ଷ୍ଟୁଡିଓ ‘ଘିବ୍‌ଲୀ’ ଚାର୍ଟଜିପିଟିର ଦୁରୁପୋଯୋଗ, ଏଆଇରେ ହେଉଛି ଜାଲ୍‌ ଆଧାର କାର୍ଡ…

The Sakala Picture
Published On

ନୂଆଦିଲ୍ଲୀ: ଷ୍ଟୁଡିଓ ‘ଘିବ୍‌ଲି’କୁ ନେ ଏବେ ସାରା ଦୁନିଆରେ ଚର୍ଚ୍ଚା। ପିଲାଠାରୁ ବୁଢ଼ା ସମସ୍ତେ ‘ଘିବ୍‌ଲି’ରେ ଫଟୋ ବନାଇ ସୋସିଆଲ ମିଡିଆରେ ଛାଡିବାରେ ବ୍ୟସ୍ତ। ଲୋକମାନେ ସେମାନଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମରେ ମୂଳ ଏବଂ ‘ଘିବ୍‌ଲୀ’ ଫଟୋଗୁଡ଼ିକୁ ଏକାଠି ସେୟାର କରୁଛନ୍ତି। କିଛି ଦିନ ପୂର୍ବେ, ଚାର୍ଟଜିପିଟି ‘ଘିବ୍‌ଲୀ’ ଶୈଳୀରେ ଫଟୋ ତିଆରି କରି ସମସ୍ତଙ୍କୁ ବହୁତ ମଜା ଦେଉଥିଲା। ଏହି ଫିଚର ଲଞ୍ଚ ହେବାର କିଛି ଘଣ୍ଟା ମଧ୍ୟରେ, ସୋସିଆଲ ମିଡିଆ ‘ଘିବ୍‌ଲୀ’ ଷ୍ଟାଇଲ୍ ଫଟୋରେ […]

ନୂଆଦିଲ୍ଲୀ: ଷ୍ଟୁଡିଓ ‘ଘିବ୍‌ଲି’କୁ ନେ ଏବେ ସାରା ଦୁନିଆରେ ଚର୍ଚ୍ଚା। ପିଲାଠାରୁ ବୁଢ଼ା ସମସ୍ତେ ‘ଘିବ୍‌ଲି’ରେ ଫଟୋ ବନାଇ ସୋସିଆଲ ମିଡିଆରେ ଛାଡିବାରେ ବ୍ୟସ୍ତ। ଲୋକମାନେ ସେମାନଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମରେ ମୂଳ ଏବଂ ‘ଘିବ୍‌ଲୀ’ ଫଟୋଗୁଡ଼ିକୁ ଏକାଠି ସେୟାର କରୁଛନ୍ତି। କିଛି ଦିନ ପୂର୍ବେ, ଚାର୍ଟଜିପିଟି ‘ଘିବ୍‌ଲୀ’ ଶୈଳୀରେ ଫଟୋ ତିଆରି କରି ସମସ୍ତଙ୍କୁ ବହୁତ ମଜା ଦେଉଥିଲା। ଏହି ଫିଚର ଲଞ୍ଚ ହେବାର କିଛି ଘଣ୍ଟା ମଧ୍ୟରେ, ସୋସିଆଲ ମିଡିଆ ‘ଘିବ୍‌ଲୀ’ ଷ୍ଟାଇଲ୍ ଫଟୋରେ ପରିପୂର୍ଣ୍ଣ ହୋଇଗଲା। ‘ଘିବ୍‌ଲୀ’ ଶୈଳୀରେ ଫଟୋ ସୃଷ୍ଟି କରୁଥିବା ଏଆଇର ଆଉ କାର୍ଯ୍ୟ ସାମ୍ନାକୁ ଆସିଛି। ଷ୍ଟୁଡିଓ ‘ଘିବ୍‌ଲୀ’ ମାଧ୍ୟମରେ ଏବେ ଠକେଇ ଆରମ୍ଭ ହୋଇଯାଇଛି। ଏଆଇ ଆପ୍ ଚାର୍ଟଜିପିଟି ଏବେ ‘ଘିବ୍‌ଲୀ’ରୁ ଆଗକୁ ଯାଇ ନକଲି ଆଧାର ଏବଂ ପାନ କାର୍ଡ ତିଆରି କରୁଛି। ଏହି ଆଧାର କାର୍ଡଗୁଡ଼ିକ ମୂଳ କାର୍ଡ ସହିତ ଏତେ ମେଳ ଖାଉଛି ଯେ ସେଗୁଡ଼ିକୁ ଚିହ୍ନଟ କରିବା କଷ୍ଟକର ହୋଇପଡୁଛି। ଯେମିତି ଲୋକମାନେ ସୋସିଆଲ ମିଡିଆରେ ସେମାନଙ୍କର ଫଟୋ ସେୟାର କରିଥିଲେ। ସେହିପରି, ଏବେ ଏଆଇ ବ୍ୟବହାର କରି ତିଆରି ହୋଇଥିବା ଆଧାର କାର୍ଡ ଏବଂ ପାନ କାର୍ଡର ଫଟୋ ସେୟାର କରାଯାଉଛି।

ଆହୁରି ପଢ଼ନ୍ତୁ: ହ୍ୱାଟ୍ସଆପରେ ବଢ଼ିବ ପ୍ରାଇଭେସି: ଏବେ ଟେକ୍ସଟ୍ ମେସେଜ୍ ପାଇଁ ମଧ୍ୟ ମିଳିବ 'ଭିୟୁ ୱାନ୍ସ' ଫିଚର୍

ଚାର୍ଟଜିପିଟି ଏବେ ଏହାର ନୂତନ ଇମେଜ୍ ଜେନେରେଟରକୁ ପ୍ରଚଳନ କରିଛି। ଗତ ସପ୍ତାହ ମଧ୍ୟରେ, ଏଆଇ ଇମେଜ୍ ଜେନେରେଟର ବ୍ୟବହାର କରି ଲୋକମାନେ ୭୦୦ ନିୟୁତ ‘ଘିବ୍‌ଲୀ’ ଫଟୋ ସୃଷ୍ଟି କରିଛନ୍ତି। କିନ୍ତୁ ଏବେ କିଛି ଲୋକ ଏହା ମାଧ୍ୟମରେ ଆଧାର କାର୍ଡ ଏବଂ ପାନ କାର୍ଡ ମଧ୍ୟ ତିଆରି କରିଛନ୍ତି। ସୋସିଆଲ ମିଡିଆରେ ଅନେକ ବ୍ୟବହାରକାରୀ ସେମାନଙ୍କର ଅସଲି ଏବଂ ନକଲି ଆଧାର କାର୍ଡ ସହିତ ଫଟୋ ସେୟାର କରିଛନ୍ତି। ଏହାବ୍ୟତୀତ ଚାର୍ଟଜିପିଟି ସାହାଯ୍ୟରେ ଲୋକମାନେ ଆଧାର କାର୍ଡ ସହିତ ପାନ କାର୍ଡ ମଧ୍ୟ ତିଆରି କରୁଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଲୋକେ ଏଆଇ ମାଧ୍ୟମରେ ତିଆରି ପାନ କାର୍ଡ ଏବଂ ଆଧାର କାର୍ଡର ଫଟୋ ସେୟାର କରି ଲେଖୁଛନ୍ତି ଯେ ଏଆଇ ତୁରନ୍ତ ପାନ୍‌ ଏବଂ ଆଧାର କାର୍ଡ ତିଆରି କରୁଛି, ଯାହା ଭବିଷ୍ୟତରେ ଏକ ବିପଦ ହୋଇପାରେ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

05 Apr 2025 By The Sakala

ଷ୍ଟୁଡିଓ ‘ଘିବ୍‌ଲୀ’ ଚାର୍ଟଜିପିଟିର ଦୁରୁପୋଯୋଗ, ଏଆଇରେ ହେଉଛି ଜାଲ୍‌ ଆଧାର କାର୍ଡ…

ନୂଆଦିଲ୍ଲୀ: ଷ୍ଟୁଡିଓ ‘ଘିବ୍‌ଲି’କୁ ନେ ଏବେ ସାରା ଦୁନିଆରେ ଚର୍ଚ୍ଚା। ପିଲାଠାରୁ ବୁଢ଼ା ସମସ୍ତେ ‘ଘିବ୍‌ଲି’ରେ ଫଟୋ ବନାଇ ସୋସିଆଲ ମିଡିଆରେ ଛାଡିବାରେ ବ୍ୟସ୍ତ। ଲୋକମାନେ ସେମାନଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମରେ ମୂଳ ଏବଂ ‘ଘିବ୍‌ଲୀ’ ଫଟୋଗୁଡ଼ିକୁ ଏକାଠି ସେୟାର କରୁଛନ୍ତି। କିଛି ଦିନ ପୂର୍ବେ, ଚାର୍ଟଜିପିଟି ‘ଘିବ୍‌ଲୀ’ ଶୈଳୀରେ ଫଟୋ ତିଆରି କରି ସମସ୍ତଙ୍କୁ ବହୁତ ମଜା ଦେଉଥିଲା। ଏହି ଫିଚର ଲଞ୍ଚ ହେବାର କିଛି ଘଣ୍ଟା ମଧ୍ୟରେ, ସୋସିଆଲ ମିଡିଆ ‘ଘିବ୍‌ଲୀ’ ଷ୍ଟାଇଲ୍ ଫଟୋରେ ପରିପୂର୍ଣ୍ଣ ହୋଇଗଲା। ‘ଘିବ୍‌ଲୀ’ ଶୈଳୀରେ ଫଟୋ ସୃଷ୍ଟି କରୁଥିବା ଏଆଇର ଆଉ କାର୍ଯ୍ୟ ସାମ୍ନାକୁ ଆସିଛି। ଷ୍ଟୁଡିଓ ‘ଘିବ୍‌ଲୀ’ ମାଧ୍ୟମରେ ଏବେ ଠକେଇ ଆରମ୍ଭ ହୋଇଯାଇଛି। ଏଆଇ ଆପ୍ ଚାର୍ଟଜିପିଟି ଏବେ ‘ଘିବ୍‌ଲୀ’ରୁ ଆଗକୁ ଯାଇ ନକଲି ଆଧାର ଏବଂ ପାନ କାର୍ଡ ତିଆରି କରୁଛି। ଏହି ଆଧାର କାର୍ଡଗୁଡ଼ିକ ମୂଳ କାର୍ଡ ସହିତ ଏତେ ମେଳ ଖାଉଛି ଯେ ସେଗୁଡ଼ିକୁ ଚିହ୍ନଟ କରିବା କଷ୍ଟକର ହୋଇପଡୁଛି। ଯେମିତି ଲୋକମାନେ ସୋସିଆଲ ମିଡିଆରେ ସେମାନଙ୍କର ଫଟୋ ସେୟାର କରିଥିଲେ। ସେହିପରି, ଏବେ ଏଆଇ ବ୍ୟବହାର କରି ତିଆରି ହୋଇଥିବା ଆଧାର କାର୍ଡ ଏବଂ ପାନ କାର୍ଡର ଫଟୋ ସେୟାର କରାଯାଉଛି।

ଚାର୍ଟଜିପିଟି ଏବେ ଏହାର ନୂତନ ଇମେଜ୍ ଜେନେରେଟରକୁ ପ୍ରଚଳନ କରିଛି। ଗତ ସପ୍ତାହ ମଧ୍ୟରେ, ଏଆଇ ଇମେଜ୍ ଜେନେରେଟର ବ୍ୟବହାର କରି ଲୋକମାନେ ୭୦୦ ନିୟୁତ ‘ଘିବ୍‌ଲୀ’ ଫଟୋ ସୃଷ୍ଟି କରିଛନ୍ତି। କିନ୍ତୁ ଏବେ କିଛି ଲୋକ ଏହା ମାଧ୍ୟମରେ ଆଧାର କାର୍ଡ ଏବଂ ପାନ କାର୍ଡ ମଧ୍ୟ ତିଆରି କରିଛନ୍ତି। ସୋସିଆଲ ମିଡିଆରେ ଅନେକ ବ୍ୟବହାରକାରୀ ସେମାନଙ୍କର ଅସଲି ଏବଂ ନକଲି ଆଧାର କାର୍ଡ ସହିତ ଫଟୋ ସେୟାର କରିଛନ୍ତି। ଏହାବ୍ୟତୀତ ଚାର୍ଟଜିପିଟି ସାହାଯ୍ୟରେ ଲୋକମାନେ ଆଧାର କାର୍ଡ ସହିତ ପାନ କାର୍ଡ ମଧ୍ୟ ତିଆରି କରୁଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଲୋକେ ଏଆଇ ମାଧ୍ୟମରେ ତିଆରି ପାନ କାର୍ଡ ଏବଂ ଆଧାର କାର୍ଡର ଫଟୋ ସେୟାର କରି ଲେଖୁଛନ୍ତି ଯେ ଏଆଇ ତୁରନ୍ତ ପାନ୍‌ ଏବଂ ଆଧାର କାର୍ଡ ତିଆରି କରୁଛି, ଯାହା ଭବିଷ୍ୟତରେ ଏକ ବିପଦ ହୋଇପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର