ଟାୟାର ଫାଟି ଓଲଟିଲା ଜିପ୍: ଚାକିରିର ପ୍ରଥମ ଦିନରେ ଚାଲିଗଲା ଆଇପିଏସ ଅଧିକାରୀଙ୍କ ଜୀବନ…

The Sakala Picture
Published On

ହସନ: ଅଧା ରହିଗଲା ଆଇପିଏସ ଚାକରିରି କରି ଚୌକିରେ ବସିବାର ସ୍ବପ୍ନ । ଚାକିରିରେ ଯୋଗ ଦେବାକୁ ଯାଉଥିବା ବେଳେ ଚାଲିଗଲା ଜଣେ ଆଇପିଏସଙ୍କ ଜୀବନ । ଘଟଣା ଘଟିଛି କର୍ଣ୍ଣାଟକର ହସନରେ । ମୃତକ ହେଲେ ୨୬ ବର୍ଷୀୟ ଆଇପିଏସ୍ ହର୍ଷବର୍ଦ୍ଧନ । ତାଙ୍କ ଘର ମଧ୍ୟପ୍ରଦେଶ ଜବଲପୁରରେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ପିଲାଟେ ଦିନରୁ ଆଇପିଏସ୍ ହୋଇ ଲୋକଙ୍କ ସେବେ କରିବାକୁ ସ୍ବପ୍ନ ଦେଖିଥିଲେ ହର୍ଷବର୍ଦ୍ଧନ। ଆଉ ବାପାମାଆଙ୍କ ସ୍ବପ୍ନ ବି ପୂରଣ […]

ହସନ: ଅଧା ରହିଗଲା ଆଇପିଏସ ଚାକରିରି କରି ଚୌକିରେ ବସିବାର ସ୍ବପ୍ନ । ଚାକିରିରେ ଯୋଗ ଦେବାକୁ ଯାଉଥିବା ବେଳେ ଚାଲିଗଲା ଜଣେ ଆଇପିଏସଙ୍କ ଜୀବନ । ଘଟଣା ଘଟିଛି କର୍ଣ୍ଣାଟକର ହସନରେ । ମୃତକ ହେଲେ ୨୬ ବର୍ଷୀୟ ଆଇପିଏସ୍ ହର୍ଷବର୍ଦ୍ଧନ । ତାଙ୍କ ଘର ମଧ୍ୟପ୍ରଦେଶ ଜବଲପୁରରେ ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ସୂଚନାଯୋଗ୍ୟ, ପିଲାଟେ ଦିନରୁ ଆଇପିଏସ୍ ହୋଇ ଲୋକଙ୍କ ସେବେ କରିବାକୁ ସ୍ବପ୍ନ ଦେଖିଥିଲେ ହର୍ଷବର୍ଦ୍ଧନ। ଆଉ ବାପାମାଆଙ୍କ ସ୍ବପ୍ନ ବି ପୂରଣ କରିବେ। ପରିଶ୍ରମ କରି ଆଇପିଏସ୍ ପାଇ ବି ଥିଲେ । ହେଲେ ବିଧିର ବିଧାନ ଥିଲା ଭିନ୍ନ । ଚାକିରିରେ ଯୋଗ ଦେବା ପୂର୍ବରୁ ଚାଲିଗଲା ହର୍ଷବର୍ଦ୍ଧନଙ୍କ ଜୀବନ।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

ବିଡ଼ମ୍ଵନା ଯେ, ଚାକିରିରେ ଯୋଗ ଦେବାକୁ ଯାଉଥିବା ବେଳେ ଦୁର୍ଘଟଣାରେ ହର୍ଷବର୍ଦ୍ଧନଙ୍କ ମୃତ୍ୟୁ ଘଟିଛି । ତାଙ୍କର ପ୍ରଥମ ପୋଷ୍ଟିଂ ଥିଲା କର୍ଣ୍ଣାଟକର ହସନ ଜିଲ୍ଲାରେ । ଚାକିରିରେ ଯୋଗ ଦେବାକୁ ସେ ଯିବା ବେଳେ ତାଙ୍କ ଜିପର ଟାୟାର ଫାଟି ଯାଇଥିଲା । ଡ୍ରାଇଭର ଗାଡ଼ି ସମ୍ଭାଳି ନପାରିବାରୁ ତାହା ଓଲଟି ପଡ଼ିଥିଲା । ଏଥିରେ ଡ୍ରାଇଭର ଓ ହର୍ଷବର୍ଦ୍ଧନ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ଯୁବ ଆଇପିଏସଙ୍କ ମୃତ୍ୟୁ ଘଟିଥିଲା । ୨୦୨୩ ବ୍ୟାଚର ଆଇପିଏସ୍ ହର୍ଷବର୍ଦ୍ଧନ କିଛି ଦିନ ତଳେ ମହୀଶୂରରେ ଟ୍ରେନିଂ ସାରିଥିଲେ । ଡ୍ରାଇଭର ଏବେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳ ବର୍ଷିବ, ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର