ରାଜଧାନୀରେ ସ୍ମାର୍ଟପାର୍କିଂ ବ୍ୟବସ୍ଥା: ରାଜମହଲ-ବାଣୀବିହାରରେ ଲାଗିଥାନ୍ତା ହଜାରେ ସେନ୍ସର

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ଟ୍ରାଫିକ୍‌‌ ଜାମ୍‌‌ ଏବେ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି। ପିକ୍‌‌ ଆୱାର୍‌‌ରେ ସହର ଭିତରେ ୫ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ଅଧ ଘଣ୍ଟାଏରୁ ଅଧିକ ସମୟ ଲାଗୁଛି। ଏହାର କାରଣ ଦ୍ରୁତଗତିରେ ବଢ଼଼ୁଥିବା ଗାଡ଼ି ସଂଖ୍ୟା ବୋଲି କୁହାଯାଉଛି। ଏଥିସହ ବେଆଇନ ପାର୍କିଂ ମଧ୍ୟ ଟ୍ରାଫିକ୍‌‌ ଭିଡ଼କୁ ବଳ ଯୋଗାଉଛି। ତେଣୁ ପାର୍କିଂକୁ ବ୍ୟବସ୍ଥିତ କରିବା ପାଇଁ ସ୍ମାର୍ଟସିଟି ପକ୍ଷରୁ ବହୁତଳ କାର୍‌‌ ପାର୍କିଂ(ଏମ୍‌‌ଏଲ୍‌‌ସିପି) କରାଯାଇଛି। ମାତ୍ର ଲୋକମାନେ ଏହାକୁ ବ୍ୟବହାର କରୁନାହାନ୍ତି। କାରଣ […]

ଭୁବନେଶ୍ୱର: ରାଜଧାନୀରେ ଟ୍ରାଫିକ୍‌‌ ଜାମ୍‌‌ ଏବେ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି। ପିକ୍‌‌ ଆୱାର୍‌‌ରେ ସହର ଭିତରେ ୫ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ଅଧ ଘଣ୍ଟାଏରୁ ଅଧିକ ସମୟ ଲାଗୁଛି। ଏହାର କାରଣ ଦ୍ରୁତଗତିରେ ବଢ଼଼ୁଥିବା ଗାଡ଼ି ସଂଖ୍ୟା ବୋଲି କୁହାଯାଉଛି। ଏଥିସହ ବେଆଇନ ପାର୍କିଂ ମଧ୍ୟ ଟ୍ରାଫିକ୍‌‌ ଭିଡ଼କୁ ବଳ ଯୋଗାଉଛି। ତେଣୁ ପାର୍କିଂକୁ ବ୍ୟବସ୍ଥିତ କରିବା ପାଇଁ ସ୍ମାର୍ଟସିଟି ପକ୍ଷରୁ ବହୁତଳ କାର୍‌‌ ପାର୍କିଂ(ଏମ୍‌‌ଏଲ୍‌‌ସିପି) କରାଯାଇଛି। ମାତ୍ର ଲୋକମାନେ ଏହାକୁ ବ୍ୟବହାର କରୁନାହାନ୍ତି। କାରଣ ଲୋକଙ୍କ ଗନ୍ତବ୍ୟସ୍ଥଳଠାରୁ କେତେକାଂଶରେ ଏହା ଦୂରବର୍ତ୍ତୀ ହେଉଛି। ତେଣୁ ରାସ୍ତା କଡ଼ରେ ପାର୍କିଂକୁ ଠିକ୍‌‌ ଭାବେ ପରିଚାଳନା କରିବା ପାଇଁ ସ୍ମାର୍ଟ ସିଟି ପକ୍ଷରୁ ଜନପଥରେ ସ୍ମାର୍ଟ ପାର୍କିଂ ବ୍ୟବସ୍ଥା ଆପଣା ଯାଇଥିଲା। ମାଟି ତଳେ ସେନ୍ସସର୍‌‌ ପୋତା ଯାଇଥିଲା। ଏହାକୁ ବ୍ୟବହାର କରି ଗାଡ଼ି ଚାଳକମାନେ ସ୍ୱୟଂ ଆପ୍‌‌ ମାଧ୍ୟମରେ ପାର୍କିଂ କରିବା ନେଇ ସମସ୍ତ ବ୍ୟବସ୍ଥା କରାଯାଉଥିଲା। ମାତ୍ର ଏହାକୁ କାର୍ଯ୍ୟକାରୀ କରାଗଲାନି। ତେଣୁ ଏବେ ଜନପଥରେ ଏବେ ବି ପାର୍କିଂ ନେଇ ଅନେକ ସମୟରେ ସମସ୍ୟା ସୃଷ୍ଟି ହେଉଛି। ପାର୍କିଂ ପାଇଁ ଉଦ୍ଧିଷ୍ଟ ଥିବା ସ୍ଥାନରେ ଗାଡ଼ି ପାର୍କିଂ ହେବା ପରେ ରାସ୍ତାକୁ କବ୍‌‌ଜା କରି ଗାଡ଼ି ଗୁଡ଼ିକ ଛିଡ଼ା ହେଉଛି। ଫଳରେ ଉତ୍କଟ ଟ୍ରାଫିକ୍‌‌ ସମସ୍ୟା ସୃଷ୍ଟି ହେଉଛି।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ସ୍ମାର୍ଟ ଜନପଥରେ ୩ଟି ପ୍ୟାକେଜ୍‌‌ରେ ସ୍ମାର୍ଟ ପାର୍କିଂ କରିବାକୁ ଯୋଜନା ହୋଇଥିଲା। ଏଥିରେ ଶିଶୁଭବନରୁ ମାଷ୍ଟରକ୍ୟାଣ୍ଟିନକୁ ପ୍ୟାକେଜ୍‌‌-୧, ମାଷ୍ଟରକ୍ୟାଣ୍ଟିନରୁ ରୁପାଲି ଛକ ପ୍ୟାକେଜ୍‌‌-୨ ଏବଂ ରୁପାଲି ଛକରୁ ବାଣୀବିହାର ଛକ ପର୍ଯ୍ୟନ୍ତ ପ୍ୟାକେଜ୍‌‌-୩ ଭାବରେ ଚିହ୍ନିତ ହୋଇଥିଲା। ଗୋଟିଏ ପ୍ୟାକେଜ୍‌‌ରେ ଥରେ ଫି’ ଦେଇ ପାର୍କିଂ କଲେ ଏହି ଅଞ୍ଚଳରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆଉ ପାର୍କିଂ କଲେ ଫି’ ଦେବାକୁ ପଡ଼ିବନି। ଗୋଟିଏ ପ୍ୟାକେଜ୍‌‌ରେ ୪୫୦ରୁ ୫୦୦ ଗାଡ଼ି ପାର୍କିଂ ହେବା ଭଳି ବ୍ୟବସ୍ଥା ହେବ। ପ୍ରତ୍ୟେକ ପାର୍କିଂସ୍ଥଳୀ ପାଇଁ ପ୍ରାୟ ୧୦ ଫୁଟ୍‌‌ର ଜାଗା ରହିବ। ଜନପଥରେ କେତେ ପାର୍କିଂସ୍ଥଳୀ ରହିବ ତାହା ସ୍ମାର୍ଟ ଜନପଥ ନିର୍ମାଣ କରିଥିବା ଠିକା ସଂସ୍ଥା ନମ୍ୱରିଂ କରିବାକୁ ଥିଲା। ଜନପଥର ଉତ୍ତରରୁ ଦକ୍ଷିଣ ଦିଗକୁ ନମ୍ୱରିଂ ହେବାକୁ ଯୋଜନା ଥିଲା। ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଲ୍ୟାଣ୍ଡମାର୍କକୁ ନେଇ ପାର୍କିଂ ଅଞ୍ଚଳକୁ ନାମିତ କରାଯିବାକୁ କୁହାଯାଇଥିଲା। ଏହି ପାର୍କିଂ ବ୍ୟବସ୍ଥାରେ ଅନଲାଇନ୍‌‌ରେ ପାର୍କିଂସ୍ଥଳୀ ବୁକିଂ କରି ହେବ। ଏହାସହ କେଉଁଠି ପାର୍କିଂ ଅଞ୍ଚଳ ଖାଲି ଅଛି, ତାହାକୁ ଅନଲାଇନ୍‌‌ରେ ଟ୍ରାକିଂ ମଧ୍ୟ କରି ହେବ ବୋଲି ସ୍ମାର୍ଟ ସିଟି ସ୍ୱପ୍ନ ଦେଖାଇଥିଲା।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ଗାଡ଼ି ରଖିବା ପାଇଁ ଆପ୍‌‌ ଜରିଆରେ ସ୍ଲଟ୍‌‌ ବୁକିଂ ହେବ। ଅର୍ଥାତ୍‌‌ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ବା ଘରୁ ବାହାରିବା ବେଳେ ଗାଡ଼ି ରଖିବା ପାଇଁ ପାର୍କିଂ ସ୍ଥାନ ବୁକ୍‌‌ କରିବାକୁ ପଡ଼ିବ। ଥରେ ବୁକ୍‌‌ ହୋଇଗଲେ ସେଠାରେ ଗାଡ଼ି ପାର୍କ ହେବନାହିଁ। ସ୍ଲଟ୍‌‌ ବୁକିଂ କରିଥିବା ଗାଡ଼ି ପହଞ୍ଚିବା ପର୍ଯ୍ୟନ୍ତ ଏହା ଫାଙ୍କା ଥିବ। ଯିଏ ଯେଉଁ ସୋ’ ରୁମ୍‌‌ ବା ଯେଉଁ ଜାଗାକୁ ଯାଉଥିବ, ସେ ସେହି ଜାଗାର ପାର୍କିଂ ସ୍ଥିତିକୁ ଆପ୍‌‌ ଜରିଆରେ ଯାଞ୍ଚ କରିବ- କେତେ ଗାଡ଼ି ଅଛି? କେତେ ଜାଗା ଖାଲି ଅଛି? ଏ ସବୁ ଜାଣିବା ପରେ ଗାଡ଼ି ନେଇ ଘରୁ ବାହାରିବ। ଏଭଳି ଏକ ଅତ୍ୟାଧୁନିକ ବ୍ୟବସ୍ଥା ୨୦୨୧ ସେପ୍ଟେମ୍ୱର ପହିଲା ସୁଦ୍ଧା ରାଜମହଲ ଠାରୁ ଶିଶୁଭବନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିଲା। ରାଜମହଲ ଛକରୁ ଶିଶୁଭବନ ଛକ ଯାଏ ୫୦ଟି ସେନ୍ସର ମାଟି ତଳେ ପୋତା ଯାଇଥିଲା। ଏହା ପରେ ରାଜମହଲରୁ ବାଣୀବିହାର ପର୍ଯ୍ୟନ୍ତ ୧, ୦୦୦ ସେନ୍ସର ଲାଗିବାର ଯୋଜନା ରହିଥିଲା।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

ବେଆଇନ ପାର୍କିଂ ହେଲେ ସେନ୍ସର ଜରିଆରେ ପାର୍କିଂ ଫି’ ଆଦାୟ କରୁଥିବା କର୍ମଚାରୀଙ୍କ ପାଖରେ ଥିବା ଡିଭାଇସ୍‌‌କୁ ସୂଚନା ଯିବ। ସେ ତୁରନ୍ତ ଆସି ପାର୍କିଂ ଫି’ ଆଦାୟ କରିବା ସହ ଧାର୍ଯ୍ୟ ଜାଗାରେ ଗାଡ଼ି ରଖିବାକୁ ବ୍ୟବସ୍ଥା କରିବେ। ଜନପଥରେ ସଫଳ ହେଲେ ଏହି ବ୍ୟବସ୍ଥା ବିଭିନ୍ନ ମାର୍କେଟ୍‌‌ରେ କରିବାକୁ ଯୋଜନା ଥିଲା। ‘ଭୁବନେଶ୍ୱର ଡଟ୍‌‌ ଏମ୍‌‌ଇ’ ସହ ସମନ୍ୱିତ ହୋଇ ସମ୍ପୃକ୍ତ ଆପ୍‌‌ କାମ କରିଥାନ୍ତା। ଯେଉଁ ଜାଗାକୁ ଯିବାକୁ ଅଛି ସେହି ଜାଗାର ପାର୍କିଂ ଦେୟ ଆଗୁଆ ପୈଠ କରି ପାର୍କିଂ ପାଇଁ ଜାଗା ବୁକ୍‌‌ କରିବା ଯୋଜନା ଥିଲା। କିନ୍ତୁ ଏହି ଯୋଜନା ସମ୍ପୂର୍ଣ୍ଣ ଫେଲ୍‌‌ ମାରିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର