ବାରବାଟୀରେ ଟି-୨୦: ବନ୍ଦ ହୋଇପାରେ କାଉଣ୍ଟର ଟିକଟ୍ ବିକ୍ରି
କଟକ: ଆସନ୍ତା ଡିସେମ୍ବର ୯ରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣଆଫ୍ରିକା ମଧ୍ୟରେ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳାଯିବ। ଏହି ପରିପ୍ରେକ୍ଷୀରେ ପୂର୍ବ ତ୍ରୁଟିରେ ସୁଧାର ଆଣିବାକୁ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପ୍ରାକ୍ ପ୍ରସ୍ତୁତି ଚଳାଇଛି। ଏକାଧିକ ତ୍ରୁଟି ଓ ଅବ୍ୟବସ୍ଥା ଯୋଗୁଁ ଓସିଏ ଯେଉଁ ସବୁ ନିନ୍ଦା ମୁଣ୍ଡାଇଥିଲା ତାହାର ପୁନଃରାବୃତ୍ତି କିପରି ନଘଟିବ ସେ ନେଇ ଯୋଜନା ଚାଲିଛି। ଆଜି ସନ୍ଧ୍ୟାରେ କଟକ ଜିଲ୍ଲା କ୍ରୀଡ଼ା ସଂଘର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ […]
କଟକ: ଆସନ୍ତା ଡିସେମ୍ବର ୯ରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣଆଫ୍ରିକା ମଧ୍ୟରେ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳାଯିବ। ଏହି ପରିପ୍ରେକ୍ଷୀରେ ପୂର୍ବ ତ୍ରୁଟିରେ ସୁଧାର ଆଣିବାକୁ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପ୍ରାକ୍ ପ୍ରସ୍ତୁତି ଚଳାଇଛି। ଏକାଧିକ ତ୍ରୁଟି ଓ ଅବ୍ୟବସ୍ଥା ଯୋଗୁଁ ଓସିଏ ଯେଉଁ ସବୁ ନିନ୍ଦା ମୁଣ୍ଡାଇଥିଲା ତାହାର ପୁନଃରାବୃତ୍ତି କିପରି ନଘଟିବ ସେ ନେଇ ଯୋଜନା ଚାଲିଛି। ଆଜି ସନ୍ଧ୍ୟାରେ କଟକ ଜିଲ୍ଲା କ୍ରୀଡ଼ା ସଂଘର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ପ୍ରସ୍ତୁତି ସମ୍ପର୍କରେ ମତ ଦେଇଛନ୍ତି। ଆଗାମୀ ଦିନରେ କାଉଣ୍ଟର ଟିକଟ ବିକ୍ରି ବନ୍ଦ କରାଯିବା ସହ ଦର୍ଶକଙ୍କ ନିମନ୍ତେ ଉଦ୍ଦିଷ୍ଟ ସମସ୍ତ ଟିକଟ ଅନଲାଇନରେ ଉପଲବ୍ଧ ହେବ। ମାତ୍ର ଏହା ଚୂଡାନ୍ତ ନିଷ୍ପତ୍ତି ନୁହେଁ। ଏ ବାବଦରେ ଆଗାମୀ ଏଜିଏମ୍ରେ ଆଲୋଚନା କରାଯିବ ବୋଲି ସମ୍ପାଦକ ସଞ୍ଜୟ କହିଛନ୍ତି। ଗତ ଫେବୃୟାରୀରେ ଏଠାରେ ଖେଳାଯାଇଥିବା ଭାରତ-ଇଂଲଣ୍ଡ ଏକଦିବସୀୟରେ କାଉଣ୍ଟର ଟିକଟ ବିକ୍ରି ସମୟରେ ଅବ୍ୟବସ୍ଥା ପରିଲକ୍ଷିତ ହୋଇଥିଲା। କ୍ରିକେଟପ୍ରେମୀଙ୍କ ଭିତରେ ଦଳଚକଟା ହେବା ସହ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା।






