା ଉଦ୍ୟମ ଜାରି ରହିଛି । ବାଲେଶ୍ୱର ଜିଲ୍ଲାର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଥିବା ଏକ ମୋଟରସାଇକେଲ୍ ଶୋ’ରୁମରେ ବୁଧବାର ଦିନ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ଶୋ’ରୁମରେ ଥିବା ଏକାଧିକ ମୋଟରସାଇକେଲ୍, ବାଇକ୍ ଆସେସୋରିଜ୍, ଆସବାବପତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ସମ୍ପୂର୍ଣ୍ଣ ରୂପେ ଜଳି ପାଉଁଶ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ସାପୁଆ ନଦୀରେ ବନ୍ୟା: ଆଠଗଡ଼ର କନ୍ତୋଲ ଅଞ୍ଚଳ ଜଳମଗ୍ନ, ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଯାତାୟାତ ଠପ୍

ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଶୋ’ରୁମ୍ ଭିତରେ ଏକ ଇ-ବାଇକ୍ ଚାର୍ଜ କରାଯାଉଥିବା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା। କିଛି ସମୟ ମଧ୍ୟରେ ନିଆଁ ଚାରିଆଡ଼କୁ ବ୍ୟାପି ଯାଇଥିଲା। ନିଆଁ ଦେଖିବା ମାତ୍ରେ ସ୍ଥାନୀୟ ଲୋକେ ତୁରନ୍ତ ପ୍ରଶାସନ ଓ ଅଗ୍ନିଶମ ବାହିନୀକୁ ଖବର ଦେବା ସହ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଦେଖୁ ଦେଖୁ ଏହା ସମଗ୍ର ଶୋ’ରୁମକୁ ଗ୍ରାସ କରିନେଇଥିଲା। ଯାହା ଫଳରେ ଭିତରେ ଥିବା ମୂଲ୍ୟବାନ ବାଇକ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି।

ଆହୁରି ପଢ଼ନ୍ତୁ: କଟକରେ ନକଲି ପନିର ଓ ଛେନା କାରବାର ମାମଲା: ବଦଳିଲେ ଖାଦ୍ୟ ସୁରକ୍ଷା ଅଧିକାରୀ

ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ କେତେ ପରିମାଣର ସମ୍ପତ୍ତି ନଷ୍ଟ ହୋଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ବୋଲି ରିପୋର୍ଟରୁ ଜଣାପଡ଼ିଛି। ପୋଲିସ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ଆହୁରି ପଢ଼ନ୍ତୁ: ମହାନଦୀରେ ବନ୍ୟା ଆଶଙ୍କା: ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ୮ ଲକ୍ଷ କ୍ୟୁସେକ ଛୁଇଁବ ଜଳସ୍ତର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର