ପୃଥିବୀ ଦିବସ: ଧରିତ୍ରୀ ମା’ ପାଇଁ ଦିନଟିଏ’

The Sakala Picture
Published On

ଧରିତ୍ରୀ ମାତାକୁ ସମ୍ମାନ ଓ ସୁରକ୍ଷା ଦେବା ପାଇଁ ପ୍ରତିବର୍ଷ ଏପ୍ରିଲ୍ ୨୨ ତାରିଖଟିକୁ ପୃଥିବୀ ଦିବସ ରୂପେ ପାଳିତ ହୋଇଥାଏ। ଆମେରିକା କାଲିଫର୍ଣ୍ଣିଆର ସାନ୍ତାବାରବରାରେ ୧୯୬୯ମସିହା ଜାନୁୟାରୀ ୨୮ ତାରିଖ ଦିନ ଏକ ଦୁର୍ଘଟଣା ଘଟି ୩୦ ଲକ୍ଷ ଅଶୋଧିତ ତୈଳ ସମୁଦ୍ରରେ ମିଶିଥିଲା। ଫଳରେ ୧୦ ହଜାରରୁ ଊର୍ଦ୍ଧ୍ବ ସାମୁଦ୍ରିକ ପକ୍ଷୀଙ୍କ ସମେତ ଡଲଫିନ୍‌, ସିଲ୍ ଆଦି ଅନ୍ୟ ସାମୁଦ୍ରିକ ପ୍ରାଣୀଙ୍କର ମୃତ୍ୟୁ ହୋଇଥିଲା। ପରିବେଶବିତ୍ ତଥା ତତ୍‌କାଳୀନ ଆମେରିକା ସିନେଟର ଗେଲର୍ଡ ନେଲସନଙ୍କୁ […]

ଧରିତ୍ରୀ ମାତାକୁ ସମ୍ମାନ ଓ ସୁରକ୍ଷା ଦେବା ପାଇଁ ପ୍ରତିବର୍ଷ ଏପ୍ରିଲ୍ ୨୨ ତାରିଖଟିକୁ ପୃଥିବୀ ଦିବସ ରୂପେ ପାଳିତ ହୋଇଥାଏ। ଆମେରିକା କାଲିଫର୍ଣ୍ଣିଆର ସାନ୍ତାବାରବରାରେ ୧୯୬୯ମସିହା ଜାନୁୟାରୀ ୨୮ ତାରିଖ ଦିନ ଏକ ଦୁର୍ଘଟଣା ଘଟି ୩୦ ଲକ୍ଷ ଅଶୋଧିତ ତୈଳ ସମୁଦ୍ରରେ ମିଶିଥିଲା। ଫଳରେ ୧୦ ହଜାରରୁ ଊର୍ଦ୍ଧ୍ବ ସାମୁଦ୍ରିକ ପକ୍ଷୀଙ୍କ ସମେତ ଡଲଫିନ୍‌, ସିଲ୍ ଆଦି ଅନ୍ୟ ସାମୁଦ୍ରିକ ପ୍ରାଣୀଙ୍କର ମୃତ୍ୟୁ ହୋଇଥିଲା। ପରିବେଶବିତ୍ ତଥା ତତ୍‌କାଳୀନ ଆମେରିକା ସିନେଟର ଗେଲର୍ଡ ନେଲସନଙ୍କୁ ଏହି ଘଟଣା ବ୍ୟଥିତ କରିଥିଲା।

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବେତନଟୀ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତି ଗିରଫ

ନେଲସନ୍‌ଙ୍କ ଆହ୍ବାନରେ ତା’ ପରବର୍ଷ ୧୯୭୦ ମସିହା ଏପ୍ରିଲ୍ ୨୨ରେ ଦେଶରେ ‘ପୃଥିବୀ ଦିବସ’ ପାଳନ କରାଯାଇଥିବାବେଳେ ଏଥିରେ ୨ କୋଟିରୁ ଅଧିକ ଆମେରିକୀୟ ଯୋଗ ଦେଇଥିଲେ। ପରିବେଶ ସୁରକ୍ଷା ଦିଗରେ ଏହା ଥିଲା ବିଶ୍ବର ପ୍ରଥମ ପଦକ୍ଷେପ। ପରେ ୧୯୯୦ ମସିହାରେ ପୃଥିବୀର ୧୪୧ଟି ଦେଶରେ ଏହି ଦିବସ ପାଳନ ହୋଇଥିଲା। ବର୍ତ୍ତମାନ ବିଶ୍ୱର ୧୯୨ରୁ ଅଧିକ ଦେଶରେ ‘ପୃଥିବୀ ଦିବସ’ ପାଳିତ ହେଉଛି। ସଂପ୍ରତି ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ ଓ ମଣିଷର ଅମାନୁଷିକ କାର୍ଯ୍ୟକଳାପ ଯୋଗୁଁ ଜୈବ ବିବିଧତା ବିପର୍ଯ୍ୟସ୍ତ । ସର୍ବୋପରି ମଣିଷର ସ୍ୱେଚ୍ଛାଚାରୀ କାର୍ଯ୍ୟକଳାପ ଯୋଗୁଁ ଧରିତ୍ରୀ ମାତାର ସୁରକ୍ଷା ପାଇଁ ସଙ୍କଟ ଆଣିଦେଇଛି।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୮ତାରିଖରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ: ଚାଲିବ ଘରୋଇ ବସ୍, ସମ୍ପୂର୍ଣ୍ଣ ଠପ୍ ରହିବ ଅଟୋ ସେବା

ଏହାର ପ୍ରତିକାର ପାଇଁ ଏହି ଦିନରେ ପ୍ରକୃତିର ସୁରକ୍ଷା ଓ ରକ୍ଷଣାବେକ୍ଷଣ କରିବା ନେଇ ସମସ୍ତେ ପ୍ରତିଜ୍ଞାବଦ୍ଧ ହେବା ଆବଶ୍ୟକ। ନିଜ କର୍ତ୍ତବ୍ୟକୁ ମନେ ପକାଇବା ପାଇଁ ଏହି ଦିନଟି। ନିଜେ ବଞ୍ଚିବା ସହ ପୃଥÒବୀରେ ବାସ କରୁଥିବା ଅନ୍ୟ ଜୀବ ଓ ପ୍ରାଣୀମାନଙ୍କୁ ମଧ୍ୟ ସୁରକ୍ଷା ଦେବା ଆମର ପ୍ରଥମ କର୍ତ୍ତବ୍ୟ। ପଲିଥିନ, ପ୍ଲାଷ୍ଟିକ୍‌ର ବ୍ୟବହାର ବନ୍ଦ କରିବା ସହ ପ୍ରଦୂଷଣ କମ୍‌ କରିବା ଓ ଗଛ ଲଗାଇବାକୁ ଲୋକଙ୍କୁ ଏହି ଦିବସ ମାଧ୍ୟମରେ ବାର୍ତ୍ତା ଦିଆଯାଏ। ପ୍ରତିବର୍ଷ ବିଶ୍ୱ ପୃଥିବୀ ଦିବସର ବିଷୟବସ୍ତୁ ଉପରେ ଏକ ନୂତନ ଥିମ୍ ରଖାଯାଏ। ଚଳିତ ବର୍ଷର ଥିମ ହେଉଛି ‘ଆମ ଗ୍ରହରେ ବିନିଯୋଗ’।

ଆହୁରି ପଢ଼ନ୍ତୁ: ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ରେଡ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର