ଆଜି ବିଶ୍ବ ମାତୃ ଦିବସ : ଦୁନିଆର ସବୁଠୁ ମଧୁର ଓ ସୁନ୍ଦର ଶବ୍ଦ ମା’

The Sakala Picture
Published On

ଦୁନିଆର ସବୁ ଶବ୍ଦ ଯାହା ପାଖରେ ଫିକା ସେ ହେଉଛି ମା’। ବିଶ୍ବର ସର୍ବଶ୍ରଷ୍ଠ ଯୋଦ୍ଧା ହେଉଛି ମା’। ନିଜ ସନ୍ତାନ ପାଇଁ ସେ ଯେ କୌଣସି ବିପଦକୁ ସାମ୍ନା କରିପାରେ। ସଂସାର ଓ ସଂସ୍କୃତିକୁ ହାତରେ ଧରି ଆଗକୁ ଚାଲେ ମା’। ମା’ର ଭଲ ପାଇବାରେ କୌଣସି ସର୍ତ୍ତ ନ ଥାଏ। ଆକଟ ବି କରେ,ଆଦର ବି କରେ, ହେଲେ କୌଣସି ପରିସ୍ଥତିରେ ସନ୍ତାନର ହାତ ଛାଡିନଥାଏ। ମାଆ ଯିଏ ପିଲାଙ୍କ ପାଇଁ ଦରକାର ପଡିଲେ […]

ଦୁନିଆର ସବୁ ଶବ୍ଦ ଯାହା ପାଖରେ ଫିକା ସେ ହେଉଛି ମା’। ବିଶ୍ବର ସର୍ବଶ୍ରଷ୍ଠ ଯୋଦ୍ଧା ହେଉଛି ମା’। ନିଜ ସନ୍ତାନ ପାଇଁ ସେ ଯେ କୌଣସି ବିପଦକୁ ସାମ୍ନା କରିପାରେ। ସଂସାର ଓ ସଂସ୍କୃତିକୁ ହାତରେ ଧରି ଆଗକୁ ଚାଲେ ମା’। ମା’ର ଭଲ ପାଇବାରେ କୌଣସି ସର୍ତ୍ତ ନ ଥାଏ। ଆକଟ ବି କରେ,ଆଦର ବି କରେ, ହେଲେ କୌଣସି ପରିସ୍ଥତିରେ ସନ୍ତାନର ହାତ ଛାଡିନଥାଏ। ମାଆ ଯିଏ ପିଲାଙ୍କ ପାଇଁ ଦରକାର ପଡିଲେ ଦୁନିଆ ଆଗରେ ନଇଁପାରେ, ପୁଣି ଆବଶ୍ୟକ ସ୍ଥଳରେ ତା’ର ସନ୍ତାନ ପାଇଁ ସାରା ଦୁନିଆକୁ ନୁଆଁଇ ଦେଇପାରେ। ସେ ସ୍ନେହମୟୀ, କରୁଣାମୟୀ ଓ ଦୟାମୟୀ। ଆୟୁତ ବ୍ରହ୍ମାଣ୍ଡ ବିଲୀନ ହୋଇଯାଏ ଏଇ ଶବ୍ଦର ଗଭୀରତାରେ।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

ଜଣେ ସନ୍ତାନ ପାଇଁ ମା’ର ପଣତକାନି ଠାରୁ ସୁରକ୍ଷିତ ଓ ନିରାପଦ ସ୍ଥାନ ଆଉ କିଛି ନାହିଁ। ମା’ର ତ୍ୟାଗ ଓ ମମତାକୁ ମନେ ପକାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ’ ମାସର ଦ୍ବିତୀୟ ରବିବାରକୁ ‘ମାତୃଦିବସ’ ଭାବେ ପାଳନ କରାଯାଏ। ମାତୃଦିବସକୁ ଲୋକପ୍ରିୟ କରିବା ଓ ପାଳନ କରିବାର ପରମ୍ପରା ପ୍ରଥମେ ଆମେରିକାରେ ଆରମ୍ଭ ହୋଇଥିଲା। ଏହାର ଶ୍ରେୟ ଆମେରିକାର ଆନ୍ନା ଏମ୍‌ ଜାରଭିସ୍‌ଙ୍କୁ ଦିଆଯାଇଥାଏ। ଆନ୍ନାଙ୍କର ମା’ଙ୍କର ଦେହାନ୍ତ ହେବାର ଦୁଇବର୍ଷ ପରେ ଆନ୍ନା ଏବଂ ତାଙ୍କ ସାଙ୍ଗମାନେ ଏକ ଅଭିଯାନ ଆରମ୍ଭ କଲେ। ମାତୃଦିବସକୁ ଜାତୀୟ ଛୁଟିଦିନ ଘୋଷଣା ପାଇଁ ସେ ଜନସାଧାରଣଙ୍କ ସମର୍ଥନ ହାସଲ କରିଥିଲେ। ସେ ଦେଖୀଲେ ଯେ, ପିଲାମାନେ ସେମାନଙ୍କ ମା’ଙ୍କ ଅବଦାନକୁ ଭୁଲିଯାନ୍ତି। ସେ ଚାହୁଁଥିଲେ ମା’ମାନେ ଜୀବିତ ଥିବାବେଳେ ତାଙ୍କ ପିଲାମାନେ ତାଙ୍କୁ ସମ୍ମାନ ଦିଅନ୍ତୁ। ସେ ଚାହୁଁଥିଲେ ମାତୃଦିବସ ପାଳନ ଦ୍ବାରା ମା’ ଏବଂ ସମଗ୍ର ପରିବାର ମଧ୍ୟରେ ସମ୍ପର୍କ ମଜଭୁତ ହେବ। ମେ’ ୮, ୧୯୧୪ ମସିହାରେ ଆମେରିକାର ସଂସଦ ମେ’ ମାସର ଦ୍ବିତୀୟ ରବିବାରକୁ ମାତୃଦିବସ ଘୋଷଣା କରିଥିଲା। ଆମରିକାର ତତ୍କାଳୀନ ରାଷ୍ଟ୍ରପତି ଉଡ୍ରୋ ଉଇଲସନ୍‌ ମଧ୍ୟ ଏହି ଦିନକୁ ଜାତୀୟ ଛୁଟି ଘୋଷଣା କରିଥିଲେ। ସେହିଦିନରୁ ମାତୃଦିବସ ପାଳନ କରାଯାଉଛି। ଆନ୍ନା ମାତୃ ଦିବସରେ ମାଆଙ୍କୁ ଉପହାର ଦେବା ସପକ୍ଷରେ ନଥିଲେ। ବରଂ ମା’ଙ୍କୁ ଫୁଲ ଚନ୍ଦନ ଦେଇ ପୂଜା କରିବା ଉଚିତ୍ ବୋଲି ସେ କହୁଥିଲେ। ଭାରତରେ ମଧ୍ୟ ଗତ କିଛି ବର୍ଷ ହେଲାଣି ମାତୃ ଦିବସ ପାଳନ କରାଯାଉଛି। ଏହି ଦିନ ସନ୍ତାନସନ୍ତତିମାନେ ସୋସିଆଲ୍ ନେଟ୍‌ୱାର୍କିଂ ସାଇଟ୍‌ରେ ମା’ଙ୍କର ଫଟୋ ସହ ତାଙ୍କ ଉଦ୍ଦେଶ୍ୟରେ ସୁନ୍ଦର ସୁନ୍ଦର ବାର୍ତ୍ତା ଲେଖୀଥାନ୍ତି। କେବଳ ସେତିକିନୁହେଁ, ଏବେ ମାତୃଦିବସରେ ପିଲାମାନେ ମା’ଙ୍କୁ ତାଙ୍କ ମନପସନ୍ଦର ଜିନିଷ, ଫୁଲ, କାର୍ଡ, ଚକଲେଟ୍‌ ଆଦି ଉପହାରରେ ଦେଉଥିବାର ଦେଖାଯାଉଛି।

ଆହୁରି ପଢ଼ନ୍ତୁ: ଲୋନ୍ ନେଇଥିବା ବ୍ୟକ୍ତି ଟଙ୍କା ନଶୁଝିଲେ ଗ୍ୟାରେଣ୍ଟରଙ୍କର କ'ଣ ହେବ? ଜାଣନ୍ତୁ ନିୟମ

09 May 2021 By The Sakala

ଆଜି ବିଶ୍ବ ମାତୃ ଦିବସ : ଦୁନିଆର ସବୁଠୁ ମଧୁର ଓ ସୁନ୍ଦର ଶବ୍ଦ ମା’

ଦୁନିଆର ସବୁ ଶବ୍ଦ ଯାହା ପାଖରେ ଫିକା ସେ ହେଉଛି ମା’। ବିଶ୍ବର ସର୍ବଶ୍ରଷ୍ଠ ଯୋଦ୍ଧା ହେଉଛି ମା’। ନିଜ ସନ୍ତାନ ପାଇଁ ସେ ଯେ କୌଣସି ବିପଦକୁ ସାମ୍ନା କରିପାରେ। ସଂସାର ଓ ସଂସ୍କୃତିକୁ ହାତରେ ଧରି ଆଗକୁ ଚାଲେ ମା’। ମା’ର ଭଲ ପାଇବାରେ କୌଣସି ସର୍ତ୍ତ ନ ଥାଏ। ଆକଟ ବି କରେ,ଆଦର ବି କରେ, ହେଲେ କୌଣସି ପରିସ୍ଥତିରେ ସନ୍ତାନର ହାତ ଛାଡିନଥାଏ। ମାଆ ଯିଏ ପିଲାଙ୍କ ପାଇଁ ଦରକାର ପଡିଲେ ଦୁନିଆ ଆଗରେ ନଇଁପାରେ, ପୁଣି ଆବଶ୍ୟକ ସ୍ଥଳରେ ତା’ର ସନ୍ତାନ ପାଇଁ ସାରା ଦୁନିଆକୁ ନୁଆଁଇ ଦେଇପାରେ। ସେ ସ୍ନେହମୟୀ, କରୁଣାମୟୀ ଓ ଦୟାମୟୀ। ଆୟୁତ ବ୍ରହ୍ମାଣ୍ଡ ବିଲୀନ ହୋଇଯାଏ ଏଇ ଶବ୍ଦର ଗଭୀରତାରେ।

ଜଣେ ସନ୍ତାନ ପାଇଁ ମା’ର ପଣତକାନି ଠାରୁ ସୁରକ୍ଷିତ ଓ ନିରାପଦ ସ୍ଥାନ ଆଉ କିଛି ନାହିଁ। ମା’ର ତ୍ୟାଗ ଓ ମମତାକୁ ମନେ ପକାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ’ ମାସର ଦ୍ବିତୀୟ ରବିବାରକୁ ‘ମାତୃଦିବସ’ ଭାବେ ପାଳନ କରାଯାଏ। ମାତୃଦିବସକୁ ଲୋକପ୍ରିୟ କରିବା ଓ ପାଳନ କରିବାର ପରମ୍ପରା ପ୍ରଥମେ ଆମେରିକାରେ ଆରମ୍ଭ ହୋଇଥିଲା। ଏହାର ଶ୍ରେୟ ଆମେରିକାର ଆନ୍ନା ଏମ୍‌ ଜାରଭିସ୍‌ଙ୍କୁ ଦିଆଯାଇଥାଏ। ଆନ୍ନାଙ୍କର ମା’ଙ୍କର ଦେହାନ୍ତ ହେବାର ଦୁଇବର୍ଷ ପରେ ଆନ୍ନା ଏବଂ ତାଙ୍କ ସାଙ୍ଗମାନେ ଏକ ଅଭିଯାନ ଆରମ୍ଭ କଲେ। ମାତୃଦିବସକୁ ଜାତୀୟ ଛୁଟିଦିନ ଘୋଷଣା ପାଇଁ ସେ ଜନସାଧାରଣଙ୍କ ସମର୍ଥନ ହାସଲ କରିଥିଲେ। ସେ ଦେଖୀଲେ ଯେ, ପିଲାମାନେ ସେମାନଙ୍କ ମା’ଙ୍କ ଅବଦାନକୁ ଭୁଲିଯାନ୍ତି। ସେ ଚାହୁଁଥିଲେ ମା’ମାନେ ଜୀବିତ ଥିବାବେଳେ ତାଙ୍କ ପିଲାମାନେ ତାଙ୍କୁ ସମ୍ମାନ ଦିଅନ୍ତୁ। ସେ ଚାହୁଁଥିଲେ ମାତୃଦିବସ ପାଳନ ଦ୍ବାରା ମା’ ଏବଂ ସମଗ୍ର ପରିବାର ମଧ୍ୟରେ ସମ୍ପର୍କ ମଜଭୁତ ହେବ। ମେ’ ୮, ୧୯୧୪ ମସିହାରେ ଆମେରିକାର ସଂସଦ ମେ’ ମାସର ଦ୍ବିତୀୟ ରବିବାରକୁ ମାତୃଦିବସ ଘୋଷଣା କରିଥିଲା। ଆମରିକାର ତତ୍କାଳୀନ ରାଷ୍ଟ୍ରପତି ଉଡ୍ରୋ ଉଇଲସନ୍‌ ମଧ୍ୟ ଏହି ଦିନକୁ ଜାତୀୟ ଛୁଟି ଘୋଷଣା କରିଥିଲେ। ସେହିଦିନରୁ ମାତୃଦିବସ ପାଳନ କରାଯାଉଛି। ଆନ୍ନା ମାତୃ ଦିବସରେ ମାଆଙ୍କୁ ଉପହାର ଦେବା ସପକ୍ଷରେ ନଥିଲେ। ବରଂ ମା’ଙ୍କୁ ଫୁଲ ଚନ୍ଦନ ଦେଇ ପୂଜା କରିବା ଉଚିତ୍ ବୋଲି ସେ କହୁଥିଲେ। ଭାରତରେ ମଧ୍ୟ ଗତ କିଛି ବର୍ଷ ହେଲାଣି ମାତୃ ଦିବସ ପାଳନ କରାଯାଉଛି। ଏହି ଦିନ ସନ୍ତାନସନ୍ତତିମାନେ ସୋସିଆଲ୍ ନେଟ୍‌ୱାର୍କିଂ ସାଇଟ୍‌ରେ ମା’ଙ୍କର ଫଟୋ ସହ ତାଙ୍କ ଉଦ୍ଦେଶ୍ୟରେ ସୁନ୍ଦର ସୁନ୍ଦର ବାର୍ତ୍ତା ଲେଖୀଥାନ୍ତି। କେବଳ ସେତିକିନୁହେଁ, ଏବେ ମାତୃଦିବସରେ ପିଲାମାନେ ମା’ଙ୍କୁ ତାଙ୍କ ମନପସନ୍ଦର ଜିନିଷ, ଫୁଲ, କାର୍ଡ, ଚକଲେଟ୍‌ ଆଦି ଉପହାରରେ ଦେଉଥିବାର ଦେଖାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର