ଅମାନିଆ ଇସ୍କନ, ପୁଣି ଲଣ୍ଡନରେ ଅଦିନିଆ ରଥଯାତ୍ରା

The Sakala Picture
Published On

ପୁରୀ/ଭୁବନେଶ୍ବର: ପୁଣି ଅମାନିଆ ହୋଇଛି ଇସ୍କନ। ରବିବାର ଲଣ୍ଡନର ଚେମ୍‌ସଫୋର୍ଡରେ ଆୟୋଜନ କରିଛି ରଥଯାତ୍ରା। ଅଦିନରେ ରଥଯାତ୍ରା ନ କରିବା ଲାଗି ପୂର୍ବରୁ ଗଜପତି ମହାରାଜା, ଶ୍ରୀମନ୍ଦିର ପ୍ରଶାସନ ଇସ୍କନକୁ ଚିଠି କରିଛନ୍ତି। ହେଲେ ନିଜ ଜିଦ୍‌ରେ ଅଟଳ ରହିଛି ଇସ୍କନ। ତା’ର ଏଭଳି ମନମାନିକୁ ନେଇ ପୁରୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଇସ୍କନ୍‌କୁ ବିରୋଧ କରିଛନ୍ତି ଭକ୍ତ ଓ ସେବାୟତ। ଲଣ୍ଡନର ଚେମ୍ସଫୋର୍ଡରେ ରବିବାର ଅର୍ଥାତ୍‌ ମେ’ ୧୭ ତାରିଖରେ ରଥଯାତ୍ରା କରୁଛି ଇସ୍କନ। […]

ପୁରୀ/ଭୁବନେଶ୍ବର: ପୁଣି ଅମାନିଆ ହୋଇଛି ଇସ୍କନ। ରବିବାର ଲଣ୍ଡନର ଚେମ୍‌ସଫୋର୍ଡରେ ଆୟୋଜନ କରିଛି ରଥଯାତ୍ରା। ଅଦିନରେ ରଥଯାତ୍ରା ନ କରିବା ଲାଗି ପୂର୍ବରୁ ଗଜପତି ମହାରାଜା, ଶ୍ରୀମନ୍ଦିର ପ୍ରଶାସନ ଇସ୍କନକୁ ଚିଠି କରିଛନ୍ତି। ହେଲେ ନିଜ ଜିଦ୍‌ରେ ଅଟଳ ରହିଛି ଇସ୍କନ। ତା’ର ଏଭଳି ମନମାନିକୁ ନେଇ ପୁରୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଇସ୍କନ୍‌କୁ ବିରୋଧ କରିଛନ୍ତି ଭକ୍ତ ଓ ସେବାୟତ।

ଆହୁରି ପଢ଼ନ୍ତୁ: ଦିଗ ବଦଳାଉଛି ଘୂର୍ଣ୍ଣିବଳୟ: ୨୩ରୁ ୨୫ ତାରିଖ ମଧ୍ୟରେ ରାଜ୍ୟରେ ଭୀଷଣ ବର୍ଷା ଆଶଙ୍କା

ଲଣ୍ଡନର ଚେମ୍ସଫୋର୍ଡରେ ରବିବାର ଅର୍ଥାତ୍‌ ମେ’ ୧୭ ତାରିଖରେ ରଥଯାତ୍ରା କରୁଛି ଇସ୍କନ। ରଥଯାତ୍ରା ସହ ଯୋଗ, କୀର୍ତ୍ତନ ସମାରୋହ ଏବଂ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ସାମିଲ୍‌ ହେବା ପାଇଁ ଫୋନ୍‌ ନମ୍ବରରେ ମଧ୍ୟ ଅନ୍‌ଲାଇନ୍‌ ମାଧ୍ୟମରେ ପ୍ରଚାର କରାଯାଉଛି। କେବଳ ଏହି ଗୋଟିଏ ନୁହେଁ, ଜୁଲାଇ ୨୦ରେ ଇସ୍କନ୍‌ ଲଣ୍ଡନର ହାଇଡ୍‌ ପାର୍କ କର୍ଣ୍ଣର୍‌ରେ ରଥଯାତ୍ରା ଆୟୋଜନ କରିବାକୁ ଯାଉଛି। ଏନେଇ ଇସ୍କନ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସକ୍ରିୟ ହେଲା ସୁଦୃଶ୍ୟ ଲଘୁଚାପ: ଆଜି ସନ୍ଧ୍ୟା ସୁଦ୍ଧା ନେବ ଅବପାତର ରୂପ, ପ୍ରବଳ ବର୍ଷା ଆଶଙ୍କା

ଜୁଲାଇ ୨୦ ତାରିଖ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ହେବ ଯାତ୍ରା। ସେହିଭଳି ଜୁଲାଇ ୬ ତାରିଖ ସକାଳ ୯ଟା ୧୫ରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ହେବ ସ୍ନାନଯାତ୍ରା। ୟୁକେର ଇସ୍କନ ଭକ୍ତି ବେଦାନ୍ତ ମ୍ୟାନ୍‌ର ୱେବ୍‌ସାଇଟ୍‌ରେ ଏ ନେଇ ସୂଚନା ଦିଆଯାଇଛି।
ଇସ୍କନର ଅଦିନିଆ ରଥଯାତ୍ରା ଆୟୋଜନ ନେଇ ଜଣାପଡ଼ିବା ପରେ ଏହାକୁ ନେଇ ଜଗନ୍ନାଥପ୍ରେମୀ ଭକ୍ତ ଓ ସେବାୟତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମହାପ୍ରଭୁଙ୍କ ସଂସ୍କୃତିକୁ ପ୍ରଚାରପ୍ରସାର ଆଳରେ ଇସ୍କନ୍‌ ଯେଭଳି ଅସମ୍ମାନ କରୁଛି, ସେନେଇ ଇସ୍କନ୍‌ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି। ଲଣ୍ଡନରେ ଇସ୍କନ୍‌ ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜନ ହେଉଥିବା ବେଳେ କେନ୍ଦ୍ର ଏବଂ ରାଜ୍ୟ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଇସ୍କନର ଅଦିନିଆ ରଥଯାତ୍ରାକୁ ବନ୍ଦ କରିବାକୁ ଶ୍ରୀମନ୍ଦିରର ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର କହିଛନ୍ତି।

ସେହିପରି ସେବାୟତ ଗୌରହରି ପ୍ରଧାନ କହିଛନ୍ତି, ବାରମ୍ବାର ଇସ୍କନ ଏଭଳି ମନମାନି କରି ଚାଲିଛି। ଶ୍ରୀମନ୍ଦିର ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅପମାନିତ କରୁଛି। ପୁରୀରେ ଇସ୍କନ୍‌କୁ ଦୃଢ଼ ବିରୋଧ ହେବା ଦରକାର ବୋଲି କହିଛନ୍ତି। ବିଦେଶରେ ଇସ୍କନ୍‌ ଅଦିନିଆ ରଥଯାତ୍ରା ବନ୍ଦ କରିବା ପାଇଁ ଗଜପତି ମହାରାଜା ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଇସ୍କନ୍‌ ସହ ସ୍ୱତନ୍ତ୍ର ବୈଠକ କରିଥିଲେ। ତେବେ ବିଦେଶରେ ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ଇସ୍କନର ଅନ୍ତର୍ଜାତୀୟ ସଂଗଠନକୁ ଅବଗତ କରାଯିବ ବୋଲି ଭାରତର ଇସ୍କନ ମୁଖ୍ୟ କହିଥିଲେ। ହେଲେ ଦୁର୍ଭାଗ୍ୟର ବିଷୟ ଅଦିନିଆ ରଥଯାତ୍ରା ଆୟୋଜନ ନେଇ ଜଗନ୍ନାଥପ୍ରେମୀଙ୍କ ବିରୋଧ ସତ୍ତ୍ବେ ଇସ୍କନ ମନମାନି କରୁଛି।

ଏ ସମ୍ପର୍କରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କାର ସ୍ୱାଇଁ କହିଛନ୍ତି, ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ପୂର୍ବରୁ ଇସ୍କନକୁ ସୂଚନା ଦିଆଯାଇଛି। ଏହା ସତ୍ତ୍ବେ ଅଦିନିଆ ରଥଯାତ୍ରା ଇସ୍କନ୍‌ ଆୟୋଜନ କରିବା ଠିକ୍‌ ନୁହେଁ। ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର