ଭାରତରେ ବ୍ୟାନ୍‌ ହେବ ଚାଇନିଜ୍ ଫୋନ୍, ଖୁବ୍‌ ଶୀଘ୍ର ସରକାର କରିପାରନ୍ତି ଘୋଷଣା

The Sakala Picture
Published On

ନୂଆଦିଲ୍ଲୀ : ଭାରତରେ ଚାଇନାର ମୋବାଇଲ୍ କମ୍ପାନୀଗୁଡିକ ଉପରେ ବଡ କାର୍ଯ୍ୟାନୁଷ୍ଠାନ ହେବାକୁ ଯାଉଛି। ମିଳିଥିବା ସୂଚନା ଅନୁସାରେ ଭାରତ ସରକାର ୧୨ ହଜାର ଟଙ୍କାରୁ କମ୍‌ ମୂଲ୍ୟର ଚାଇନିଜ୍‌ ଫୋନ୍‌ ଗୁଡିକୁ ବ୍ୟାନ୍‌ କରିବେ। ବ୍ଲୁମବର୍ଗର ଏକ ରିପୋର୍ଟରେ କୁହାଯାଇଛି ଯେ ଲାଭା, ମାଇକ୍ରୋମାକ୍ସ ଭଳି ଘରୋଇ କମ୍ପାନୀକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଖୁବ୍‌ ଶୀଘ୍ର ସରକାର ଏହି ଘୋଷଣା କରିବେ। ସରକାରଙ୍କ ଏହି ନିଷ୍ପତ୍ତି ସାଓମି,ଭିଭୋ, ଓପୋ, ପୋକୋ, […]

ନୂଆଦିଲ୍ଲୀ : ଭାରତରେ ଚାଇନାର ମୋବାଇଲ୍ କମ୍ପାନୀଗୁଡିକ ଉପରେ ବଡ କାର୍ଯ୍ୟାନୁଷ୍ଠାନ ହେବାକୁ ଯାଉଛି। ମିଳିଥିବା ସୂଚନା ଅନୁସାରେ ଭାରତ ସରକାର ୧୨ ହଜାର ଟଙ୍କାରୁ କମ୍‌ ମୂଲ୍ୟର ଚାଇନିଜ୍‌ ଫୋନ୍‌ ଗୁଡିକୁ ବ୍ୟାନ୍‌ କରିବେ। ବ୍ଲୁମବର୍ଗର ଏକ ରିପୋର୍ଟରେ କୁହାଯାଇଛି ଯେ ଲାଭା, ମାଇକ୍ରୋମାକ୍ସ ଭଳି ଘରୋଇ କମ୍ପାନୀକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଖୁବ୍‌ ଶୀଘ୍ର ସରକାର ଏହି ଘୋଷଣା କରିବେ।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ସରକାରଙ୍କ ଏହି ନିଷ୍ପତ୍ତି ସାଓମି,ଭିଭୋ, ଓପୋ, ପୋକୋ, ରେଡମି, ରିଅଲମ ଭଳି କମ୍ପାନୀ ପାଇଁ ଏକ ଝଟକା ହେବ। ଯଦିଓ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଚୀନ କମ୍ପାନୀ ଗୁଡିକୁ କୌଣସି ନୋଟିସ୍‌ କରାଯାଇନାହିଁ କିନ୍ତୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।ସରକାରଙ୍କ ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ହେଉଛି ଏଣ୍ଟ୍ରି ଲେଭଲ୍ ସେଗମେଣ୍ଟରେ ଘରୋଇ କମ୍ପାନୀଗୁଡିକର ପ୍ରାଧାନ୍ୟ ପ୍ରତିଷ୍ଠା କରିବା। ଭାରତ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସ୍ମାର୍ଟଫୋନ ବଜାର ଅଟେ, ଯାହା ଚାଇନାର କମ୍ପାନୀଗୁଡ଼ିକ ଦ୍ବାରା ଅଧିକୃତ ହୋଇଛି।  ଭାରତୀୟ ଘରୋଇ କମ୍ପାନୀଗୁଡିକ ଏହି ଚାଇନିଜ୍ କମ୍ପାନୀଗୁଡିକ ପାଇଁ ବଜାରରେ ତିଷ୍ଠିପାରୁନାହାନ୍ତି। ମାର୍କେଟ ରିସର୍ଚ୍ଚ ଫାର୍ମ କାଉଣ୍ଟରପଏଣ୍ଟ ଅନୁଯାୟୀ, ୧୨ ହଜାରରୁ କମ୍ ଟଙ୍କାର ସ୍ମାର୍ଟଫୋନ୍ ଜୁନ୍ ୨୦୨୨ ପର୍ଯ୍ୟନ୍ତ ଭାରତର ଯେତିକି ବିକ୍ରି ହୋଇଛି ସେଥିରୁ ୮୦ ଶତକଡା ଚାଇନିଜ୍‌ ଫୋନ୍‌।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ସରକାରଙ୍କ ଏହି ନିଷ୍ପତ୍ତିରୁ ସାମସଙ୍ଗ ଏବଂ ଆପଲ୍ ବହୁତ ଲାଭବାନ ହେବେ। କାରଣ ସାମସଙ୍ଗ ଏହାର ମିଡିଲ୍‌ ରେଞ୍ଚ ଫୋନ୍‌ ଏବଂ ନୂଆ ଫୋନ୍‌ ଉପରେ ଅଫର ଦେଇପାରେ, ଆପଲ୍ ମଧ୍ୟ ଆଗକୁ ବଢି ତା ଫୋନ୍‌ ଉପରେ ଭଲ ଅଫର ଦେଇପାରରେ ।ଅନ୍ୟପଟେ  ଭିଭୋ, ଓପୋ ଏବଂ ସାଓମି ପରି କମ୍ପାନୀଗୁଡିକ ଆୟକର ବିଭାଗର ଟାର୍ଗେଟରେ ଅଛନ୍ତି। ଏହି କମ୍ପାନୀଗୁଡିକ ଟିକସ ଫାଙ୍କିବା ଅଭିଯୋଗ ହୋଇଛି। ସମ୍ପ୍ରତି ଏହି କମ୍ପାନୀଗୁଡିକର ଇଡି ରେଡ୍ ମଧ୍ୟ ହୋଇଛି |

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

୩୪୯ ଚାଇନିଜ୍ ଆପ୍ ବ୍ୟାନ୍‌

ପୂର୍ବରୁ ସରକାର ଏକ ସମୟରେ ପ୍ରାୟ ୬୦ ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଏବଂ ଏହା ପରେ ଅନେକ ଥର ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏପର୍ଯ୍ୟନ୍ତ ୩୪୯  ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ସମ୍ପ୍ରତି ସରକାରଙ୍କ ନିର୍ଦ୍ଦେଶ ପରେ ଗୁଗୁଲ୍ ପ୍ଲେ-ଷ୍ଟୋର ଏବଂ ଆପଲ୍ ଆପ୍ ରୁ PUBG ର ନୂତନ ଅବତାର ବ୍ୟାଟଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆକୁ ହଟାଇ ଦିଆଯାଇଛି। ଦେଶର ନିରାପତ୍ତା ପ୍ରତି ବିପଦ ଆଶଙ୍କା ଥିବା ଭଳି ଜଣାପଡୁଥିବା ଚାଇନିଜ୍‌ ଆପ୍‌କୁ କେନ୍ଦ୍ର ସରକାର ନିଷେଧ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର